Advertisment

ଲର୍ଡ୍ସରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ, ଫେରିଲେ ଈଶାନ୍ତ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଉକ୍ତ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭାରତ କ୍ୟାପଟେନ ବିରାଟ୍ କୋହଲି ପୁଣିଥରେ ଟସ୍ ହାରିଛନ୍ତି। ଟସ୍ ହାରିଥିଲେ ହେଁ ଭାରତ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ […]

ଅଦ୍ୟତନ ହୋଇଛି
ଲର୍ଡ୍ସରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ, ଫେରିଲେ ଈଶାନ୍ତ

india-vs-eng

Advertisment

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଉକ୍ତ ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭାରତ କ୍ୟାପଟେନ ବିରାଟ୍ କୋହଲି ପୁଣିଥରେ ଟସ୍ ହାରିଛନ୍ତି। ଟସ୍ ହାରିଥିଲେ ହେଁ ଭାରତ ପ୍ରଥମେ ବ୍ୟାଟିଂ କରିବ।

Advertisment

ଉକ୍ତ ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯାଇଛି। ତେବେ ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ଆହତ କାରଣରୁ ଟିମର ଅଭିଜ୍ଞ ବୋଲର ଷ୍ଟୁଆର୍ଟ ବ୍ରଡ୍ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମାର୍କ ଉଡଙ୍କୁ ସୁଯୋଗ ମିଳିଛି। ସେହିପରି ଖରାପ ଫର୍ମରେ ଥିବା ଡାନ୍ ଲରେନ୍ସ ଓ ଜ୍ୟାକ୍ କ୍ରଲୀଙ୍କୁ ବାଦ୍ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ହସୀବ ହମିଦ୍ ଓ ଅଲରାଉଣ୍ଡର ମୋଇନ୍ ଅଲୀଙ୍କୁ ସାମିଲ୍ କରାଯାଇଛି। ଟିମର ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ଖେଳୁଛନ୍ତି।

Advertisment

https://twitter.com/BCCI/status/1425757040178200581?s=20

https://twitter.com/englandcricket/status/1425756659843010561?s=20

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଥିଲା। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ଟାର୍ଗେଟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ପଞ୍ଚମ ଦିବସ ଖେଳକୁ ବର୍ଷା ଧୋଇ ଦେଇଥିଲା, ଯେଉଁକାରଣରୁ ମ୍ୟାଚକୁ ଡ୍ର’ ଘୋଷିତ କରାଯାଇଥିଲା।

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ରୋରୀ ବର୍ନସ୍, ଡମ୍ ସିବଲେ, ହସୀମ ହମିଦ୍, ଜୋ ରୁଟ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ, ଜୋସ୍ ବଟଲର (ୱିକେଟକିପର), ସାମ୍ କୁରାନ, ଓଲି ରବିନସନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe