Advertisment

କ୍ରିକେଟ ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ନିଆରା ରେକର୍ଡ

ପ୍ରଥମ ମ୍ୟାଚ୍‌ରେ ଜୋ ରୁଟ୍ ଦଳ ପକ୍ଷରୁ ସର୍ବାଧିକ ୭୭ ରନ୍ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Jonny Bairstow

Jonny Bairstow

ଆଜିଠାରୁ ଆରମ୍ଭ ହୋଇଛି କ୍ରିକେଟ୍‌ର ମହାକୁମ୍ଭ। ଗୁଜରାଟର ଅହମଦାବଦରେ ଖେଳା ଯାଉଛି ପୁରୁଷ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଏହି ମ୍ୟାଚ୍‌। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୮୨ ରନ୍ କରିଛି। ଏହା ସହିତ ଇଂଲଣ୍ଡ ଟିମ୍‌ ନାଁରେ ଯୋଡ଼ି ହୋଇଯାଇଛି ଏକ ନିଆରା ରେକର୍ଡ, ଯାହା ଗତ ୫୨ ବର୍ଷ ମଧ୍ୟରେ ଖେଳା ଯାଇଥିବା ୪୬୫୮ଟି ଅନ୍ତର୍ଜାତୀୟ ଦିନିକିଆରେ କେବେ ଘଟି ନଥିଲା।

Advertisment

ଇଂଲଣ୍ଡ ଆଜି ୨୮୨ ରନ୍ କରିଥିବା ବେଳେ ଦଳର ସମସ୍ତ ୧୧ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍ କରିଥିଲେ। ପୂର୍ବରୁ ଅନ୍ତଜାର୍ତୀୟ ଦିନିକିଆରେ କୌଣସି ଟିମ୍‌ର ବ୍ୟାଟରମାନେ ଏପରି କରି ନଥିଲେ।

ଜନ୍ନି ବେୟାରଷ୍ଟୋ ୩୩ ରନ୍ କରିଥିବା ବେଳେ ଡାୱିଡ ମଲାନ ୧୪, ଜୋ ରୁଟ୍ ୭୭, ହ୍ୟାରୀ ବ୍ରୁକ୍ ୨୫, ମୋଇନ ଅଲୀ ୧୧, ଜୋଶ ବଟ୍‌ଲର ୪୩, ଲିଆମ ଲିଭିଙ୍ଗଷ୍ଟୋନ୍ ୨୦, ସାମ୍ କରନାନ ୧୪, କ୍ରିସ୍ ୱିକ୍ସ ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଦିଲ ରଶିଦ ୧୫ ରନ୍ ଓ ମାକଆ ଉଡ୍ ୧୩ ରନ୍ କରି ଅପରାଜିତ ରହିଥିଲେ। ଜୋ ରୁଟ୍‌ଙ୍କ ବ୍ୟତୀତ ଅନ୍ୟ କେହି ଅର୍ଦ୍ଧଶତକ ଛୁଇଁ ନଥିଲେ। କିନ୍ତୁ ସମସ୍ତଙ୍କର କିଛି କିଛି ଯୋଗଦାନ ଯୋଗୁ ଦଳ ଏକ ଭଲ ସ୍କୋର କରିବାର ସମର୍ଥ ହୋଇଥିଲା।

Advertisment

ନ୍ୟୁଜିଲ୍ୟାଣ୍ତ ପାଇଁ ମ୍ୟାଟ ହେନରୀ ସର୍ବାଧିକ ୩ଟି ୱିକେଟ ନେଇଥିବେ ବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟ୍ରେଣ୍ଟ ବୋଲ୍ଡ ଓ ରଚିନ ରବୀନ୍ଦ୍ରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ICC Men’s Cricket World Cup 2023 ICC World Cup 2023 CWC 2023