Advertisment

ବିସ୍ଫୋରକ ଶତକ ସହ ବିଶ୍ୱ ରେକର୍ଡ କଲେ ଫିଲ ସଲ୍ଟ

୧୮୩ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ପାଇଁ ସଲ୍ଟ ଓ ୱିଲ ଜ୍ୟାକ୍ସ ଇଂନିସ ଆରମ୍ଭ କରିଥିଲେ। ଉଭୟ ଆଟାକିଂ କ୍ରିକେଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୪ ଓଭର ସୁଦ୍ଧା ଦଳୀୟ ସ୍କୋର ୫୦ ପାର କରିଥିଲା।

author-image
Hemant Lenka
salt

salt

ଇଂଲଣ୍ଡର ଓପନର ଫିଲ ସଲ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ନିଜ ଟି-୨୦ କ୍ୟାରିୟରରେ ସଲ୍ଟ ତୃତୀୟ ଶତକ ହାସଲ କରିବାରୁ ଭ୍ରମଣକାରୀ ଇଂଲଣ୍ତ ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ମାତ ଦେଇଛି।

Advertisment

୧୮୩ ରନକୁ ପିଛା କରୁଥିବା ଇଂଲଣ୍ଡ ପାଇଁ ସଲ୍ଟ ୫୪ ବଲରେ ଅପରାଜିତ ୧୦୩ ରନ କରିଛନ୍ତି। ଏହି ଇନିଂସରେ ସେ ୯ଟି ଚୌକା ଓ ୬ଟି ବିଶାଳ ଛକା ମାରିଛନ୍ତି। ଏହି ବିସ୍ଫୋରକ ଇନିଂସ ବଳରେ ଇଂଲଣ୍ଡ ୧୯ ବଲ ପୂର୍ବରୁ ପ୍ରଥମ ଟି-୨୦କୁ ଜିତି ନେଇଛି।

ଏହି ଇଂନିସ ପରେ ସଲ୍ଟ ଟି-୨୦ରେ ବିଶ୍ୱ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଗୋଟିଏ ଦଳ ବିପକ୍ଷରେ ଟି-୨୦ରେ ୩ଟି ଶତକ ହାସଲ କରିଛି। ଗତବର୍ଷ ସଲ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ୨ଟି ଟି-୨୦ରେ ୨ଟି ଶତକ ହାସଲ କରିଥିଲେ। ଏହାବାଦ ସେ ଜୋଶ ବଟଲରଙ୍କୁ ପଛରେ ପକାଇ ଇଂଲଣ୍ଡର ୱିକେଟ କିପର ବ୍ୟାଟର ଭାବେ ଟି-୨୦ରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି।

Advertisment

ମ୍ୟାଚ କଥା ବିଚାରକୁ ନେଲେ ଇଂଲଣ୍ଡ ଟିମର ଅଧିନାୟକ ବଟଲର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ରୋଭମନ ପାୱେଲଙ୍କ ଇଣ୍ଡିଜ ଟିମ ଏକଦା ୮ ୱିକେଟ ହରାଇ ୧୧୭ ରନ କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଦଳର ନିମ୍ନକ୍ରମ ବ୍ୟାଟର କମାଲ କରି ୨୦ ଓଭରରେ ୯ ୱିକେଟ ହରାଇ ୧୮୨ ରନ କରିଥିଲେ।

ଦଳ ପାଇଁ ନିକୋଲସ ପୂରନ ୨୯ ବଲରେ ୩୮ ରନ, ରୋମାରିଓ ଶେଫର୍ଡ ୨୨ ବଲରେ ଅପରାଜିତ ୩୫, ଗୁଡାକେଶ ମୋତି ୧୪ ବଲରେ ୩୩ ଓ ଆନ୍ଦ୍ରେ ରସେଲ ୧୭ ବଲରେ ୩୦ ରନର ଇନିଂସ ଖେଳିଥିଲେ।

ଇଂଲଣ୍ଡ ପାଇଁ ସାକିବ ମହମୁଦ ୪ଟି ୱିକେଟ ନେଇଥିବା ବେଳେ ଲେଗ ସ୍ପିନର ଆଦିଲ ରଶିଦଙ୍କ ଖାତାକୁ ୩ଟି ସଫଳତା ଯାଇଥିଲା। ଜାମି ଓଭରଟନ ଓ ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୧୮୩ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ପାଇଁ ସଲ୍ଟ ଓ ୱିଲ ଜ୍ୟାକ୍ସ ଇଂନିସ ଆରମ୍ଭ କରିଥିଲେ। ଉଭୟ ଆଟାକିଂ କ୍ରିକେଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୪ ଓଭର ସୁଦ୍ଧା ଦଳୀୟ ସ୍କୋର ୫୦ ପାର କରିଥିଲା।

୬ଷ୍ଠ ଓଭରରେ ସଲ୍ଟ ଛକା ମାରି ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସମାନ ଓଭରରେ ଇଂଲଣ୍ତ ୭୩ ରନରେ ଜ୍ୟାକ୍ସଙ୍କୁ ହରାଇଥିଲା। ସେ ୧୦ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଜୋଶ ବଟଲର ନିଜର କମବ୍ୟାକ ମ୍ୟାଚ୍‌ରେ ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ।

ତେବେ ଡେବ୍ୟୁଟାଣ୍ଟ ଜ୍ୟାକବ ବେଥେଲ ଓ ସଲ୍ଟ ଦମଦାର ବ୍ୟାଟିଂ କରିଥିଲେ। ୧୦ ଓଭର ସୁଦ୍ଧା ଦଳୀୟ ସ୍କୋର ୧୦୦ ପାର କରି ଯାଇଥିଲା। ୧୩ତମ ଓଭରରେ ସଲ୍ଟ ଓ ବେଥେଲଙ୍କ ମଧ୍ୟରେ ୫୦ ରନ ଭାଗିଦାରୀ ପୂରଣ ହୋଇଥିଲେ। ୧୫ତମ ଓଭରରେ ଇଂଲଣ୍ଡ ୧୫୦ ମାର୍କ ଛୁଇଁ ଥିଲା।

ପରବର୍ତ୍ତୀ ଓଭରରେ ବେଥେଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୭ତମ ଓଭରରେ ଭାଗିଦାରୀ ୧୦୦ ରନ ପୂରଣ ହେବା ସହ ସଲ୍ଟ ମଧ୍ୟ ନିଜର ଶତକ ହାସଲ କରିଥିଲେ। ଇଂଲଣ୍ଡ ୩.୫ ଓଭର ପୂର୍ବରୁ ମ୍ୟାଚ୍‌ କବାଜ କରିଥିବା ବେଳେ ସଲ୍ଟ ଓ ବେଥେଲ ତୃତୀୟ ୱିକେଟ ପାଇଁ ୬୧ ବଲରେ ୧୦୭ ରନ ଯୋଡ଼ିଥିଲେ।

ସଲ୍ଟ ଶେଷ ଯାଏ ୫୪ ବଲରେ ୧୦୩ ଓ ବେଥେଲ ୩୬ ବଲରେ ୫୮ ରନ କରି ଅପରାଜିତ ରହିଥିଲେ। ଦମଦାର ଶତକ ପାଇଁ ସଲ୍ଟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Cricket West Indies T20 Match England T20 Cricket Phil Salt