Advertisment

୧୪୭ ବର୍ଷରେ ପ୍ରଥମ: ଇଂଲଣ୍ଡ କଲା ଏମିତି ବିଶ୍ୱ ରେକର୍ଡ

୧୪୭ ବର୍ଷର ଟେଷ୍ଟ କ୍ରିକେଟର ଇତିହାସରେ ଯାହା ଘଟି ନଥିଲା, ସେକଥା ବେନ ଷ୍ଟୋକ୍ସଙ୍କ ଇଂଲଣ୍ଡ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରି ଦେଖାଇଛି।

ENG

ENG

Advertisment

ଟେଷ୍ଟ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଇଂଲଣ୍ଡ ଏବେ ପ୍ରତିଟି ମ୍ୟାଚ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଏହିକ୍ରମରେ ଦଳ ନାଁରେ ଆଉ ଏକ ବିଶ୍ୱ ରେକର୍ଡ ଯୋଡ଼ି ହୋଇଯାଇଛି। ୧୪୭ ବର୍ଷର ଟେଷ୍ଟ କ୍ରିକେଟର ଇତିହାସରେ ଯାହା ଘଟି ନଥିଲା, ସେକଥା ବେନ ଷ୍ଟୋକ୍ସଙ୍କ ଇଂଲଣ୍ଡ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରି ଦେଖାଇଛି।

Advertisment

ୱେଲିଙ୍ଗଟନରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ୫୩୩ ରନର ଲିଡ ହାସଲ କରି ନେଇଛି। ୪ ଜଣ ଇଂଲିଶ ବ୍ୟାଟର ୫୦ରୁ ଅଧିକ ରନ କରି ପୂରା ଇନିଂସରେ ନିଜର ଦବଦବା ଦେଖାଇଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୦ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡକୁ ୧୨୫ ରନରେ ରୋକି ଦେଇଥିଲା।

ତେବେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୭୮ ରନ କରିନେଇଛି। ଏହି ମ୍ୟାଚ୍‌ରେ ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ୫୦୦,୦୦୦ ରନ ପୂରଣ କରିଛି। ଇଂଲଣ୍ଡ ନିଜର ୧୦୮୨ ତମ ଟେଷ୍ଟ ମ୍ୟାଚ୍‌ରେ ଏପରି କୀର୍ତ୍ତିମାନ ହାସଲ କରିଛି।

Advertisment

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ଏଯାଏ ୪,୨୮,୮୬୮ ରନ କରିଛି। ୨,୭୮,୭୫୧ ରନ ସହ ଭାରତ ତାଲିକାର ତୃତୀୟ ସ୍ଥାନରେ ଅଛି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଗସ ଅଟକିନସନଙ୍କ ହ୍ୟାଟ୍ରିକ ବଳରେ ଇଂଲଣ୍ଡ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୧୨୫ ରନରେ ଅଟକାଇ ଦେଇଥିଲା। ଏହାପରେ ବ୍ୟାଟରମାନେ କମାଲ କରି ପୂରା ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଏବେ ଇଂଲଣ୍ଡ ୫୩୩ ରନର ଲିଡ ହାସଲ କରିନେଇଛି।

ପ୍ରଥମ ଇନିଂସରେ ୧୫୫ ରର ଲିଡ ପାଇଥିବା ଇଂଲଣ୍ଡ ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୫ ୱିକେଟ ହରାଇ ୩୭୮ ରନ କରି ନେଇଛି। ଜୋ ରୁଟ ୭୩ ଓ ବେନ ଷ୍ଟୋକ୍ସ ୩୫ ରନ କରି କ୍ରିଜରେ ରହିଛନ୍ତି।

ଜ୍ୟାକ କ୍ରାଉଲୀ ୮ ରନ କରି ଆଉଟ ହୋଇଥିବା ବେଳେ ବେନ ଡକେଟ ୯୨, ଜ୍ୟାକବ ବେଥେଲ୍ଲ ୯୬ ଓ ହ୍ୟାରୀ ବ୍ରୁକ ୫୫ ରନର ଇନିଂସ ଖେଳିଛନ୍ତି। ଇଂଲଣ୍ଡ ଆଜି ୭୬ ଓଭର ବ୍ୟାଟିଂ କରି ୫ ୱିକେଟ ହରାଇ ୩୭୮ ରନ କରିଛି।

England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe