Advertisment

ଉମ୍ରାନ ମଲିକଙ୍କୁ ତାଚ୍ଛଲ୍ୟ କଲେ ପାକିସ୍ତାନର ପୂର୍ବତନ ବୋଲର

୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା। ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।

author-image
Hemant Lenka
Sohail Khan

Sohail Khan

ଭାରତୀୟ ଟିମ୍‌ର ସ୍ପିଡଷ୍ଟର ଉମ୍ରାନ ମଲିକଙ୍କୁ ତାଚ୍ଛଲ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ। ପାକିସ୍ତାନର ଘରୋଇ କ୍ରିକେଟରେ ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ପଡ଼ି ରହିଛନ୍ତି ବୋଲି ସେ କହିଛନ୍ତି। ୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା। ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ।

Advertisment

ଗୋଟିଏ ପାକିସ୍ତାନୀ ଗଣମାଧ୍ୟମକୁ ସୂଚନା ଦେଇ ସୋହାଲି ଖାନ କହିଛନ୍ତି, “ମୁଁ ଭାବୁଛି ଭାରତ ପାଇଁ ଉମ୍ରାନ ମଲିକ ଜଣେ ଭଲ ବୋଲର। ତାଙ୍କର ଗୋଟିଏ-ଦୁଇଟି ମ୍ୟାଚ୍‌ ମୁଁ ଦେଖିଛି। ସେ ଜୋରରେ ଦୌଡ଼ୁ ଥିବା ବେଳେ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।

କିନ୍ତୁ ଆପଣ ଯଦି ୧୫୦ରୁ ୧୫୫ କିମି ବେଗରେ ପକାଉଥିବା ଖେଳାଳି ହେଉଛନ୍ତି ଦ୍ରୁତ ବୋଲର ବୋଲି କହିବେ, ତା’ହେଲେ ମୁଁ ସେଭଳି ୧୨-୧୫ ଖେଳାଳିଙ୍କୁ ଦ୍ରୁତ ବୋଲର ଭାବେ ଗଣତି କରିପାରିବି। ଲାହୋର କଲନ୍ଦର୍ସ ପକ୍ଷରୁ ପାକିସ୍ତାନ ଲିଗ୍‌ ପାଇଁ ଆୟୋଜନ ହେଉଥିବା ଟ୍ରାଏଲ୍ସକୁ ଯଦି ଆପଣ ଯିବେ, ସେଠାରେ ଏଭଳି ଅନେକ ଖେଳାଳିଙ୍କୁ ପାଇବେ।”

Advertisment

ପାକିସ୍ତାନର ଘରୋଇ କ୍ରିକେଟରେ ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ଥିବା ଖାନ କହିବା ସହ ପାକିସ୍ତାନର ଘରୋଇ କ୍ରିକେଟର ସ୍ତର ଅତିକ୍ରମ କରୁଥିବା ଖେଳାଳି ହିଁ ନିଜକୁ ବୋଲର ଭାବେ ପରିଗଣତି କରିବାକୁ ସକ୍ଷମ ବୋଲି ଦମ୍ଭୋକ୍ତି କରିଛନ୍ତି।

ସୋହାଲି କହିଛନ୍ତି, “ଆମ ଘରୋଇ ସେଟଅପ୍‌ ଉମ୍ରାନ ମଲିକଙ୍କ ଭଳି ବୋଲରଙ୍କ ଦ୍ୱାରା ଭର୍ତ୍ତି ହୋଇ ରହିଛି। ଯେତେବେଳେ ଜଣେ ବୋଲର ଆମ ଘରୋଇ କ୍ରିକେଟର ସ୍ତରକୁ ଅତିକ୍ରମ କରି ଆସୁଛି, ସେ ନିଜର ଦବଦବା ବିଶ୍ୱସ୍ତରରେ ଦେଖାଇ ପାରୁଛି। ଶାହୀନ ଶାହ ଆଫ୍ରିଦି, ନଶୀମ ଶାହ, ହରିଶ ରୌଫଙ୍କ ଭଳି ବୋଲର ସବୁ କିଛି ଜାଣିଛନ୍ତି। ମୁଁ ଆପଣଙ୍କୁ ସେହିପରି ଅନେକ ନାଁ ଦେଇପାରିବି।”

୩୮ ବର୍ଷୀୟ ସୋହାଲି ଖାନ ଏହି ସମୟରେ ସୋଏବ ଅଖତରଙ୍କ ସର୍ବାଧିକ ସ୍ପିଡ୍‌ ବଲର ରେକର୍ଡକୁ କେହି ଭାଙ୍ଗି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଏଥିସହ ତାଙ୍କ ଫିଟନେସ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି।

ସେ କହିଛନ୍ତି, “କେବଳ ଗୋଟିଏ ଜିନିଷ ସୋଏବ ଅଖତରଙ୍କ ରେକର୍ଡ ଭାଙ୍ଗି ପାରିବ। ଆଉ ସେଇଟା ହେଲା ବୋଲିଂ ମେସିନି। କୌଣସି ବୋଲର କେବେ ହେଲେ ଅଖତରଙ୍କ ରେକର୍ଡ ଭାଙ୍ଗି ପାରିବେ ନାହିଁ। ଏହାର କାଣର ହେଲା, ଅଖତର ଏଥିପାଇଁ ଅନେକ କଠିନ ପରିଶ୍ରମ କରିଥିଲେ। ତାଙ୍କ ଭଳି କେହି ପରିଶ୍ରମ କରୁନାହାନ୍ତି। ସେ ଦିନକୁ ୩୨ ରାଉଣ୍ଡ ମାରୁଥିଲେ। ମୁଁ ସପ୍ତାହକରେ ୧୦ ରାଉଣ୍ଡ ମାରେ। ତାଙ୍କ ଗୋଡ଼ରେ ଯଦି ଓଜନ ଦାର ଜିନିଷ ବାନ୍ଧି ଦିଆଯାଏ, ତଥାପି ବି ସେ ପାହାଡ଼ ଚଢ଼ିବାକୁ ସକ୍ଷମ ହେବେ।”

Bcci Pakistan