ଦ୍ୱିତୀୟ ଟେଷ୍ଟ: ଡ୍ରାଇଭିଂ ସିଟ୍‌ରେ ଇଂଲଣ୍ଡ, ମ୍ୟାଚ୍‌ ବଞ୍ଚାଇ ପାରିବ ତ ଭାରତ?

ଲିଡ୍ସ: ଲର୍ଡ୍ସରେ ହାରିଥିବା ଘରୋଇ ଇଂଲଣ୍ଡ ଲିଡ୍ସ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମେ ବୋଲିଂରେ କମାଲ କରି ଭାରତକୁ ମାତ୍ର ୭୮ ରନ୍‌ରେ ଅଲଆଉଟ କରି ଦେଇଥିବା ଇଂଲିଶ ଟିମ୍‌ ବ୍ୟାଟିଂରେ ମଧ୍ୟ ନିଜ ଯାଦୁ ଦେଖାଇଛି। ପ୍ରଥମ ଦିନ ଭଳି ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳ ଚମତ୍କାର ବ୍ୟାଟିଂ କରିଛି। ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଏବେ ଭାରତୀୟ ସ୍କୋର ଠାରୁ ୩୪୫ ରନ୍‌ ଆଗରେ ରହିଛି। ଦଳ ପାଖରେ ଆହୁରି ୨ଟି […]

Root

Root

Hemant Lenka
  • Published: Friday, 27 August 2021
  • Updated: 27 August 2021, 09:00 AM IST

Sports

Latest News

ଲିଡ୍ସ: ଲର୍ଡ୍ସରେ ହାରିଥିବା ଘରୋଇ ଇଂଲଣ୍ଡ ଲିଡ୍ସ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମେ ବୋଲିଂରେ କମାଲ କରି ଭାରତକୁ ମାତ୍ର ୭୮ ରନ୍‌ରେ ଅଲଆଉଟ କରି ଦେଇଥିବା ଇଂଲିଶ ଟିମ୍‌ ବ୍ୟାଟିଂରେ ମଧ୍ୟ ନିଜ ଯାଦୁ ଦେଖାଇଛି। ପ୍ରଥମ ଦିନ ଭଳି ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳ ଚମତ୍କାର ବ୍ୟାଟିଂ କରିଛି।

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ଏବେ ଭାରତୀୟ ସ୍କୋର ଠାରୁ ୩୪୫ ରନ୍‌ ଆଗରେ ରହିଛି। ଦଳ ପାଖରେ ଆହୁରି ୨ଟି ୱିକେଟ ବାକି ରହିଛି। ତେଣୁ ଭାରତ ତା’ର ଦ୍ୱିତୀୟ ଇନିଂସ୍‌ରେ କେମିତି ବ୍ୟାଟିଂ କରୁଛି, ତା’ ଉପରେ ସମସ୍ତଙ୍କ ନଜର। ଭାରତ ପ୍ରାୟ ୩ ଦିନ ବ୍ୟାଟିଂ କରିବ। ଏହି ସମୟରେ ବିରାଟ ବାହିନୀ ମ୍ୟାଚ୍‌ ବଞ୍ଚାଇ ପାରିବ କି ନାହିଁ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୮ ୱିକେଟ ହରାଇ ୪୨୩ ରନ୍‌ କରିଛି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଳ ତା’ର ପ୍ରଥମ ଇନିଂସରେ ୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାଟିଂ କରି ବିନା ୱିକେଟରେ ୧୨୦ ରନ୍‌ ହାସଲ କରିନେଇଥିଲା। ଦ୍ୱିତୀୟ ଦିନ ଆରମ୍ଭରୁ ଦଳର ଦୁଇ ଅପରାଜିତ ବ୍ୟାଟସମ୍ୟାନ୍‌ ରୋରି ବର୍ନସ ଓ ହସୀବ ହମିଦ ସତର୍କତାର ସହ ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋରରେ ଆଉ ୧୫ ରନ୍‌ ଯୋଡ଼ି ବର୍ନସ(୬୧) ମହମ୍ମଦ ଶାମିଙ୍କ ଶିକାର ବନିଥିଲେ। ଦଳୀୟ ସ୍କୋର ୧୫୯ ଥିବା ବେଳେ ୬୮ ରନ୍‌ କରିଥିବା ହମିଦଙ୍କ ୱିକେଟ ରବୀନ୍ଦ୍ର ଜାଡେଜା ନେଇଥିଲେ।

କିନ୍ତୁ ଦୀର୍ଘ ୩ ବର୍ଷ ପରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଡାୱିଡ ମଲାନ ଓ ଜବରଦସ୍ତ ଫର୍ମରେ ଥିବା ଅଧିନାୟକ ଜୋ ରୁଟ୍‌ ଚମତ୍କାର ଢଙ୍ଗରେ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳର ସ୍କୋରକୁ ୨୯୮ରେ ପହଞ୍ଚାଇଥିଲେ।

ମଲାନ ୭୦ ରନ୍‌ କରି ସିରାଜଙ୍କ ବଲ୍‌ରେ ଆଉଟ ହୋଇଥିଲେ ହେଁ ଏହାର ପ୍ରଭାବ ରୁଟ୍‌ଙ୍କ ଉପରେ ପଡ଼ି ନଥିଲା। ତାଙ୍କୁ ପ୍ରଥମେ ଜନ୍ନି ବେୟାରଷ୍ଟୋ(୧୯) ଓ ଜୋଶ ବଟଲର(୭) କିଛି ସମୟ ସାଥ ଦେଇଥିଲେ। ଏହି ସମୟରେ ରୁଟ୍‌ ନିଜ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର୍‌ରେ ଆଉ ଏକ ଶତକ ମଧ୍ୟ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ବି ସେ ଅଟକି ନଥିଲେ। ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଚାଲିଥିଲେ। କିନ୍ତୁ ଇଂଲଣ୍ଡ ୩୮୩ ରନ୍‌ରେ ଥିବା ବେଳେ ଯଶପ୍ରୀତ ବୁମ୍ରା ୧୨୧ ରନ୍‌ କରିଥିବା ରୁଟ୍‌ଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ। ଏହାପରେ ମୋଇନ ଅଲୀ(୮)ଙ୍କ ୱିକେଟ ଜାଡେଜାଙ୍କ ଖାତାକୁ ଯାଇଥିଲା।

ଲର୍ଡସରେ ଫେଲ ମାରିଥିବା ସାମ କରନ୍‌(୧୫) ମଧ୍ୟ କିଛି ଦର୍ଶନୀୟ ଶଟ୍‌ ଖେଳିଥିଲେ। ହେଲେ ତାଙ୍କୁ ସିରାଜ ପ୍ୟାଭିଲିୟନ ପଠାଇ ଇଂଲଣ୍ଡକୁ ୮ମ ଝଟକା ଦେଇଥିଲେ। ସିରିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କ୍ରେଗ ଓଭରଟନ ମଧ୍ୟ ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ଦ୍ୱିତୀୟ ଶେଷ ହେବା ବେଳକୁ ୨୪ ରନ୍‌ କରି ଅପରାଜିତ ଥିବା ବେଳେ ତାଙ୍କ ସହ ଓଲି ରବିନସନ ରହିଛନ୍ତି। କ୍ରିଜରେ ଓଭରଟନ୍‌ ଥିବାରୁ ଇଂଲଣ୍ଡ ତୃତୀୟ ଦିନରେ ମଧ୍ୟ ନିଜର ଲିଡ୍‌କୁ ଆହୁରି ଆଗକୁ ନେବାକୁ ଲକ୍ଷ୍ୟ ରଖିଛି।

ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ବୁମ୍ରାଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story