Advertisment

ଲର୍ଡସ ବିଜୟ ସତ୍ତ୍ୱେ ୨ WTC ପଏଣ୍ଟ ହରାଇଲା ଇଂଲଣ୍ତ

ଇଂଲଣ୍ଡ କେବଳ ୨ ପଏଣ୍ଟ ହରାଇ ନାହିଁ, ବରଂ ଦଳର ପ୍ରତିଟି ଖେଳାଳିଙ୍କ ମ୍ୟାଚ୍‌ ଫି’ ମଧ୍ୟ ୧୦% କାଟ କରାଯାଇଛି।

author-image
Hemant Lenka
Ben stokes

Ben stokes

ଲର୍ଡସରେ ଭାରତକୁ ନାଟକୀୟ ଢଙ୍ଗରେ ୨୨ ରନରେ ହରାଇଥିବା ଇଂଲଣ୍ଡକୁ ବଡ଼ ଝଟକା ଲାଗିଛି। ବିଜୟ ସତ୍ତ୍ୱେ ଇଂଲଣ୍ଡ ୨ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ବା WTC ପଏଣ୍ଟ ହରାଇଛି। ଆଇସିସି ପକ୍ଷରୁ ଇଂଲଣ୍ଡର ୨ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ କାଟି ଦିଆଯାଇଛି। 

Advertisment

ଇଂଲଣ୍ଡ କେବଳ ୨ ପଏଣ୍ଟ ହରାଇ ନାହିଁ, ବରଂ ଦଳର ପ୍ରତିଟି ଖେଳାଳିଙ୍କ ମ୍ୟାଚ୍‌ ଫି’ ମଧ୍ୟ ୧୦% କାଟ କରାଯାଇଛି। ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଧିମା ଓଭର ରେଟ୍‌ ପାଇଁ ଇଂଲଣ୍ଡ ବିରୋଧରେ ଆଇସିସି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବୁଧବାର ଆଇସିସି ପକ୍ଷରୁ ଜାରି ବିବୃତିରେ ଇଂଲଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ମ୍ୟାଚ୍‌ ରେଫରୀ ରିଚି ରିଚାର୍ଡସନଙ୍କ ଅନୁମୋଦନକ୍ରମେ ଗ୍ରହଣ କରାଯାଇଥିବା ନିଶ୍ଚିତ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଇଂଲଣ୍ଡ ୨ ଓଭର କମ ବୋଲିଂ କରିଥିଲା। ଏଥିପାଇଁ ଦଳ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଇଂଲଣ୍ଡ ଦଣ୍ଡିତ ହୋଇଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟେବୁଲରେ ଇଂଲଣ୍ଡ ପଏଣ୍ଟ ସଂଖ୍ୟା ୨୪ ବଦଳରେ ୨୨କୁ ଖସି ଆସିଛି। ଦଣ୍ଡବିଧାନ ପୂର୍ବରୁ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ୩୬ରୁ ୨୪ ରହିଥିଲା। ଏବେ ଏହା ୨୨କୁ ଖସିଛି। ସେହିପରି ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୬.୬୭ରୁ ୬୧.୧୧%କୁ ଖସି ଆସିଛି।

ଲର୍ଡସରେ ଭାରତକୁ ହରାଇବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଇଂଲଣ୍ଡ ପହଞ୍ଚି ଯାଇଥିଲା। କିନ୍ତୁ ଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ଦଳ ତୃତୀୟ ସ୍ଥାନକୁ ଖସି ଯାଇଛି। ପୂର୍ବରୁ ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କା ୬୬.୬୭ ବିଜୟ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛି। ଭାରତ ପୂର୍ବଭଳି ୪ର୍ଥ ସ୍ଥାନରେ ଓ ଅଷ୍ଟ୍ରେଲିଆ ୧୦୦% ବିଜୟ ପ୍ରତିଶତ ପଏଣ୍ଟ ସହ ତାଲିକାର ୧ନଂ ସ୍ଥାନରେ ରହିଛି।

ଧିମା ଓଭର ପାଇଁ ଇଂଲଣ୍ଡର ପ୍ରତିଟି ଖେଳାଳିଙ୍କ ମ୍ୟାଚ୍ ଫି ୧୦% ଲେଖାଏ କଟା ଯାଇଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ତାଲିକାରେ ଇଂଲଣ୍ଡ ୨ ପଏଣ୍ଟ ହରାଇବା ନିଷ୍ପତ୍ତିକୁ ଅଧିନାୟକ ବେନ ଷ୍ଟୋକ୍ସ ଗ୍ରହଣ କରି ନେଇଛନ୍ତି। ତେଣୁ ଏହାର ବିଧିବଦ୍ଧ ଶୁଣାଣିର କୌଣସି ଆବଶ୍ୟକତା ନଥିବା ଆଇସିସି କହିଛି।

Ben Stokes Test Cricket Test Match