Advertisment

୧୪୭ ବର୍ଷର ଇତିହାସରେ ପ୍ରଥମ: ଇଂଲଣ୍ଡ କଲା ଏହି ବଡ଼ ରେକର୍ଡ

ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲ୍ୟାଣ୍ଡ ନାଁରେ ରହିଥିଲା। ୨୦୧୭ରେ ସମାନ ଭେନ୍ୟୁରେ ନ୍ୟୁଜିଲ୍ୟାଣ୍ଡ ୧୦୯ ରନର ଟାର୍ଗେଟକୁ ବାଂଲାଦେଶ ବିପକ୍ଷରେ ୧୮.୪ ଓଭରରେ ହାସଲ କରିଥିଲା।

ECB

ECB

Advertisment

ବାଜବଲ ବା ଟେଷ୍ଟ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରି ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଇଂଲଣ୍ଡ ଏବେ ବିଶ୍ୱ ରେକର୍ଡ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚରେ ୧୦୪ ରନ ପିଛା କରୁଥିବା ଇଂଲଣ୍ଡ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି।

Advertisment

ଟେଷ୍ଟ କ୍ରିକେଟରେ ୧୦୦ କିମ୍ବା ତା’ଠାରୁ ଅଧିକ ରନ ଚେଜ କରିବାରେ ଇଂଲଣ୍ଡ ନୂଆ କୀର୍ତ୍ତିମାନ ହାସଲ କରିଛି। ସବୁଠାରୁ କମ ଓଭରରେ ୧୦୦ରୁ ଅଧିକ ରନ ସଫଳତାର ଚେଜ କରି ଇଂଲଣ୍ଡ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି।

୧୦୪ ରନର ପିଛା କରୁଥିବା ଇଂଲଣ୍ଡ ଅବଶ୍ୟ ୧ ରନରେ ଜ୍ୟାକ କ୍ରାଉଲୀଙ୍କୁ ହରାଇଥିଲା। କିନ୍ତୁ ବେନ ଡକେଟ ୧୮ ବଲରେ ୨୭, ଡେବ୍ୟୁଟାଣ୍ଟ ଜ୍ୟାକବ ବେଥେଲ୍ଲଙ୍କ ୩୭ ବଲରେ ଅପରାଜିତ ୫୦ ଓ ଜୋ ରୁଟଙ୍କ ୧୫ ବଲରେ ଅପରାଜିତ ୨୩ ରନ ବଳରେ ଇଂଲଣ୍ଡ ୧୨.୪ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଟେଷ୍ଟ କ୍ରିକେଟରେ ୧୦୦ରୁ ଅଧିକ ରନ ଚେଜ କରିବା ଘଟଣାରେ ଏହା ସବୁଠାରୁ ଦ୍ରୁତତମ।

Advertisment

ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲ୍ୟାଣ୍ଡ ନାଁରେ ରହିଥିଲା। ୨୦୧୭ରେ ସମାନ ଭେନ୍ୟୁରେ ନ୍ୟୁଜିଲ୍ୟାଣ୍ଡ ୧୦୯ ରନର ଟାର୍ଗେଟକୁ ବାଂଲାଦେଶ ବିପକ୍ଷରେ ୧୮.୪ ଓଭରରେ ହାସଲ କରିଥିଲା। 

ହେଲେ ଇଂଲଣ୍ଡ ଆଜି ୧୦୦ରୁ ଅଧିକ ରନର ଟାର୍ଗେଟକୁ ୧୨.୪ ଓଭରରେ ହାସଲ କରି ନୂଆ ରେକର୍ଡ କରିଛି। ଏଥିସହ ୧୦୦ରୁ ଅଧିକ ରନ ଚେଜ କରିବା ବେଳେ ରନ ରେଟ ୮.୨୧ ରହିଥିବା ମଧ୍ୟ ବିଶ୍ୱ ଟେଷ୍ଟ କ୍ରିକେଟରେ ପ୍ରଥମ ଘଟଣା।

ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ତିଜ ନାଁରେ ଥିଲା। ଭାରତ ବିପକ୍ଷ ୧୯୮୩ ମସିହା ଟେଷ୍ଟରେ ଇଣ୍ଡିଜ ଟିମ ୧୭୨ ରନର ଟାର୍ଗେଟକୁ ପିଛା କରୁଥିଲା। ଏହି ସମୟରେ ଦଳର ରନ ରେଟ ହାର ୬.୮୨ ରହିଥିଲା।

ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସ ମଧ୍ୟରେ ପ୍ରଥମଥର ପାଇଁ କୌଣସି ଟିମ ୧୦୦ରୁ ଅଧିକ ରନ ଚେଜ କରୁଥିବା ବେଳେ ଓଭର ପିଛା ରନ ହାର ୮ରୁ ଅଧିକ ରଖିବାକରେ ଇଂଲଣ୍ଡ ସଫଳ ହୋଇଛି। 

ଇଂଲଣ୍ଡ ଏବେ ଆଉ ଏବ ରେକର୍ଡର ଅଧିକାରୀ ହୋଇଛି। ଦଳ କ୍ରମାଗତ ୫ଟି ଟେଷ୍ଟ ସିରିଜ(୨ଟି ଘରେ ଓ ୩ଟି ବିଦେଶ)ର ପ୍ରଥମ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଦଳ ୨୦୨୩ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ହାରିଥିଲା। ତା’ ପରଠାରୁ ଯେତେ ଟେଷ୍ଟ ସିରିଜ ଦଳ ଖେଳିଛି ତା’ର ପ୍ରଥମ ମ୍ୟାଚ୍‌ ଜିତିଛି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କେନ ୱିଲିୟମସନଙ୍କ ୯୩ ଓ ଗ୍ଲେନ ଫିଲିପ୍ସଙ୍କ ୫୮ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୩୪୮ ରନ କରି ଅଲଆଉଟ ହୋଇଯାଇଥିଲା। ବ୍ରାୟଡନ କାର୍ସେ ୪ଟି ଓ ସୋଏବ ବଶିର ୪ଟି ୱିକେଟ ନେଇଥିଲେ।

ଏହାର ଜବାବରେ ଇଂଲଣ୍ଡ ହ୍ୟାରୀ ବ୍ରୁକଙ୍କ ୧୭୧, ଓଲି ପୋପଙ୍କ ୭୭ ଓ ବେନ ଷ୍ଟୋକ୍ସଙ୍କ ୮୦ ରନ ବଳରେ ୪୯୯ ରନ କରିଥିଲା। ଏଥିସହ ଦଳ ୧୫୧ ରନର ଲିଡ ପାଇଥିଲା।

୧୫୧ ରନ ପଛରେ ଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସରେ କେନ ୱିଲିୟମସନଙ୍କ ୬୧ ଓ ଡାରେଲ ମିଚେଲଙ୍କ ୮୪ ରନ ବଳରେ ୨୫୪ ରନ କରିପାରିଥିଲା। ଫଳରେ ଇଂଲଣ୍ଡକୁ ମ୍ୟାଚ୍‌ ଜିତିବା ପାଇଁ ୧୦୪ ରନର ଟାର୍ଗେଟ ମିଳିଥିଲା। ପ୍ରଥମ ଇନିଂସରେ ୪ଟି ୱିକେଟ ନେଇଥିବା କାର୍ସେ ଦ୍ୱିତୀୟ ପାଳିରେ ୬ ୱିକେଟ ନେଇଥିଲେ। ସେ ପ୍ରଥମଥର ୧୦ ୱିକେଟ ନେବାର କୀର୍ତ୍ତିମାନ ମଧ୍ୟ ହାସଲ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି।

୧୦୪ ରନର ଟାର୍ଗେଟକୁ ଇଂଲଣ୍ଡ ମାତ୍ର ୨ଟି ୱିକେଟ ହରାଇ ୧୨.୪ ଓଭରରେ ହାସଲ କରିନେଇଛି। ଏଥିସହ ୩ ମ୍ୟାଚ୍‌ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe