Advertisment

T20 World Cup: ସେମି ଫାଇନାଲରେ ଟସ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ

ଗତକାଲି ଖେଳା ଯାଇଥିବା ପ୍ରଥମ ସେମିରେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଟସ ଜିତିବା ସହ ଅପରାଜୟ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି।

author-image
Hemant Lenka
HCpkUT-awAATqO3

ଟସ ବେଳର ଦୃଶ୍ୟ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ଗୁରୁତ୍ୱପୂର୍ଣ୍ଣ ସେମି ଲଢ଼େଇରେ ଟସ ହାରିଛି ଭାରତ। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ ଟସ୍‌ ଜିତି ମୁମ୍ବାଇର ୱାଙ୍ଖଡେରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛନ୍ତି। ୱାଙ୍ଖଡେରେ ଚେଜ ସହଜ ହେଉଥିବା ବେଳେ କାକର ପଡ଼ିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। 

Advertisment

ଗତକାଲି ଖେଳା ଯାଇଥିବା ପ୍ରଥମ ସେମିରେ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଟସ ଜିତିବା ସହ ଅପରାଜୟ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଆଜି ମଧ୍ୟ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ତେଣୁ ଭାରତ ଟସ୍‌ ହାରିବା ସାମନ୍ୟ ଚିନ୍ତା ସୃଷ୍ଟି କରିଛି। ହେଲେ ସୂର୍ଯ୍ୟ କୁମାର ଯାଦବ ଟସ ଜିତିଥିଲେ ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ହିଁ ନେଇଥାଆନ୍ତା ବୋଲି କହିଛନ୍ତି। 

ଭାରତ ସୁପର ୮ର ପ୍ରଥମ ମ୍ୟାଚ୍‌ ହାରିଥିବା ବେଳେ ବାକି ଦୁଇଟି ମ୍ୟାଚ୍‌ ଜିତି ସେମିରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। 

Advertisment

ଅନ୍ୟପକ୍ଷରେ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରେ ଗୋଟିଏ ମ୍ୟାଚ୍‌ ହାରିଥିଲେ ହେଁ ସୁପର ୮ରେ ଦମଦାର ପ୍ରଦର୍ଶନ କରିଥିଲା। ଦଳ ସୁପର ୮ର ୩ଟି ଯାକ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିଛି। ଏବେ ଦଳ ସେମିରେ ଭାରତର ସାମ୍ନାକୁ କରିବାକୁ ଯାଉଛି।

ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ରେହାନ ଅହମଦଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଜାମି ଓଭରଟନଙ୍କୁ ସୁଯୋଗ ମିଳିଛି। 

ବିଶ୍ୱକପରେ ୨ ଦଳ ୬ଷ୍ଠ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତ ଏଯାଏ ଖେଳା ଯାଇଥିବା ୫ଟି ମ୍ୟାଚରୁ ୩ଟି ଓ ଇଂଲଣ୍ଡ ୨ଟି ବିଜୟୀ ହୋଇଛି। 

T20 World Cup