Advertisment

ଭାରତୀୟ ଟିମ ସହ ଯୋଡ଼ି ହେଲେ ପାକିସ୍ତାନର ପୂର୍ବତନ ବୋଲିଂ କୋଚ୍‌

୨୦୨୩ ଦିନିକିଆ ବିଶ୍ୱକପ ବେଳେ ମୋର୍କେଲ ପାକିସ୍ତାନ ଟିମର ବୋଲିଂ କୋଚ୍ ଥିଲେ। ତେବେ ଲିଗ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ନେବାରୁ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ।

author-image
Hemant Lenka
Morne Morkel

Morne Morkel

ପାକିସ୍ତାନର ବୋଲିଂ କୋଚ୍ ଭାବେ କାମ କରି ସାରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମୋର୍ଣ୍ଣି ମୋର୍କେଲ ଟିମ ଇଣ୍ଡିଆ ସହ ଯୋଡ଼ି ହୋଇଛନ୍ତି। ତାଙ୍କୁ ଭାରତୀୟ ସିନିୟର ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଏହି ଖବରକୁ ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସାର୍ବଜନୀନ କରିଛି।

Advertisment

୨୦୨୩ ଦିନିକିଆ ବିଶ୍ୱକପ ବେଳେ ମୋର୍କେଲ ପାକିସ୍ତାନ ଟିମର ବୋଲିଂ କୋଚ୍ ଥିଲେ। ତେବେ ଲିଗ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ନେବାରୁ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ। ପାକିସ୍ତାନ ବ୍ୟତୀତ ମୋର୍କେଲ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ମଧ୍ୟ କାମ କରି ସାରିଛନ୍ତି।

ଗୌତମ ଗମ୍ଭୀର ଓ ମୋର୍କେଲଙ୍କ ମଧ୍ୟରେ ବେଶ ଘନିଷ୍ଠତା ରହିଛି। ଗମ୍ଭୀର ମୁଖ୍ୟ କୋଚ୍‌ ହେବା ପରେ ମୋର୍କେଲଙ୍କୁ ଭାରତୀୟ ଟିମର ବୋଲିଂ କୋଚ କରିବାକୁ ବିସିସିଆଇକୁ କହିଥିଲେ। ବିସିସିଆଇ ତାଙ୍କ କଥା ଅନୁସାରେ ମୋର୍କେଲଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି କରିଛି।

Advertisment

ଜୟ ଶାହ ଏହି ଖବର ଉପରେ କହିଛନ୍ତି ଯେ “ହଁ, ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ମୋର୍ଣ୍ଣି ମୋର୍କେଲଙ୍କୁ ନିଯୁକ୍ତ ମିଳିଛି। ସେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ବିଧିବଦ୍ଧ ଭାବେ ବୋଲିଂ କୋଚ ଭାବେ କାର୍ଯ୍ୟ ଆରମ୍ଭ କରିବେ।”

ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ୩୯ ବର୍ଷୀୟ ମୋର୍କେଲ ଏହା ପୂର୍ବରୁ ଗମ୍ଭୀରଙ୍କ ସହ ଲକ୍ଷ୍ନୌ ସୁପର ଜାଏଣ୍ଟର ବୋଲିଂ କୋଚ ଭାବେ କାମ କରି ସାରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଦିନିକିଆ ଓ ୪୪ଟି ଟି-୨୦ ମ୍ୟାଚ୍‌ ଖେଳି ୫୪୪ଟି ୱିକେଟ ନେଇଛନ୍ତି।

ଏହାପୂର୍ବରୁ ଭାରତୀୟ କ୍ରିକେଟ ଟିମର ସହାୟକ ବା ସହଯୋଗୀ କୋଚ୍ ଭାବେ ବିସିସିଆଇ ଅଭିଷେକ ନାୟର ଓ ନେଦରଲ୍ୟାଣ୍ଡ୍ସର ପୂର୍ବତନ ଖେଳାଳି ରୟାନ ଟେନ ଡେସକାଟେଙ୍କୁ ନିଯୁକ୍ତ ଦେଇଥିଲା। ଉଭୟ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ନିଜର କାର୍ଯ୍ୟ ଗମ୍ଭୀରଙ୍କ ସହ ମିଶି ଆରମ୍ଭ କରିଛନ୍ତି।

ଗମ୍ଭୀର ଆଇପିଏଲ ଟିମ କେକେଆରର ମେଣ୍ଟୋର ଥିବା ବେଳେ ନାୟର ଉକ୍ତ ଟିମର ସହାୟକ କୋଚ୍ ଓ ଡେସକାଟେ ଫିଲ୍ଡିଂ କୋଚ୍‌ ରହିଥିଲେ। ତେଣୁ ଉଭୟଙ୍କୁ ଗମ୍ଭୀରଙ୍କ ପରାମର୍ଶରେ ହିଁ ଟିମ ଇଣ୍ଡିଆର କୋଚିଂ ଟିମରେ ସାମିଲ କରାଯାଇଛି।

ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍‌ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

Indian Cricket Team Gautam Gambhir Team India Morne Morkel