Advertisment

ଇଂଲଣ୍ଡକୁ ଆରମ୍ଭରୁ ଝଟକା ଦେଲେ ବୁମ୍ରା

ନଟ୍ଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପ୍ରଭାବହୀନ ବୋଲିଂ କରିଥିବା ବୁମ୍ରା କିନ୍ତୁ ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ସେ ମ୍ୟାଚ୍‌ର ପ୍ରଥମ ଓଭରର ୫ମ ବଲରେ ରୋରୀ ବର୍ନସଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନକୁ ପଠାଇ ଦେଇଛନ୍ତି। ରିପୋର୍ଟ ଲେଖା […]

ଅଦ୍ୟତନ ହୋଇଛି
ଇଂଲଣ୍ଡକୁ ଆରମ୍ଭରୁ ଝଟକା ଦେଲେ ବୁମ୍ରା

BCCI

Advertisment

ନଟ୍ଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପ୍ରଭାବହୀନ ବୋଲିଂ କରିଥିବା ବୁମ୍ରା କିନ୍ତୁ ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି।

Advertisment

ସେ ମ୍ୟାଚ୍‌ର ପ୍ରଥମ ଓଭରର ୫ମ ବଲରେ ରୋରୀ ବର୍ନସଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନକୁ ପଠାଇ ଦେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଇଂଲଣ୍ଡ ଗୋଟିଏ ହରାଇ ୭ ରନ୍‌ କରିଛି। କ୍ରିଜ୍‌ରେ ଜ୍ୟାକ କ୍ରଲୀ ଓ ଡମ ସିବଲେ ଅଛନ୍ତି।

ମ୍ୟାଚରେ ଭାରତୀୟ ଦଳରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ କରାଯାଇନାହିଁ। ମୟଙ୍କ ଅଗ୍ରୱାଲ୍ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କ ସାମିଲ କରାଯାଇଛି। ରାହୁଲ୍ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବେ। ମିଡଲ୍ ଅର୍ଡରରେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, କ୍ୟାପଟେନ୍ ବିରାଟ କୋହଲି, ଋଷଭ ପନ୍ତ ରହିଛନ୍ତି।

Advertisment

ବୋଲିଂରେ ଭାରତ ୪ ପେସ୍ ବୋଲର ସହ ଓହ୍ଲାଇବ। ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ବ୍ୟତୀତ ସ୍ପିନର ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ମିଳିଛି। ପେସ୍ ବୋଲର ଈଶାନ୍ତ ଶର୍ମା ଓ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe