Advertisment

ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ରାହୁଲ ଡ୍ରାଭିଡଙ୍କ ସାନ ପୁଅ!

ଅନଭୟଙ୍କ ବଡ଼ ପାଇ ସମିତ ଏବେ କର୍ଣ୍ଣାଟକା ପାଇଁ କୋଚ ବେହାର ଟ୍ରଫି ଖେଳୁଛନ୍ତି। ମିଡିୟମ ପେସର ଅଲରାଉଣ୍ଡର ସମିତ ବରୋଦା ବିପକ୍ଷରେ ୧୪୧ ବଲରେ ୭୧ ରନର ଇନିଂସ ଖେଳିଥିଲେ।

Anvay

Anvay

Advertisment

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ପରିବାର ପାଇଁ ଆସିଛି ବଡ଼ ଖବର। ତାଙ୍କ ସାନ ପୁଅ ଅନଭୟ ଡ୍ରାଭିଡ ବିସିସିଆଇ ଦ୍ୱାରା ଆୟୋଜିତ ହେଉଥିବା ଅଣ୍ଡର ୧୬ ବିଜୟ ମର୍ଚାଣ୍ଟ ଟ୍ରଫି ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି।

Advertisment

କାରଣ ୱିକେଟ କିପର ବ୍ୟାଟର ଭାବେ ଅନଭୟଙ୍କ ନାଁ ଟୁର୍ଣ୍ଣାମେଣ୍ଟ ପାଇଁ କର୍ଣ୍ଣାଟକା ପକ୍ଷରୁ ଘୋଷଣା କରାଯାଇଥିବା ସମ୍ଭାବ୍ୟ ୩୫ ଜଣିଆ ଖେଳାଳି ତାଲିକାରେ ରହିଛି। ଅନଭୟଙ୍କ ସହ ଆଉ ଦୁଇ ଜଣ ଆଦିତ୍ୟ ଝା ଓ ଜୟ ଜେମ୍ସ ମଧ୍ୟ ୱିକେଟ କିପର ଭାବେ ସମ୍ଭାବ୍ୟ ତାଲିକାରେ ରହିଛନ୍ତି।

ଗତବର୍ଷ ଅନଭୟ ଇଣ୍ଟର ଜୋନରେ ବେଙ୍ଗାଲୁରୁର କ୍ୟାପ୍ଟେନ ହେବା ସହ ଅପରାଜିତ ୨୦୦ ରନର ଇନିଂସ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ନିଜର ଜଲୱା ଦେଖାଇଥିଲେ। ନିୟମିତ ଭାବେ ଅଣ୍ଡର ୧୪ ଓ ୧୬ରେ ଅନଭୟ କମାଲ କରୁଥିବାରୁ ତାଙ୍କୁ ସମ୍ମାନଜନକ ବିଜୟ ମର୍ଚାଣ୍ଟ ଟ୍ରଫିର ସମ୍ଭାବ୍ୟ ତାଲିକାରେ ରଖାଯାଇଛି।

Advertisment

ଅନଭୟଙ୍କ ବଡ଼ ପାଇ ସମିତ ଏବେ କର୍ଣ୍ଣାଟକା ପାଇଁ କୋଚ ବେହାର ଟ୍ରଫି ଖେଳୁଛନ୍ତି। ମିଡିୟମ ପେସର ଅଲରାଉଣ୍ଡର ସମିତ ବରୋଦା ବିପକ୍ଷରେ ୧୪୧ ବଲରେ ୭୧ ରନର ଇନିଂସ ଖେଳିଥିଲେ। କିନ୍ତୁ କର୍ଣ୍ଣାଟକାକୁ ଗୋଟିଏ ଇନିଂସ ଓ ୨୧୨ରେ ବରୋଦା ଠାରୁ ହାରିବାକୁ ପଡ଼ିଛି।

ବିଜୟ ମର୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକା ପାଇଁ କୁନାଲ କପୁର ମୁଖ୍ୟ କୋଚ୍ ଓ ଆଦିତ୍ୟ ବି ସାଗର ବୋଲିଂ କୋଚ୍‌ ଭାବେ ରହିବେ। ଏହି ଦୁଇ ଜଣ ଚୟନ ପ୍ରକ୍ରିୟା ମାଧ୍ୟମରେ ୩୫ ଜଣିଆ ତାଲିକାରୁ ଚୂଡ଼ାନ୍ତ ସ୍କ୍ୱାଡ ବାଛିବେ।

Bcci Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe