Advertisment

ନେପାଳକୁ ଟି-୨୦ ବିଶ୍ୱକପ ଟିକେଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ

ଯୋଗ୍ୟତା ପର୍ଯ୍ୟାୟର ସେମି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଆଜି କାଠମାଣ୍ଡୁର ମୁଲପାନି କ୍ରିକେଟ ଷ୍ଟାଡିୟମରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ନେପାଳ ୮ ୱିକେଟରେ ୟୁଏଇକୁ ପରାସ୍ତ କରି ଦର୍ଶକଙ୍କ ଖୁସିକୁ ଦୁଇ ଗୁଣିତ କରିଛି।

Nepal

Nepal

Advertisment

ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବାକୁ ଶୁକ୍ରବାର ଯୋଗ୍ୟତା ଅର୍ଜନ କରିଛି ନେପାଳ। ଦଳ ଆଜି ୟୁଏଇକୁ କାଠମାଣ୍ଡୁରେ ପରାସ୍ତ କରି ବିଶ୍ୱକପ ଟିକେଟ ପାଇଛି।

Advertisment

ଯୋଗ୍ୟତା ପର୍ଯ୍ୟାୟର ସେମି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଆଜି କାଠମାଣ୍ଡୁର ମୁଲପାନି କ୍ରିକେଟ ଷ୍ଟାଡିୟମରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ନେପାଳ ୮ ୱିକେଟରେ ୟୁଏଇକୁ ପରାସ୍ତ କରି ଦର୍ଶକଙ୍କ ଖୁସିକୁ ଦୁଇ ଗୁଣିତ କରିଛି।

ମୁଲପାନି କ୍ରିକେଟ ଷ୍ଟାଡିୟମର କ୍ଷମତା ୧୩ ହଜାର। ତେଣୁ ଷ୍ଟାଡିୟମ ପୂର୍ଣ୍ଣ ହୋଇଯିବାରୁ ହଜାର ହଜାର ଲୋକ ସ୍ଥାନୀୟ ପାହାଡ଼ ଓ ଛାତ ଉପରେ ବସି ମ୍ୟାଚ୍‌ର ମଜା ଉଠାଇଥିଲେ। ଘରୋଇ ଦଳ ଜିତିବା ପରେ ଜନସମୁଦ୍ର ପୂରା ଏକାଠି ହୋଇ ଡ୍ୟାନ୍ସ ମଧ୍ୟ କରିଥିଲେ।

Advertisment

ପୂର୍ବରୁ ନେପାଳରେ କ୍ରିକେଟ ମ୍ୟାଚ୍‌ ଦେଖିବାକୁ କେବେ ହେଲେ ଏତେ ସଂଖ୍ୟକ ଲୋକ ଆସି ନଥିଲେ। ହେଲେ ଆଜି ନେପାଳର କ୍ରିକେଟ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଥିଲା। ସମସ୍ତେ ଏକାଠି ହୋଇ ଖୁସି ମନାଉଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ଅଧିନାୟକ ବୀର୍ତ୍ତିୟ ଅରବିନ୍ଦଙ୍କ ୬୪ ରନ ବଳରେ ୯ ୱିକେଟ ହରାଇ ୧୩୪ ରନ କରିଥିଲା। ନେପାଳ ପକ୍ଷରୁ କୁଶଲ ମଲ୍ଲା ୩ଟି ଓ ସନ୍ଦୀପ ଲାମିଚାନେ ୨ଟି ୱିକେଟ ନେଇଥିଲେ।

୧୩୫ ରନର ଟାର୍ଗେଟକୁ ପିଛା କରୁଥିବା ନେପାଳ ପାଇଁ ଶେଖ ଓ ଅଧିନାୟକ ରୋହିତ ପୌଡେଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୬୮ ରନର ଭାଗିଦାରୀ କରି ନେପାଳକୁ ୮ ୱିକେଟରେ ଜିତାଇଥିଲେ। ଶେଖ ୫୨ ବଲରେ ୬୪ ରନ ଓ ପୌଡେଲ ୨୦ ବଲରେ ଅପରାଜିତ ୩୪ ରନର ଇନିଂସ ଖେଳିଥିଲେ।

ସେମି ଫାଇନାଲ ମ୍ୟାଚ୍‌ ଜିତି ନେପାଳ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ତେବେ ଦଳ ୫ ତାରିଖରେ ଓମାନ ସହ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ ମ୍ୟାଚ୍‌ ଖେଳିବ।

Nepal Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe