Advertisment

ଚେନ୍ନାଇକୁ କେତେ ରନରେ ହରାଇଲେ ଆରସିବିକୁ ମିଳିବ ପ୍ଲେଅଫ ଟିକେଟ?

ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ୧୪ ପଏଣ୍ଟ ପାଇଛି। ଦଳ ପାଖରେ ଆହୁରି ୨ଟି ମ୍ୟାଚ ରହିଛି।

author-image
Hemant Lenka
RCB

RCB

ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ ରବିବାର ନାଟକୀୟ ମୋଡ଼ ନେଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) କ୍ରମାଗତ ୫ମ ବିଜୟ ହାସଲ କରିଛି। ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ହରାଇବା ପରେ ପ୍ଲେଅଫ ଦୌଡ଼ରେ ନିଜର ସ୍ଥାନକୁ ଆହୁରି ମଜବୁତ କରି ନେଇଛି ଦଳ।

Advertisment

ଏବେ ୧୩ ମ୍ୟାଚ୍‌ରୁ ୧୨ ପଏଣ୍ଟ ପାଇଛି। ଦଳର ନେଟ ରନ ରେଟ +୦.୩୮୭ ରହିଛି। ଦଳ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଥିବା ବେଳେ ଶେଷ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ଏହା ଦୁଇ ଦଳ ପାଇଁ ଏକପ୍ରକାରର ନକଆଉଟ ମ୍ୟାଚ୍‌ ହେବ। ବିଜୟ ସେମାନଙ୍କୁ ପ୍ଲେଅଫକୁ ନେଇ ପାରେ। ପରାଜୟ ବାହାର ରାସ୍ତା ଦେଖାଇବ।

ଚେନ୍ନାଇ ସୁପର କିଙ୍ଗସ ୧୩ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇଛି। ଦଳର ନେଟ ରନରେଟ +୦.୫୨୮ ରହିଛି। ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଦଳ ପହଞ୍ଚି ଯାଇଛି। ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ୧୪ ପଏଣ୍ଟ ପାଇଛି।

Advertisment

ଦଳ ପାଖରେ ଆହୁରି ୨ଟି ମ୍ୟାଚ ରହିଛି। ହାଇଦ୍ରାବାଦ ତା’ର ଶେଷ ଦୁଇ ମ୍ୟାଚ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବ। ଗୋଟିଏ ମ୍ୟାଚ୍‌ ଜିତିଲେ ମଧ୍ୟ ଦଳ ପ୍ଲେଅଫରେ ପ୍ରବେଶ କରିଯିବ।

ଦୌଡ଼ରେ ଲକ୍ଷ୍ନୌ ମଧ୍ୟ ରହିଛି। ହେଲେ ଦଳର ରନ ରେଟ -୦.୭୬୯। ସେହିପରି ଦଳ ତା’ର ଦୁଇଟି ଯାକ ମ୍ୟାଚ୍‌ ଜିତିଲେ ସର୍ବାଧିକ ୧୬ ପଏଣ୍ଟ ପାଇପାରିବ। ଗୁଜରାଟ ପାଖରେ ୨ଟି ଓ ଦିଲ୍ଲୀ ପାଖରେ ଗୋଟିଏ ମ୍ୟାଚ୍ ରହିଛି। ଯଦି ଉଭୟ ଦଳ ସେମାନଙ୍କର ମ୍ୟାଚ୍ ଜିତନ୍ତି, ତା’ହେଲେ ସର୍ବାଧିକ ୧୪ ପଏଣ୍ଟ ପାଇବେ।

ଏବେ ନେଟ ରନ ରେଟ ଯାହା, ଉଭୟ ଦଳ ଟପ୍‌ ୪ ଦୌଡ଼ରେ ଥିବା ଚେନ୍ନାଇ, ଆରସିବି, ଲକ୍ଷ୍ନୌ କିମ୍ବା ହାଇଦ୍ରାବାଦକୁ ଅତିକ୍ରମ କରିପାରିବେ ନାହିଁ। ରାଜସ୍ଥାନ ରୟାଲ୍ସ ୧୬ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ଓ କୋଲକାତା ନାଇଟ ରାଇଡର୍ସ ଏକମାତ୍ର ଦଳ ଭାବେ ୧୮ ପଏଣ୍ଟ ସହ ପ୍ଲେଅଫରେ ପ୍ରବେଶ କରି ସାରିଛି।

ଆରସିବି କେମିତି ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିବ?

ଆରସିବି ଏବେ ଚାହିଁବି ଯେ ହାଇଦ୍ରାବାଦ ତା’ର ଦୁଇଟି ଯାକ କିମ୍ବା ଦୁଇଟି ମ୍ୟାଚ୍‌ରୁ ଗୋଟିଏରେ ଜିତି ଯାଉ। ସେହିପରି ଲକ୍ଷ୍ନୌ ଗୋଟିଏରୁ ଅଧିକ ମ୍ୟାଚ୍‌ ନ ଜିତୁ। ଏପରି ସ୍ଥିତିରେ ଚେନ୍ନାଇ ଓ ଆରସିବି ମ୍ୟାଚ୍‌ର ଫଳାଫଳ ହିଁ ପ୍ଲେଅଫ ସ୍ଥାନର ଭାଗ୍ୟ ନିର୍ଦ୍ଧାରତ କରିବ।

ଯଦି ଆରସିବି ତା’ର ଶେଷ ମ୍ୟାଚ୍‌ରେ ଚେନ୍ନାଇକୁ ୧୮ କିମ୍ବା ତା’ଠାରୁ ଅଧିକ ରନରେ ପରାସ୍ତ କରି ନେବ, ତା’ହେଲେ ଚେନ୍ନାଇ ତୁଳନାରେ ଦଳର ରନ ରେଟ ଅଧିକ ହୋଇଯିବ।

ସେହିପରି ଆରସିବିକୁ ୨୦୧ ରନର ଟାର୍ଗେଟ ମିଳୁଛି, ତା’ହେଲେ ଏହାକୁ ୧୧ ବଲ ପୂର୍ବରୁ ଦଳକୁ ହାସଲ କରିବାକୁ ପଡ଼ିବ। ତେଣୁ ଶନିବାର ମ୍ୟାଚ୍‌ ଉପରେ ଉଭୟ ଚେନ୍ନାଇ ଓ ଆରସିବି ଫ୍ୟାନ୍ସଙ୍କ ନଜର ରହିବ।

Virat Kohli IPL CSK RCB IPL 2024