Advertisment

ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ଝଟକା: ବିଶ୍ୱକପରୁ ଏହି ଇଂଲିଶ ଦ୍ରୁତ ବୋଲର ଆଉଟ୍‌

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ବହୁତ ବଡ଼ ଝଟକା ଲାଗିଛି। ସୁପର ୧୨ ମୁକାବିଲା ପୂର୍ବରୁ ଇଂଲଣ୍ଡ ଟିମ୍‌ରୁ ଦ୍ରୁତ ବୋଲର ରିସି ଟପେଲୀ ବାଦ ପଡ଼ିଛନ୍ତି। ଅଭ୍ୟାସ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ। ଏହି ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ପୂରା ବିଶ୍ୱକପରୁ ବାଦ ଦିଆଯାଇଛି। ଟପେଲୀ ଟି-୨୦ ଫର୍ମାଟରେ ଇଂଲଣ୍ଡ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ। ଏବେ ସେ ବାଦ ପଡ଼ିବା ଇଂଲଣ୍ଡ ଟିମ୍‌କୁ […]

author-image
Hemant Lenka
ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ଝଟକା: ବିଶ୍ୱକପରୁ ଏହି ଇଂଲିଶ ଦ୍ରୁତ ବୋଲର ଆଉଟ୍‌

Topley

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ବହୁତ ବଡ଼ ଝଟକା ଲାଗିଛି। ସୁପର ୧୨ ମୁକାବିଲା ପୂର୍ବରୁ ଇଂଲଣ୍ଡ ଟିମ୍‌ରୁ ଦ୍ରୁତ ବୋଲର ରିସି ଟପେଲୀ ବାଦ ପଡ଼ିଛନ୍ତି। ଅଭ୍ୟାସ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ। ଏହି ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ପୂରା ବିଶ୍ୱକପରୁ ବାଦ ଦିଆଯାଇଛି।

Advertisment

ଟପେଲୀ ଟି-୨୦ ଫର୍ମାଟରେ ଇଂଲଣ୍ଡ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ। ଏବେ ସେ ବାଦ ପଡ଼ିବା ଇଂଲଣ୍ଡ ଟିମ୍‌କୁ ଝଟକା ଦେଇଛି।
ସୋମବାର ଇଂଲଣ୍ଡ ଟିମ୍‌ ବ୍ରିସବେନରେ ଅଭ୍ୟାସ ସେସନ୍ସ କରିଥିଲା। ଏହି ସମୟରେ ଟପେଲୀଙ୍କ ବାମ ଗୋଡ଼ ଗଣ୍ଠିରେ ସମସ୍ୟା ଦେଖାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ଗୁରୁତର ଥିବା ଜଣାପଡ଼ିବା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦେଇଛି।

ବିଶ୍ୱକପରେ ଫିଟ ରହିବା ପାଇଁ ଟପେଲୀ ଅଗଷ୍ଟ ମାସରେ ଅନୁଷ୍ଠିତ ଦି ହଣ୍ଡରେଡ ଟୁର୍ଣ୍ଣାମେଣ୍ଟ ଭାଗ ନେଇ ନଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ ପୂର୍ବରୁ ଇଂଲଣ୍ଡ ସ୍କ୍ୱାଡକୁ ଫେରିଥିଲେ। ଟି-୨୦ରେ ଟପେଲୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୩/୨୨। ଏହା ଭାରତ ବିପକ୍ଷରେ ସେ ହାସଲ କରିଥିଲେ।

Advertisment

ଅନ୍ୟପକ୍ଷରେ ସୁପର ୧୨କୁ ଯିବାକୁ ସଂଘର୍ଷ କରୁଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଦୁଷ୍ମନ୍ତ ଚମୀରାଙ୍କ ଫିଟନେଶକୁ ନେଇ ଚିନ୍ତାରେ ପଡ଼ିଛି। ୟୁଏଇ ବିପକ୍ଷରେ ୩ ୱିକେଟ ଦଖଲ କରିଥିବା ଚମୀରା ଆହତ ସମସ୍ୟାରେ ପଡ଼ିଛନ୍ତି। ତାଙ୍କ ବାମ ଗୋଡ଼ରେ ସମସ୍ୟା ଦେଖାଯାଇଛି। ଏଥିପାଇଁ ସେ ଶ୍ରୀଲଙ୍କାର ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

୩୦ ବର୍ଷୀୟ ଚମୀରା ବିଶ୍ୱକପ ପୂର୍ବରୁ ମଧ୍ୟ ନିଜ ଫିଟନେସ ସମସ୍ୟାରେ ପଡ଼ିଥିଲେ। ଶେଷ ମୁହୂର୍ତ୍ତରେ ସେ ଫିଟନେସ ଟେଷ୍ଟରେ ପାସ୍‌ ହେବାରୁ ତାଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଥିଲା। ହେଲେ ଏବେ ସେ ପୁଣି ଆହତ ହେବାରୁ ଆସନ୍ତାକାଲି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳିବେ ନାହିଁ। ନିଜେ ଅଧିନାୟକ ଦସୁନ ଶଣକା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ସେ ଯଦି ଆଗକୁ ଫିଟ ରହିବେ, ତା’ହେଲେ ସୁପର ୧୨ ବେଳେ ଦଳ ପାଇଁ ଖେଳିବେ ବୋଲି ଶଣକା ସ୍ପଷ୍ଟ କରିଛନ୍ତି।