Advertisment

IND Vs Pak: ଟ୍ରଫି ଚୋର ନକବୀଙ୍କ ସାମ୍ନାରେ ପାକିସ୍ତାନର ସରେଣ୍ଡର, ମନଇଚ୍ଛା ଧୂଲେଇ କଲେ ନିଜ ଦେଶର କ୍ରିକେଟର ଓ ଜନତା

ମ୍ୟାଚ୍‌ ପୂର୍ବରୁ ବାହାସ୍ଫୋଟ ମାରୁଥିବା ତଥା ଏସିଆ କପ ପରେ ଭାରତର ବିଜୟ ଟ୍ରଫି ଚୋରି କରି ନେଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶିନ ନକବୀଙ୍କ ସାମ୍ନାରେ ହିଁ ପାକିସ୍ତାନର ଜାତୀୟ ଟିମର ଧୂଲେଇ ହୋଇଛି।

author-image
Hemant Lenka
Pakistan

ନିରଶା ପାକିସ୍ତାନ ଖେଳାଳି ଓ ନକବୀ

ଅନେକ ଡ୍ରାମା, ବାହାସ୍ଫୋଟ ଓ ନାଲି ଆଖି ଦେଖାଇବା ପରେ ମଧ୍ୟ ପାକିସ୍ତାନର ସ୍ଥିତି ବଦଳି ନାହିଁ। ପୁଣି ଗୋଟିଏ ରବିବାର ଓ ପୁଣି ଗୋଟିଏ ମ୍ୟାଚ୍‌ରେ ଭାରତ ଠାରୁ ହାରିଛି ପାକିସ୍ତାନ।

Advertisment

ପୂର୍ବରୁ କିଛି ମାତ୍ରାରେ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ପାକିସ୍ତାନ(IND Vs Pak)ସକ୍ଷମ ହେଉଥିଲା। ଏସିଆ କପ ଫାଇନାଲରେ ମଧ୍ୟ ଜିତିବାର ସମ୍ଭାବନା ସୃଷ୍ଟି କରିଥିଲା। କିନ୍ତୁ ଚଳିତ ଟି-୨୦ ବିଶ୍ୱକପର ଫେବୃଆରୀ ୧୫ ମ୍ୟାଚ୍‌ରେ ଭାରତୀୟ ଧୁରନ୍ଧରଙ୍କ ଆଗରେ ପାକିସ୍ତାନ ପୂରା ସରେଣ୍ଡର କରିଛି। 

ମ୍ୟାଚ୍‌ ପୂର୍ବରୁ ବାହାସ୍ଫୋଟ ମାରୁଥିବା ତଥା ଏସିଆ କପ ପରେ ଭାରତର ବିଜୟ ଟ୍ରଫି ଚୋରି କରି ନେଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶିନ ନକବୀଙ୍କ ସାମ୍ନାରେ ହିଁ ପାକିସ୍ତାନର ଜାତୀୟ ଟିମର ଧୂଲେଇ ହୋଇଛି। ନକବୀ ଷ୍ଟାଣ୍ଡ ବସି ଚାହିଁଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ଆଣ୍ଡ କୋ ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ।

Advertisment

ଶେଷରେ ୧୭୬ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ୧୧୪ ରନରେ ଅଲଆଉଟ ହୋଇ ଯାଇଥିଲା। ଭାରତ ୬୧ ରନରେ ମ୍ୟାଚ୍‌ ଜିତି କେବଳ ପାକିସ୍ତାନ କ୍ରିକେଟ ଟିମର ଧଜିଆ ଉଡ଼ାଇ ନାହିଁ, ବରଂ ଟ୍ରଫି ଚୋର ନକବୀଙ୍କୁ ଶକ୍ତ ଚାପୁଡ଼ା ଦେଇଛି। ପରାଜୟ ପରେ ଲାଙ୍ଗୁଡ଼ ଜାକି ନକବୀ ମଧ୍ୟ ସିଧା ଷ୍ଟାଡିୟମକୁ ନିଜ ହୋଟେଲକୁ ଚାଲି ଯାଇଛନ୍ତି। ତାଙ୍କ ମୁହଁ ଫୁଟାଣି ପୂରା ଭାଙ୍ଗି ଯାଇଛି।

ଭାରତ ମହା ଶିବରାତ୍ରିରେ ମହା ବିଜୟ ହାସଲ କରିଥିବା ବେଳେ ଏସିଆ କପ ଭଳି ପାକିସ୍ତାନକୁ ବିଶ୍ୱକପରେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ ପାକିସ୍ତାନର ଏକାଧିକ ପୂର୍ବତନ କ୍ରିକେଟର, ନ୍ୟୁଜ ଆଙ୍କର ଓ ସାଧାରଣ ଲୋକ ନିଜ ଟିମକୁ ମନଇଚ୍ଛା ଗାଳି ଦେଇଛନ୍ତି। ଅନେକ ନକବୀଙ୍କୁ ମୁର୍ଖ ଓ ଅଯୋଗ୍ୟ କହିବାକୁ ମଧ୍ୟ ପଛାଇ ନାହାନ୍ତି।

