ନ୍ୟୁଜିଲ୍ୟାଣ୍ଡ ଗଲା, ଏବେ ଇଂଲଣ୍ଡ ବି ଆସିବନି ପାକିସ୍ତାନ!

ଲଣ୍ଡନ: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଶେଷ ମୁହୂର୍ତ୍ତରେ ବାତିଲ କରି ନ୍ୟୁଜିଲ୍ୟାଣ୍ଡ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛି। ଆଜି ପାକିସ୍ତାନ ତା’ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥାଆନ୍ତା। ହେଲେ ଟସ୍‌ର ମାତ୍ର କିଛି ଘଣ୍ଟା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ସୁରକ୍ଷା ଦୃଷ୍ଟି କୋଣରୁ ସିରିଜ୍‌କୁ ବାତିଲ କରିଦେଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ନ୍ୟୁଜିଲ୍ୟାଣ୍ଡର ଏପରି ପଦକ୍ଷେପ ପରେ ଇଂଲଣ୍ଡ କ୍ରିକେଟ […]

ICC1

Hemant Lenka
  • Published: Friday, 17 September 2021
  • , Updated: 17 September 2021, 09:14 PM IST

ଲଣ୍ଡନ: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଶେଷ ମୁହୂର୍ତ୍ତରେ ବାତିଲ କରି ନ୍ୟୁଜିଲ୍ୟାଣ୍ଡ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛି। ଆଜି ପାକିସ୍ତାନ ତା’ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥାଆନ୍ତା। ହେଲେ ଟସ୍‌ର ମାତ୍ର କିଛି ଘଣ୍ଟା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ସୁରକ୍ଷା ଦୃଷ୍ଟି କୋଣରୁ ସିରିଜ୍‌କୁ ବାତିଲ କରିଦେଇଥିଲା।

ଏହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ନ୍ୟୁଜିଲ୍ୟାଣ୍ଡର ଏପରି ପଦକ୍ଷେପ ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଆକ୍ସନ ମୋଡକୁ ଚାଲି ଆସିଛି। ଆସନ୍ତା ମାସରେ ଇଂଲଣ୍ଡ ଟି-୨୦ ସିରିଜ ଖେଳିବାକୁ ପାକିସ୍ତାନ ଆସିବାର ଅଛି। ହେଲେ ନ୍ୟୁଜିଲ୍ୟାଣ୍ଡର ଏପରି ନିଷ୍ପତ୍ତି ଇଂଲଣ୍ଡକୁ ଚିନ୍ତାରେ ପକାଇଛି।

ଇଂଲଣ୍ଡ ମଧ୍ୟ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ଆରମ୍ଭ କରିଛି। ଦଳ ପାକିସ୍ତାନ ଆସିବ କି ନାହିଁ, ତା’ର ନିଷ୍ପତ୍ତି ବୋର୍ଡ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବେ ବୋଲି କହିଛି।

ବିଶ୍ୱସ୍ତ ସୂତ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଇଂଲଣ୍ଡ ମଧ୍ୟ ପାକିସ୍ତାନରେ ମ୍ୟାଚ୍‌ ଖେଳିବା ସପକ୍ଷରେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଇଂଲଣ୍ଡ ଖେଳାଳିମାନେ ପାକିସ୍ତାନ ଗସ୍ତ କରିବାକୁ ଚାହୁଁନାହାନ୍ତି। ଇଂଲିଶ ବୋର୍ଡ ମଧ୍ୟ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପାକିସ୍ତାନ ବିପକ୍ଷ ସିରିଜ୍‌ ବାତିଲ କରିବାକୁ ଚିନ୍ତା କରୁଛି। ତେଣୁ ଆସନ୍ତାକାଲି କିମ୍ବା ରବିବାର ବୋର୍ଡ ବିଧିବଦ୍ଧ ଭାବେ ସିରିଜ ବାତିଲ ସମ୍ପର୍କରେ ଘୋଷଣା କରିବ।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅକ୍ଟୋବର ମାସରେ ୨ଟି ଟି-୨୦ ମ୍ୟାଚ୍‌ ରାୱଲପିଣ୍ଡିରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ୨୦୦୫ ପରେ ପ୍ରଥମଥର ପାଇଁ ଇଂଲିଶ ଟିମ୍‌ ପାକିସ୍ତାନ ଗସ୍ତ କରିବ। ଇସିବି ଆଜି କହିଛି, ସୁରକ୍ଷା ଆଲର୍ଟ ପରେ ନ୍ୟୁଜିଲ୍ୟାଣ୍ତ ଟିମ୍ ପାକିସ୍ତାନରେ ସିରିଜ ବାତିଲ କରିଥିବା ଖବର ଆମେ ପାଇଛୁ। ଆମେ ପାକିସ୍ତାନରେ ଥିବା ଆମ ଅଧିକାରୀମାନଙ୍କୁ ବାସ୍ତବ ସୁରକ୍ଷା ସ୍ଥିତି ଯାଞ୍ଚ କରିବାକୁ କହିଛୁ। ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ବୋର୍ଡ ଯୋଜନା ମୁତାବକ ପାକିସ୍ତାନ ବିପକ୍ଷ ସିରିଜ ଖେଳାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବ।

Related story