Advertisment

ଅନ୍ତର୍ଜାତୀୟ କ୍ରିକେଟକୁ ପୁଣି ଫେରିବେ ଫ୍ୟାନ୍, ଟେଷ୍ଟ ମ୍ୟାଚ୍ ଦେଖିବେ ୧୮ହଜାର ଦର୍ଶକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ପୁଣିଥରେ ବଡ଼ ସଂଖାରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବେ । ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜୁନ୍ ୧୦ ତାରିଖରୁ ଏଜବାଷ୍ଟନରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୮ହଜାର ଦର୍ଶକଙ୍କୁ ଅନୁମତି ମିଳିଛି । ଏ ନେଇ ସରକାର ଓ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ସହମତି ହୋଇଛି। ମଇଦାନରେ ପ୍ରବେଶ କରିବା ସମୟରେ ଫ୍ୟାନଙ୍କୁ ୨୪ ଘଣ୍ଟା ପୂର୍ବର ନେଗେଟିଭ୍ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ମଇଦାନକୁ ଆସିବାକୁଥିବା […]

ଅଦ୍ୟତନ ହୋଇଛି
ଅନ୍ତର୍ଜାତୀୟ କ୍ରିକେଟକୁ ପୁଣି ଫେରିବେ ଫ୍ୟାନ୍, ଟେଷ୍ଟ ମ୍ୟାଚ୍ ଦେଖିବେ ୧୮ହଜାର ଦର୍ଶକ

stadium

Advertisment

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ପୁଣିଥରେ ବଡ଼ ସଂଖାରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବେ । ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜୁନ୍ ୧୦ ତାରିଖରୁ ଏଜବାଷ୍ଟନରେ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୮ହଜାର ଦର୍ଶକଙ୍କୁ ଅନୁମତି ମିଳିଛି । ଏ ନେଇ ସରକାର ଓ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ସହମତି ହୋଇଛି।

Advertisment

ମଇଦାନରେ ପ୍ରବେଶ କରିବା ସମୟରେ ଫ୍ୟାନଙ୍କୁ ୨୪ ଘଣ୍ଟା ପୂର୍ବର ନେଗେଟିଭ୍ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ମଇଦାନକୁ ଆସିବାକୁଥିବା ସବୁ ବ୍ୟକ୍ତିଙ୍କର ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଦରକାର । ଲର୍ଡ୍ସରେ ଜୁନ୍ ୨ ତାରିଖରେ ହେବାକୁଥିବା ପ୍ରଥମ ଟେଷ୍ଟରେ କିନ୍ତୁ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ । ଏହି କାରଣରୁ ଏମସିସି ଯୁବକଙ୍କୁ ଅଧିକରୁ ଅଧିକ ଟିକେଟ୍ ଦେବା କଥା କହିଛି । କାରୋନା ମହାମାରୀ ଭିତରେ କାଉଣ୍ଟି କ୍ରିକେଟରେ ମଧ୍ୟ ଫ୍ୟାନଙ୍କୁ ଆସିବାକୁ ଅନୁମତି ମିଳିସାରିଛି ।

ଏଜବାଷ୍ଟନର ସିଇଓ ଷ୍ଟୁଆର୍ଟ କେନ୍ କହିଛନ୍ତି, ଏହି ବଡ଼ ଷ୍ଟାଡିୟମର ସମ୍ପୂର୍ଣ୍ଣ ଅଲଗା । ଆମ ପାଖରେ ଅଭିଜ୍ଞ ଅପରେସନାଲ୍ ଟିମ୍ ଅଛି, ଯାହା ଭଲ କରିବା ଜାଣେ । ଗତ ଗ୍ରୀଷ୍ମରେ ଆମେ ଏଭଳି ଇଭେଣ୍ଟ ଆୟୋଜନ କରିଥଲୁ । ଆମେ ପ୍ରତିଥର ଏଭଳି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଆଶାବାଦୀ ରହିଛୁ । ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁଯୋଗ ପାଇବା ନିଶ୍ଚିତ ଭାବେ ହଜାର ହଜାର ଫ୍ୟାନଙ୍କ ପାଇଁ ଖୁସିର କଥା ବୋଲି ଷ୍ଟୁଆର୍ଟ କହିଛନ୍ତି ।

Advertisment

ଇଂଲଣ୍ଡର ସାଉଥାମ୍ପଟନ୍ ମଇଦାନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ୪ହଜାର ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ପାଇଁ ଅନୁମତି ମିଳିବ । ୨ହଜାର ଟିକେଟ୍ ଆଇସିସିର ସ୍ପନସରଙ୍କୁ ମିଳିବ । ଟିମ୍ ଇଣ୍ଡିଆ ଜୁନ୍ ୨ ତାରିଖରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ । ଭାରତୀୟ ଟିମ୍ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛି । ଟିମ୍ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ବ୍ୟତୀତ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe