Advertisment

୪୭୧ରେ ଅଟକିଲା ଭାରତର ପ୍ରଥମ ଇନିଂସ

ପ୍ରଥମ ୧୫ ଓଭରରେ ଗିଲ ଓ ପନ୍ତ ୫୩ ରନ ଯୋଡ଼ି ଇଂଲଣ୍ଡକୁ ବିପର୍ଯ୍ୟୟ ଘଟାଇବାକୁ କୌଣସି ସୁଯୋଗ ଦେଇ ନଥିଲେ। କିନ୍ତୁ ଗିଲ ୧୪୭ ଓ ପନ୍ତ ୧୩୪ ରନରେ ଆଉଟ ହେବା ପରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍‌ ତାସର ଘର ଭଳି ଭୁଶୁଡ଼ି ପଡ଼ିଛି।

ENG

ENG

Advertisment

ପ୍ରଥମ ଦିନରେ ଯଶସ୍ୱୀ ଜୈସୱାଲ ଓ ଶୁବମନ ଗିଲଙ୍କ ଶତକ ଓ ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ ସେଞ୍ଚୁରୀ ବଳରେ ଭାରତ ତା’ର ପ୍ରଥମ ଇନିଂସ ୪୭୧ ରନ କରି ଅଲଆଉଟ ହୋଇ ଯାଇଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ୩୫୯ ରନ କରିଥିବା ଭାରତୀୟ ଟିମ ଆଜି ଦମଦାର ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା।

Advertisment

ପ୍ରଥମ ୧୫ ଓଭରରେ ଗିଲ ଓ ପନ୍ତ ୫୩ ରନ ଯୋଡ଼ି ଇଂଲଣ୍ଡକୁ ବିପର୍ଯ୍ୟୟ ଘଟାଇବାକୁ କୌଣସି ସୁଯୋଗ ଦେଇ ନଥିଲେ। କିନ୍ତୁ ଗିଲ ୧୪୭ ଓ ପନ୍ତ ୧୩୪ ରନରେ ଆଉଟ ହେବା ପରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍‌ ତାସର ଘର ଭଳି ଭୁଶୁଡ଼ି ପଡ଼ିଛି। ଏକଦା ୪୩୦ରେ ୩ଟି ୱିକେଟ ହରାଇଥିବା ଭାରତ ୪୭୧ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଟିମ ଶେଷ ୭ ୱିକେଟ ମାତ୍ର ୪୧ରନରେ ହରାଇଛି।

ପ୍ରଥମ ଦିନରେ ୧୨୭ ରନ କରିଥିବା ଗିଲ ଆଜି ଆଉ ୨୦ ରନ ଯୋଡ଼ିବା ପରେ ଶୋଏବ ବଶିରଙ୍କ ବଲରେ ଦିବସର ପ୍ରଥମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ଏହାପରେ ୮ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା କରୁଣ ନାଏର ଖାତା ଖୋଲିବା ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

Advertisment

ଦମଦାର ଶତକ ଅର୍ଜନ କରିଥିବା ପନ୍ତ ୧୩୪ ରନ କରି ଜୋଶ ଟଙ୍ଗ ବଲରେ ଆଉଟ ହୋଇଥିଲେ। ଶାର୍ଦ୍ଦୁଲ ଠାକୁର (୧) ଲଞ୍ଚ ପୂର୍ବରୁ ଶେଷ ବ୍ୟାଟର ଭାବେ ଷ୍ଟୋକ୍ସଙ୍କ ଶିକାର ବନିଥିଲେ। ଲଞ୍ଚ ପରେ ରବୀନ୍ଦ୍ର ଜାଡେଜା ଇନିଂସକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

କିନ୍ତୁ ତାଙ୍କ ଟଙ୍ଗ ଆଉଟ କରି ଦେଇଥିଲେ। ଏହାପୂର୍ବରୁ ସେ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ମଧ୍ୟ ନେଇଥିଲେ। ଶେଷ ବ୍ୟାଟର ଭାବେ ଟଙ୍ଗ ୧ ରନ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବୋଲ୍ଡ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତୀୟ ଟିମ ୪୭୧ ରନରେ ଅଲଆଉଟ ହୋଇଥିବା ବେଳେ ଇଂଲିଶ ଟିମ ତା’ର ଇନିଂସ ଆରମ୍ଭ କରିବ। 

ଇଂଲଣ୍ଡ ପକ୍ଷରୁ ଟଙ୍ଗ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଷ୍ଟୋକ୍ସ ୩ଟି, ବଶିର ଓ ବ୍ରେଣ୍ଡନ କାର୍ସେ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

India Vs England Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe