Advertisment

ଭାରତ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ: ସ୍କ୍ୱାଡ ଘୋଷଣା କଲା ଇଂଲଣ୍ଡ

ସିରିଜ ଆରମ୍ଭ ହେବାକୁ ଆହୁରି ଦେଢ଼ ମାସ ସମୟ ବାକି ଥିବା ବେଳେ ଆଜି ଠାରୁ ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

author-image
Hemant Lenka
England

England

ଜାନୁଆରୀ ୨୫ରୁ ମାର୍ଚ୍ଚ ୧୧ ଯାଏ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ଖେଳିବା ପାଇଁ ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସିବ। ୨୦୨୪ରେ ଏହା ଇଂଲଣ୍ଡର ପ୍ରଥମ ଟେଷ୍ଟ ସିରିଜ। ସିରିଜ ଆରମ୍ଭ ହେବାକୁ ଆହୁରି ଦେଢ଼ ମାସ ସମୟ ବାକି ଥିବା ବେଳେ ଆଜି ଠାରୁ ଇଂଲଣ୍ଡ ୫ ଟିକିଆ ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

Advertisment

ବେନ ଷ୍ଟୋକ୍ସ ଟିମର ନେତୃତ୍ୱ ନେଉଥିବା ବେଳେ ସ୍କ୍ୱାଡରେ ୪ ଜଣ ପ୍ରଣ୍ଟଲାଇନ ସ୍ପିନର ରହିଛନ୍ତି। ମୋଇନ ଅଲୀ ଅବସର ନେଇ ସାରିଥିବାରୁ ଇଂଲଣ୍ଡ ଦୁଇ ଜଣ ଅନକ୍ୟାପଡ ଯୁବ ସ୍ପିନ ବୋଲରଙ୍କୁ ସ୍କ୍ୱାଡରେ ସାମିଲ କରିଛି। ୨୦ ବର୍ଷୀୟ ସୋଏବ ବସିର ଓ ୨୪ ବର୍ଷୀୟ ବାମହାତୀ ଟମ ହାର୍ଟଲୀ ଇଂଲଣ୍ଡ ଟିମ ସହ ଭାରତ ଗସ୍ତରେ ଆସିବେ। ଏମାନଙ୍କ ବ୍ୟତୀତ ଜ୍ୟାକ ଲିଚ୍‌ ଓ ରେହାନ ଅମହଦ ମଧ୍ୟ ସ୍ପିନ ବୋଲର ଭାବେ ଦଳରେ ରହିଛନ୍ତି।

ଆଶେସ ସିରିଜ ପରେ ଷ୍ଟୁଆର୍ଟ ବ୍ରଡ ଅବସର ନେଇଛନ୍ତି। ତେଣୁ ଭେଟରାନ ପେସର ଜେମ୍ସ ଆଣ୍ଡରସନ ଭାରତ ବିପକ୍ଷରେ ଦ୍ରୁତ ବୋଲିଂ ବାହୀନର ମଙ୍ଗ ସମ୍ଭାଳିବେ। ତାଙ୍କ ସହ ଗସ ଅଟକିନସନ, ମାର୍କ ଉଡ ଓ ଓଲି ରବିନସନ ରହିଛନ୍ତି। ଦିନିକିଆ ବିଶ୍ୱକପ ସ୍କ୍ୱାଡରେ ଅଟକିନସନ ଓ ଉଡ ରହିଥିଲେ।

Advertisment

ସ୍କ୍ୱାଡରେ ଜୋଶ ବଟଲର ନଥିବା ବେଳେ ବେନ ଫୋକ୍ସ ଓ ଜନ୍ନି ବେୟାରଷ୍ଟୋ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ଆଶେସ ସିରିଜରେ ଫୋକ୍ସ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳି ନଥିଲେ। ତଥାପି ତାଙ୍କୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ କରାଯାଇଛି। ଓପନର ଜାକ କ୍ରାଉଲୀ ଓ ବେନ ଡକେଟ ନିଜ ନିଜର ସ୍ଥାନ ପକ୍କା କରିଥିବା ବେଳେ ମଧ୍ୟକ୍ରମରେ ଜୋ ରୁଟ, ଓଲି ପପ, ହ୍ୟାରି ବ୍ରୁକ ଓ ବେୟାରଷ୍ଟୋ ରହିବେ।

ନଭେମ୍ବର ମାସରେ ବେନ ଷ୍ଟୋକ୍ସ ଆଣ୍ଠୁ ସର୍ଜରୀ କରିଥିଲେ। ଏବେ ସେ ସୁସ୍ଥ ହେବାରୁ ତାଙ୍କୁ ଇଂଲଣ୍ଡ ସ୍କ୍ୱାଡର ନେତୃତ୍ୱ ମିଳିଛି। କିନ୍ତୁ ସେ କେତେ ଫିଟ ରହିଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ ସୂଚୀ

ପ୍ରଥମ ଟେଷ୍ଟ: ଜାନୁଆରୀ ୨୫ରୁ ୨୯, ସ୍ଥାନ- ହାଇଦ୍ରାବାଦ

ଦ୍ୱିତୀୟ ଟେଷ୍ଟ: ଫେବୃଆରୀ ୨ରୁ ୫, ସ୍ଥାନ- ବିଶାଖାପଟନମ

ତୃତୀୟ ଟେଷ୍ଟ: ଫେବୃଆରୀ ୧୫ରୁ ୧୯, ସ୍ଥାନ- ରାଜକୋଟ

୪ର୍ଥ ଟେଷ୍ଟ: ଫେବୃଆରୀ ୨୩ରୁ ୨୭, ସ୍ଥାନ- ରାଞ୍ଚି

୫ମ ଟେଷ୍ଟ: ମାର୍ଚ୍ଚ ୭ରୁ ୧୧, ସ୍ଥାନ- ଧର୍ମଶାଲା

ଇଂଲଣ୍ଡ ସ୍କ୍ୱାଡ:ବେନ ଷ୍ଟୋକ୍ସ(ଅଧିନାୟକ), ଜେମ୍ସ ଆଣ୍ଡରସନ, ରେହାନ ଅହମଦ, ଗସ ଅଟକିସନ, ଜନ୍ନି ବେୟାରଷ୍ଟୋ, ସୋଏବ ବାସିର, ହ୍ୟାରି ବ୍ରୁକ, ଜାକ କ୍ରାଉଲୀ, ବେନ ଡକେଟ, ବେନ ଫୋକ୍ସ, ଟମ ହାର୍ଟଲୀ, ଜ୍ୟାକ ଲିଚ, ଓଲି ପପ, ଓଲି ରବିନସନ, ଜୋ ରୁଟ ଓ ମାର୍କ ଉଡ୍‌।

India Vs England England Test Match