Champions Trophy
ପାକିସ୍ତାନର କରାଚିରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଛି। ଏହାର ଅର୍ଥ ଚାମ୍ପିୟନ୍ସ ଟ୍ରଫି ଆରମ୍ଭକୁ ଆଉ ମାତ୍ର ୪୦ ଦିନ ବାକି ରହିଛି। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳିବ।
କିନ୍ତୁ ଏସବୁ ଭିତରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଇସିସିର ଚିନ୍ତା ବଢ଼ିଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ମ୍ୟାଚ୍ ଖେଳଯିବାକୁ ଥିବା ବେଳେ ସେଠାରେ ଷ୍ଟାଡିୟମ ଗୁଡ଼ିକର ନିର୍ମାଣ କାମ ଅଧାପନ୍ତରା ହୋଇପଡ଼ି ରହିଛି। ଏପରି କି ଗୋଟିଏ ଷ୍ଟାଡିୟମର ପ୍ଲାଷ୍ଟର କାମ ମଧ୍ୟ ସରିନି।
ଷ୍ଟାଡିୟମ ଗୁଡ଼ିକର କାମ କେମିତି ଅଧାପନ୍ତରା ହୋଇପଡ଼ି ରହିଛି, ତା’ର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଧାର୍ଯ୍ୟ ସମୟ ଅନୁସାରେ ପାକିସ୍ତାନ ଯଦି କାମ ସାରି ନ ପାରିବ, ତା’ହେଲେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ହରାଇବ। ପାକିସ୍ତାନ ବଦଳରେ ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚ୍ ୟୁଏଇରେ ଖେଳାଯିବ ବୋଲି ଜଣାପଡ଼ିଛି।
ଆଇସିସିର ଗୋଟିଏ ସୂତ୍ରରେ କୁହାଯାଇଛି ଯେ ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓ ଅତ୍ୟନ୍ତ ନୈରାଶ୍ୟଜନକ। ୩ଟି ଯାକ ଷ୍ଟାଡିୟମ ପ୍ରସ୍ତୁତ ହେବା ଠାରୁ ବହୁତ ଦୂରରେ ରହିଛି। ଷ୍ଟାଡିୟମଗୁଡ଼ିକର ମରାମତି କରାଯାଉନି। ବରଂ ନୂଆ କରି ତିଆରି କରାଯାଉଛି।
ଷ୍ଟାଡିୟମ କାମ ଅନେକ ବାକି ରହିଛି। ସିଟ ଠାରୁ ଆରମ୍ଭ କରି ଆଉଟ ଫିଲ୍ଡ ଓ ପିଚ୍ କାମ ମଧ୍ୟ ହୋଇନି। ନିର୍ମାଣ କାମ ପାଇଁ ସେଠାକାର ପାଣିପାଗ ମଧ୍ୟ ଠିକ ନୁହେଁ। ଷ୍ଟାଡିୟମ ଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ଦ୍ରୁତଗତିରେ ସବୁ କିଛି କରିବାକୁ ପଡ଼ିବ।
ଗଦାଫି ଷ୍ଟାଡିୟମରେ ପ୍ଲାଷ୍ଟର କାମ ମଧ୍ୟ ହୋଇନି। ଡ୍ରେସିଂ ରୁମ ଠାରୁ ଆରମ୍ଭ କରି ଏନକ୍ଲୋଜର ବ୍ୟବସ୍ଥା କରାଯାଇନି। କାମ ଶେଷ ହେବା ପରେ ଆଇସିସି ପୁଣି ସବୁ କିଛି ଯାଞ୍ଚ କରିବ। ଏହାପରେ ସେଠାରେ ମ୍ୟାଚ୍ ଖେଳାଯିବ କି ନାହିଁ, ତା’ର ନିଷ୍ପତ୍ତି ହେବ ବୋଲି ଏହି ସୂତ୍ରରେ କୁହାଯାଇଛି।
ସାଧାଣତଃ ଆଇସିସି ଇଭେଣ୍ଟ ଆୟୋଜନ ହେଉଥିବା ଷ୍ଟାଡିୟମର କାମ ବହୁତ ପୂର୍ବର ଶେଷ ହୋଇଥାଏ। ଏହାଦ୍ୱାରା ଆଇସିସିକୁ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ସେଠାରେ ଥିବା ବ୍ୟବସ୍ଥାକୁ ଯାଞ୍ଚ ପାଇଁ ସମୟ ମିଳିଥାଏ। ହେଲେ ପାକିସ୍ତାନ କ୍ଷେତ୍ରରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1736342158.jpg)