ମ୍ୟାଚ୍‌ ପୂର୍ବରୁ ବୟକଟ ଡ୍ରାମା କରୁଥିବା ପାକିସ୍ତାନ କ୍ରିକେଟ ବୋର୍ଡକୁ ମଧ୍ୟ ଅନେକ କଟାକ୍ଷ କରିଛନ୍ତି। ଯଦି ପିସିବି ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଅନୁମତି ଦେଇ ନଥାଆନ୍ତା, ତା’ହେଲେ ଏତେ ବଡ଼ ଲଜ୍ଜାରୁ ସମ୍ଭବତଃ ଦେଶ ବଞ୍ଚି ଯାଇଥାଆନ୍ତା ବୋଲି ସେମାନେ କହିଛନ୍ତି। 

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ସିଧାସଳଖ ପରାଜୟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଏହାର ନେତୃବୃନ୍ଦଙ୍କୁ ଦାୟୀ କରିଛନ୍ତି। ସେ ପିସିବି ମୁଖ୍ୟ ନକବୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। 

ଜାତୀୟ ଟିମକୁ ପିସିବି ଯେଉଁ ଭଳି ପରିଚାଳନା କରୁଛି, ତା’କୁ ନେଇ ଅଖତର ନିଜର ନିରାଶାଭାବ ଦେଖାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସମୟରେ ପିସିବି ଯେଉଁଭଳି ବାରମ୍ବାର ଫେଲ ମାରୁଥିବା ବରିଷ୍ଠ ଖେଳାଳିଙ୍କୁ ସମର୍ଥନ କରି ଆସୁଛି, ତା’ ଉପରେ ବିଶେଷ ଭାବେ ପ୍ରଶ୍ନ ଉଠାଇଛନ୍ତି ଅଖତର। 

ଭାରତ ବିପକ୍ଷରେ ପାକିସ୍ତାନର ବାବର ଆଜମ, ଶାହୀନ ଆଫ୍ରିଦି ଓ ଶାଦାବ ଖାନଙ୍କ ଭଳି ବରିଷ୍ଠ ଖେଳାଳିମାନେ ସବୁଠାରୁ ଦୟନୀୟ ପ୍ରଦର୍ଶନ କରିଥିବାରୁ ଜାତୀୟ ଟିମରେ ସ୍ଥାନକୁ ନେଇ ଅଖତର ପ୍ରଶ୍ନ ଉଠାଇଛନ୍ତି। 

ସେ କହିଛନ୍ତି, “ଏବେ ଜଣେ ବ୍ୟକ୍ତି ନିଜେ ଜାଣି ପାରୁ ନାହାନ୍ତି ଯେ ସେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ। ଏପରି ସ୍ଥିତିରେ ଟିମ କେମିତି ଚାଲିବ? ଆପଣ ଜଣେ ବ୍ୟକ୍ତିଙ୍କୁ ସୁପରଷ୍ଟାର କରି ଦେଉଛନ୍ତି। କିନ୍ତୁ ସେହି ବ୍ୟକ୍ତି ଗୋଟିଏ ହେଲେ ବି ମ୍ୟାଚ୍‌ ଜିତାଇ ପାରୁ ନାହାନ୍ତି। ଆପଣ ଏମିତି ଜଣେ ଜଣେ ସୁପରଷ୍ଟାରଙ୍କୁ ଚିହ୍ନଟ କରୁଛନ୍ତି ଯେ ଯିଏ ଗୋଟିଏ ହେଲେ ବି ମ୍ୟାଚ୍‌ ନିଜ ଜୀବନ କାଳ ମଧ୍ୟରେ ଜିତାଇ ପାରିବେ ନାହିଁ। 

ଭାଇ, ଯେତେବେଳେ ଆପଣ ଏପରି ଷ୍ଟାରଙ୍କୁ ତିଆରି କରିବେ, ସେମାନଙ୍କୁ ଚୟନ କରିବେ, ସେମାନଙ୍କୁ ଟିମରେ ସାମିଲ କରିବେ ସେତେବେଳେ ଆପଣଙ୍କୁ ଏଭଳି (ବିପର୍ଯ୍ୟୟ) ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ପୁଣି ଗୋଟିଏ କଥା ହେଉଛି ଯେ ଯଦି ଆପଣ ଦେଖିବେ ତା’ହେଲେ ଦୁନିଆର ସବୁଠାରୁ ବଡ଼ ଅପରାଧ କ’ଣ? ଦୁନିଆର ସବୁଠାରୁ ବଡ଼ ଅପରାଧ ହେଲା ଆପଣ ଜଣେ ଅଯୋଗ୍ୟ ଓ ମୁର୍ଖ ବ୍ୟକ୍ତିଙ୍କୁ ସବୁଠାରୁ ବଡ଼ ପଦର ଦାୟିତ୍ୱ ଦେଇଛନ୍ତି।” 

ଟ୍ରଫି ଚୋର ନକବୀଙ୍କୁ ପ୍ରଥମ ଥର ପାଇଁ ପାକିସ୍ତାନର କୌଣସି ପୂର୍ବତନ କ୍ରିକେଟର ସମାଲୋଚନା କରି ନାହାନ୍ତି। ପାକିସ୍ତାନ ସରକାରରେ ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ନକବୀଙ୍କୁ କିଛି ଦିନ ତଳେ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ମଧ୍ୟ ସମାଲୋଚନା କରି। ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନ ନେବାକୁ ପରାମର୍ଶ ଦେଇଥିଲେ।

ଅଖତର ଆହୁରି କହିଛନ୍ତି ଯେ “ଆପଣ ଯେତେବେଳେ ଜଣେ ଅଯୋଗ୍ୟ ଓ ମୁର୍ଖ ଲୋକଙ୍କୁ ଗୋଟିଏ ବଡ଼ ଦାୟିତ୍ୱ ଦେବେ, ସେ ଦେଶକୁ ବର୍ବାଦ କରିଦେବେ। ସେ ଯେକୌଣସି ସଂଗଠନକୁ ନଷ୍ଟ କରିପାରିବେ। ଏହାର ଜ୍ୱଳନ୍ତ ଉଦାହରଣ ଆପଣଙ୍କ ସାମ୍ନାରେ ରହିଛି। ଆପଣ ସବୁ କିଛି ଠିକ ଭାବେ ବୁଝି ପାରୁଥିବେ ବୋଲି ଆଶା।” 

କେବଳ ଅଖତର ନୁହନ୍ତି, ପାକିସ୍ତାନର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ମଧ୍ୟ ସଲମାନ ଅଲୀ ଆଗାଙ୍କ ଟିମକୁ ଏକତରଫା ପରାଜୟ ପାଇଁ କଟାକ୍ଷ କରିଛନ୍ତି। ରବିବାର ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ଗୋଟିଏ ପାକିସ୍ତାନୀ ଏକ୍ସ ଆକାଉଣ୍ଟରେ କୁହାଯାଇଥିଲା ଯେ ଏହି ଲଢ଼େଇର ସିଧାପ୍ରସାରଣ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଡେରା ଘାଜି ଖାନର ସବୁ ତହସିଲରେ ବ୍ୟବସ୍ଥା କରାଯାଇଛି। ଏହାକୁ କଟାକ୍ଷ କରି କାନେରିଆ ପରାମର୍ଶ ଦେଇଥିଲେ ଯେ ସ୍କ୍ରିନିଂ ଏହା ସୁନିଶ୍ଚିତ କରିଛି ଯେ ପ୍ରଶଂସକ ହାଇ ଡେଫିନେସନରେ ପ୍ରକୃତ ସ୍ଥିତିକୁ ଦେଖିପାରିବେ। 

କାନେରିଆ ଆଉ ଗୋଟିଏ ପାଦ ଆଗକୁ ଯାଇ ଦାବି କରିଛନ୍ତି ଯେ ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ପୂର୍ବରୁ ଦେଇଥିବା ବୟକଟ ନାରା ନିଶ୍ଚିତ ଭାବେ କମ ଲୋକଲଜ୍ଜା ବିବେଚିତ ହୋଇଥାଆନ୍ତା। କାରଣ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ଆରମ୍ଭରୁ ଶେଷ ଯାଏ କେବଳ ନିଜର ଦବଦବା ଦେଖାଇଛି। ଏପରି ଲୋକଲଜ୍ଜା ଠାରୁ ବୟକଟ ଶ୍ରେୟସ୍କର ଥିଲା ବୋଲି ସେ କହିଛନ୍ତି। 

ପାକିସ୍ତାନର ଅନେକ ସାଧାରଣ ଲୋକ ଖେଳାଳିଙ୍କ ପ୍ରଦର୍ଶନ ଓ ମାନସିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେହି କେହି କାନ୍ଦି କାନ୍ଦି ମଧ୍ୟ ଷ୍ଟାଡିୟମରୁ ବିଦାୟ ନେଉଥିବା ଭିଡିଓ ସାମ୍ନାକୁ ଆସିଛି। 

IND Vs PAK