/odisha-reporter/media/post_attachments/uploadimage/library/16_9/16_9_0/ENG_1708601388.jpg)
ENG
ଆସନ୍ତକାଲି ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଭ୍ରମଣକାରୀ ଇଂଲିଶ ଟିମ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଚୂଡ଼ାନ୍ତ ଏକାଦଶରେ ଦଳ ଦୁଇଟି ପରିବର୍ତ୍ତନ କରିଛି।
ଲେଗ ସ୍ପିନର ରେହାନ ଅହମଦ ଓ ସ୍ପିଡଷ୍ଟାର ମାର୍କ ଉଡ୍ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଶୋଏବ ବଶିର ଓ ଓଲି ରବିନସନଙ୍କୁ ସୁଯୋଗ ମିଳିଛି।
ରବିନସନ ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବେ। ବଶିର ଦ୍ୱିତୀୟ ଟେଷ୍ଟରେ ଖେଳିଥିଲେ ମଧ୍ୟ ତୃତୀୟ ଟେଷ୍ଟରେ ତାଙ୍କୁ ବାଦ ଦିଆଯାଇଥିଲା। ଏବେ ସେ ପୁଣି ୪ର୍ଥ ଟେଷ୍ଟରେ କମବ୍ୟାକ କରିବାକୁ ଯାଉଛନ୍ତି।
ରାଞ୍ଚି ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏଥିପାଇଁ ଇଂଲଣ୍ଡ ବଶିରଙ୍କୁ ସୁଯୋଗ ଦେଇଛି। ଜେମ୍ସ ଆଣ୍ଡରସନଙ୍କ ସହ ରବିନସନ ପେସ୍ ବୋଲିଂର ମଙ୍ଗ ସମ୍ଭାଳିବେ।
ଜନ୍ନି ବେୟାରଷ୍ଟୋ ଫର୍ମରେ ନଥିଲେ ମଧ୍ୟ ତାଙ୍କୁ ଅଧିନାୟକ ବେନ ଷ୍ଟୋକ୍ସ ଓ ମୁଖ୍ୟ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମ ସମର୍ଥନ କରିଛନ୍ତି। ସେ ଚୂଡ଼ାନ୍ତ ଏକାଦଶରେ ପୂର୍ବଭଳି ରହିଛନ୍ତି।
ଅଲରାଉଣ୍ଡର ଡାନ ଲାୱରେନ୍ସ ୪ର୍ଥ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶ ସୁଯୋଗ ପାଇବେ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ରବିନସନ ଆହତ ସମସ୍ୟାରୁ ମୁକୁଳିବା ପରେ ପ୍ରଥମଥର ପାଇଁ କୌଣସି ଟେଷ୍ଟ ଖେଳିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ୨୦୨୩ ଜୁଲାଇରେ ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଇଂଲଣ୍ଡ ଟିମ: ବେନ ଷ୍ଟୋକ୍ସ(ଅଧିନାୟକ), ଜ୍ୟାକ କ୍ରଉଲୀ, ବେନ ଡକେଟ, ଓଲି ପପ, ଜୋ ରୁଟ, ଜନ୍ନି ବେୟାରଷ୍ଟୋ, ବେନ ଫୋକ୍ସ(ୱିକେଟ କିପର), ଟମ ହାର୍ଟଲୀ, ଓଲି ରବିନସନ, ଜେମ୍ସ ଆଣ୍ଡରସନ ଓ ଶୋଏବ ବଶିର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
