Advertisment

ସାମ କୁରାନଙ୍କୁ ୫ ୱିକେଟ, ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ପର୍ଥ: ବିଜୟରୁ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ। ଅଲରାଉଣ୍ଡର ସାମ କୁରାନଙ୍କ ଘାତକ ବୋଲିଂ ବଳରେ ଜୋଶ ବଟଲରଙ୍କ ଟିମ୍‌ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। କୁରାନ ୧୦ ରନ ଦେଇ ୫ ୱିକେଟ ଦଖଲ କରିବାରୁ ଆଫଗାନିସ୍ତାନ ୧୧୨ ରନରେ ଅଟକି ଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ୧୧ ବଲ ପୂର୍ବରୁ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦମଦାର ବୋଲିଂ ପାଇଁ ସାମ କୁରାନ […]

ସାମ କୁରାନଙ୍କୁ ୫ ୱିକେଟ, ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

England

Advertisment

ପର୍ଥ: ବିଜୟରୁ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ। ଅଲରାଉଣ୍ଡର ସାମ କୁରାନଙ୍କ ଘାତକ ବୋଲିଂ ବଳରେ ଜୋଶ ବଟଲରଙ୍କ ଟିମ୍‌ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। କୁରାନ ୧୦ ରନ ଦେଇ ୫ ୱିକେଟ ଦଖଲ କରିବାରୁ ଆଫଗାନିସ୍ତାନ ୧୧୨ ରନରେ ଅଟକି ଯାଇଥିଲା।

Advertisment

ଏହାର ଜବାବରେ ଇଂଲଣ୍ଡ ୧୧ ବଲ ପୂର୍ବରୁ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦମଦାର ବୋଲିଂ ପାଇଁ ସାମ କୁରାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପର୍ଥରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ୧୧ ରନରେ ଓପନର ହଜରତୁଲ୍ଲା ଜଜାଇ(୭)ଙ୍କୁ ହରାଇଥିଲା।

ଅନ୍ୟତମ ଓପନର ରହମନୁଲ୍ଲା ଗୁରାବାଜ(୧୦) ବେଶୀ କିଛି କରିପାରି ନଥିଲେ। ଜଜାଇଙ୍କ ୱିକେଟ ବେନ ଷ୍ଟୋକ୍ସ ଓ ଗୁରବାଜଙ୍କୁ ମାର୍କ ଉଡ ଆଉଟ କରିଥିଲେ। ଇବ୍ରାହିମ ଜର୍ଦାନ (୩୨) ଓ ଉସମାନ ଘନି(୩୦) କିଛି ସମୟ ଲଢ଼େଇ କରିଥିଲେ। ତେବେ ଏହି ଦୁଇ ଜଣଙ୍କ କୁରାନ ଆଉଟ କରିବା ପରେ ଆଫଗାନ ଲାଇନ ଅଫ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା।

Advertisment

୮୨ ରନରେ ୪ଟି ୱିକେଟ ହରାଇଥିବା ଆଫଗାନିସ୍ତାନ ଶେଷରେ ୧୧୨ ରନରେ ଅଲଆଉଟ ହୋଇଯାଇଥିଲା। ଆଫଗାନ ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଥିଲେ ସାମ କୁରାନ। ସେ ୫ ଜଣ ଆଫଗାନ ବ୍ୟାଟରଙ୍କୁ ଆଉଟ କରି ମହମ୍ମଦ ନବିଙ୍କ ଦଳକୁ ୧୧୨ ରନରେ ଅଟକାଇ ଦେଇଥିଲେ।

୧୧୩ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡକୁ ପ୍ରଥମ ଝଟକା ୩୫ ରନରେ ଲାଗିଥିଲା। ଅଧିନାୟକ ଜୋଶ ବଟଲର(୧୮)ଙ୍କୁ ଆଉଟ କରି ଫଜଲହକ ଫାରୁକି ଆଫଗାନିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ ହେଲ୍ସ ୧୯, ଡାୱଡି ମଲାନ ୧୮, ବେନ ଷ୍ଟୋକ୍ସ ୨ ଓ ହ୍ୟାରୀ ବ୍ରୁକ୍ସ ୭ ରନ କରି ଆଉଟ ହୋଇଛନ୍ତି। ଲିଆମ ଲିଭଙ୍ଗଷ୍ଟୋନ ୨୯ ଓ ମୋଇନ ଅଲୀ ୮ ଶେଷ ଯାଏ ଅପରାଜିତ ରହି ଇଂଲଣ୍ଡକୁ ୧୧ ବଲ ପୂର୍ବରୁ ବିଜୟ କରାଇଥିଲେ।

ଆଫଗାନ ପକ୍ଷରୁ ଫାରୁକି, ମୁଜିବ ଉର ରହମନ, ରଶିଦ ଖାନ, ଫରୀଦ ଅହମଦ ଓ ମହମ୍ମଦ ନବି ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe