Advertisment

ଧୋନିଙ୍କ ଟିମକୁ ହେବ ବଡ଼ କ୍ଷତି!

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସ୍ଥଗିତ ହୋଇଥିବା ଆଇପିଏଲ-୨୦୨୧ର ଦ୍ବିତୀୟ ପର‌୍ୟ୍ୟାୟ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ରିପୋର୍ଟ ମୁତାବକ, ବିସିସିଆଇ ୟୁଏଇରେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଆୟୋଜନ କରିପାରେ। ଏ ନେଇ ଶନିବାର ବୋର୍ଡ ତା’ର ଏସଜିଏମରେ ନିଷ୍ପତ୍ତି ନେଇପାରେ । ଏବେ ଖବର ମିଳିଛି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକରେ ଇଂଲଣ୍ଡର ଖେଳାଳିମାନେ ଭାଗ ନେଇପାରିବେ ନାହିଁ। ଏହା କିଛି ଟିମ୍ ପାଇଁ ନିଶ୍ଚିତ ଚିନ୍ତାଜନକ, କାରଣ କିଛି ଇଂଲିଶ ଖେଳାଳି ଆଇପିଏଲ୍ ଟିମର […]

ଧୋନିଙ୍କ ଟିମକୁ ହେବ ବଡ଼ କ୍ଷତି!

ms-dhoni

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସ୍ଥଗିତ ହୋଇଥିବା ଆଇପିଏଲ-୨୦୨୧ର ଦ୍ବିତୀୟ ପର‌୍ୟ୍ୟାୟ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ରିପୋର୍ଟ ମୁତାବକ, ବିସିସିଆଇ ୟୁଏଇରେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଆୟୋଜନ କରିପାରେ। ଏ ନେଇ ଶନିବାର ବୋର୍ଡ ତା’ର ଏସଜିଏମରେ ନିଷ୍ପତ୍ତି ନେଇପାରେ । ଏବେ ଖବର ମିଳିଛି ଯେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକରେ ଇଂଲଣ୍ଡର ଖେଳାଳିମାନେ ଭାଗ ନେଇପାରିବେ ନାହିଁ। ଏହା କିଛି ଟିମ୍ ପାଇଁ ନିଶ୍ଚିତ ଚିନ୍ତାଜନକ, କାରଣ କିଛି ଇଂଲିଶ ଖେଳାଳି ଆଇପିଏଲ୍ ଟିମର ସନ୍ତୁଳନ ରକ୍ଷା କରନ୍ତି। ବିଶେଷକରି ଚେନ୍ନାଇ ପାଇଁ ଇଂଲଣ୍ଡ ଖେଳାଳିଙ୍କ ଅନୁପସ୍ଥିତି କ୍ଷତିକାରଣ ହୋଇପାରେ। ହେଲେ ଚେନ୍ନାଇ ସୁପର୍ କିଙ୍ଗସ୍ ଏହାକୁ ନେଇ ସେତେଟା ଚିନ୍ତିତ ନୁହେଁ।

Advertisment

ଫ୍ରାଞ୍ଚାଇଜିର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ ଇଂଲଣ୍ଡ ଖେଳାଳିଙ୍କ ଆଇପିଏଲରେ ଅଂଶଗ୍ରହଣ ନକରିବା ଚିନ୍ତାର ବିଷୟ ନୁହେଁ। ଯଦି ଇଂଲଣ୍ଡ ତା’ର ଖେଳାଳିଙ୍କୁ ପଠାଇବ ନାହିଁ, ତାହେଲେ ଆମେ କିଛି କରିପାରିବୁ ନାହିଁ । ହେଲେ ଆମେ ଦୁଇ ପ୍ରମୁଖ ଖେଳାଳି ନିଶ୍ଚିତ ହରାଇବୁ। ଆମକୁ ଆନୁଷ୍ଠାନିକ ଭାବେ ଏପର‌୍ୟ୍ୟନ୍ତ ଭାବେ କିଛି କୁହାଯାଇ ନାହିଁ।

ଗୁରୁବାର ଇଂଲଣ୍ଡ ଟିମର ମ୍ୟାନେଜିଂ ଡାଇରେକ୍ଟର ଆସଲେ ଜାଇନ୍ସ କହିଥିଲେ ଯେ ଇଂଲଣ୍ଡ ଖେଳାଳିଙ୍କୁ ଆଇପିଏଲରେ ଖେଳିବାକୁ ଅନୁମତି ମିଳିବ ନାହିଁ। ଟିମ୍ ଖେଳାଳିଙ୍କୁ ବିଶ୍ରାମ ଦେବ, କିନ୍ତୁ ସେମାନେ ଆଇପିଏଲ୍ ଖେଳିପାରିବେ ନାହିଁ।

Advertisment

ଇଂଲଣ୍ଡର ସାମ୍ କୁରାନ୍ ଓ ମୋଇନ୍ ଅଲୀ ଚେନ୍ନାଇ ସୁପର୍ କିଙ୍ଗସର ଦୁଇ ପ୍ରମୁଖ ଖେଳାଳି। ଦୁଇ ଅଲରାଉଣ୍ଡର ମଧ୍ୟ ଆଇପିଏଲର ୧୪ଶ ସଂସ୍କରଣରେ ଚୂଡ଼ାନ୍ତ ଏକାଦଶରେ ନିୟମିତ ସ୍ଥାନ ପାଇଛନ୍ତି। ମୋଇନଙ୍କୁ ୭ କୋଟି ଓ କୁରାନଙ୍କୁ ୫.୫ କୋଟି ଟଙ୍କାରେ ଚେନ୍ନାଇ କିଣିଥିଲା । ଚଳିତ ସିଜନରେ ଚେନ୍ନାଇ ମୋଇନଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଛି ।

ମୋଇନ୍ ୬ ମ୍ୟାଚରେ ୧୫୭.୨୫ ଷ୍ଟ୍ରାଇକରେଟରେ ୨୦୬ ରନ୍ କରିଛନ୍ତି । ଏହାସହ ୬.୧୬ ଇକୋନୋମୀ ରେଟରେ ୫ ୱିକେଟ୍ ହାସଲ କରିଛନ୍ତି । ସେହିପରି କୁରାନ୍ ୭ ମ୍ୟାଚରେ ୯ ୱିକେଟ୍ ନିଜ ନାଁରେ କରିଛନ୍ତି। ତେଣୁ ଏହି ଦୁଇ ଇଂଲଣ୍ଡ ଖେଳାଳି ଯଦି ଆଇପିଏଲର ବାକି ମ୍ୟାଚ୍ ନ ଖେଳନ୍ତି, ତାହେଲେ ଏହା ଚେନ୍ନାଇ ପାଇଁ କ୍ଷତିକାରକ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe