Advertisment

ଇଂଲଣ୍ଡକୁ ୨୮୫ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ।

author-image
Debibandita Barick
ଅଦ୍ୟତନ ହୋଇଛି
England vs Afghanistan

England vs Afghanistan

ବିଶ୍ୱକପ୍ ଦିନିକିଆରେ ଆଜି ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ ଓ ଆଫଗାନିସ୍ତାନ। ଆଫଗାନିସ୍ତାନ ପ୍ରଥମ ପାଳି ଆରମ୍ଭ କରି ଇଂଲଣ୍ଡ ଆଗରେ ୨୮୫ ରନର ଟାର୍ଗେଟ ରଖିଛି। ନିର୍ଦ୍ଧାରିତ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରେହ କରିଛି ୨୮୪ ରନ୍। 

Advertisment

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆଫଗାନିସ୍ତାନର ରହମଉହ୍ଲା ଗୁର୍ବାଜ ଓ ଇବ୍ରାହିମ ଜର୍ଦାନ ପାଳି ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଦଳୀୟ ସ୍କୋର୍ ୧୧୪ ବେଳକୁ କୌଣସି ୱିକେଟ୍ ଯାଇନଥିଲା। ମାତ୍ର ୯ ରନ୍ ମଧ୍ୟରେ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା। ୧୨୨ ରନ୍ ବେଳକୁ ୩ଟି ୱିକେଟ ହରାଇଥିବା ଆଫଗାନିସ୍ତାନ। 

ପ୍ରଥମେ ଇବ୍ରାହିମ ୪୮(୨୮) ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହାପରେ ତାଙ୍କ ସ୍ଥାନରେ ଆସିଥିବା ରହମତ୍ ଶାହ ୩(୮) ରନ୍ କରି ଜୋଶ୍ ବଟଲରଙ୍କ ବଲର ଶିକାର ହୋଇଥିଲେ। ବଟଲରଙ୍କ ପରବର୍ତ୍ତୀ ବଲର ଶିକାର ହୋଇଥିଲେ ଗର୍ବାଜ। ସେ ୫୭ ବଲରେ ୮୦ ରନ୍ କରି ପାଭିଲିଅନ୍ ଫେରିଥିଲେ। 

Advertisment

ହସମଉହ୍ଲା ଶାହିଦି ଏବଂ ଅଜମତଉହ୍ଲା ଓମାର୍ଜାଇ ନୂଆ ଯୋଡି ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ। ଉଭୟ ୧୪ ଓ ୧୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଅଜମତଉହ୍ଲାଙ୍କ ପରେ ଆସିଥିବା ଇକ୍ରାମ ଅଲିଖିଲ ଭଲ ପାଳି ଆରମ୍ଭ କରିଥିଲେ। ସେ ଦଳୀୟ ସ୍କୋରକୁ ଦୃଢ ସ୍ଥିତିକୁ ନେଇଥିଲେ। ମାତ୍ର ଅର୍ଦ୍ଧଶତକୀୟ ପାଳିରୁ ବଞ୍ଚିତ ହୋଇଥିଲେ ଅଲିଖିଲ। ସେ ୫୮(୬୬) ରନ୍ କରିଥିବା ବେଳେ ଆର୍ ଟୋପଲିଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ଯାଇଥିଲେ।

ଶେଷ ଭାଗକୁ ରଶିଦ ଖାନ୍ ଏବଂ ମୁଜିବ ରହମନ୍ ଯଥାକ୍ରମେ ୨୩(୨୨) ଓ ୨୮(୧୬), ମହମ୍ମଦ ନବି ୯(୧୫), ନବିନ-ଉଲ୍-ହକ ୫(୬) ଏବଂ ଫାଜଲହକ୍ ଫାରୁକି ୨(୪) ରନ୍ ଲେଖାଏଁ ସଂଗ୍ରହ କରିଥିଲେ।

ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମାର୍କ ଉଡ୍ ୨, ଟୋପଲି, ଲିଆମ ଲିଭିଂଷ୍ଟୋନ୍ ଏବଂ ଜୋ ରୁଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

CWC 2023 World Cup ICC World Cup England Vs Afghanistan