Advertisment

ଟସ୍‌ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ

ଅପରିବର୍ତ୍ତିତ ଏକାଦଶ ସହିତ ମ୍ୟାଚ୍ ଖେଳିବ ଭାରତୀୟ ଦଳ।

ଅଦ୍ୟତନ ହୋଇଛି
Rohit sharma

Rohit sharma

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି ହେବ ଭାରତ-ଇଂଲଣ୍ଡ ଲଢ଼େଇ। ଲକ୍ଷ୍ନୌରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ।

Advertisment

ଏହି ମ୍ୟାଚ୍ ପାଇଁ କିଛି ଅଦଳ ବଦଳ କରାଯାଇପାରେ ବୋଲି ଆଲୋଚନା ହୋଇଥିବା ବେଳେ ସେମିତି କିଛି ହୋଇନାହିଁ। ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଯେଉଁ ଟିମ୍ ଖେଳିଥିଲା, ଆଜି ବି ସେହି ଟିମ୍ ଖେଳିବ। ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ଶାମି ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। 

ଦଳରେ ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଅଛନ୍ତି। 

Advertisment

ସେହିପରି ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶରେ ଅଛନ୍ତି ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋଶ ବଟଲର (ଅଧିନାୟକ), ମୋଇନ ଅଲୀ, ଲିଆମ ଲିଭଙ୍ଗଷ୍ଟୋନ, କ୍ରିକ୍ସ ୱକ୍ସ, ଡାଭିଡ ୱିଲୀ, ମାର୍କ ଉଡ ଓ ଆଦିଲ ରଶିଦ।

ଉଭୟ ଭାରତ ଓ ଇଂଲଣ୍ଡର ଏହା ହେଉଛି ଷଷ୍ଠ ମ୍ୟାଚ୍‌। ଭାରତ ଏଯାବତ୍ ଖେଳିଥିବା ୫ଟି ମ୍ୟାଚ୍‌ରୁ ସବୁଗୁଡ଼ିକ ଜିତିଛି ଓ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ମାତ୍ର ଗୋଟିଏରେ ବିଜୟୀ ହୋଇଛି। ବାକି ୪ଟି ମ୍ୟାଚ୍‌ରେ ଦଳ ପରାସ୍ତ ହୋଇଛି। ଦଳ ୨ ପଏଣ୍ଟ ପାଇ ଟେବୁଲର ପୂରା ଶେଷରେ ରହିଛି।

ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe