Advertisment

ଅଭେଶ ଖାନଙ୍କୁ ତାଗିଦ, ଦଣ୍ଡିତ ହେଲେ ଡୁପ୍ଲେସିସ

ପରାଜିତ ଦଳ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଧିମା ଓଭର ରେଟ୍‌ ପାଇଁ ଡୁପ୍ଲେସିସ ଦଣ୍ଡିତ କରାଯାଇଛି। ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ ହୋଇଛି।

Avesh Khan

Avesh Khan

Advertisment

ନିଜର ଔଦ୍ଧତାମୀ ପାଇଁ ମ୍ୟାଚ୍‌ ରେଫରୀଙ୍କ ଠାରୁ ଗାଳି ଶୁଣିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG)ର ଦ୍ରୁତ ବୋଲର ଅଭେଶ ଖାନ। ସୋମବାର ଆରସିବି ବିପକ୍ଷ ମ୍ୟାଚ୍‌କୁ ଲକ୍ଷ୍ନୌ ଶେଷ ବଲରେ ଜିତିଥିଲା। ଏହି ସମୟରେ ଅଭେଶ ଅତ୍ୟନ୍ତ ଉତ୍ସାହିତ ହେବା ସହ ଖୁବ୍‌ ଜୋରରେ ନିଜର ହେଲମେଟ୍‌କୁ ତଳେ ଫିଙ୍ଗି ଥିଲେ।

Advertisment

ଏଥିସହ ବେଶ ଆକ୍ରମଣାତ୍ମକ ଭାବେ ସେଲିବ୍ରେସନ କରିଥିଲେ। ତାଙ୍କର ଏପରି ଆଭିମୁଖ୍ୟ ପାଇଁ ଆଇପିଏଲ ଗଭର୍ଣ୍ଣିଂ ବଡି ତାଙ୍କୁ ତାଗିଦ କରିଛି। ହେଲେ ତାଙ୍କ ଉପରେ କୌଣସି ପ୍ରକାରର ଆର୍ଥିକ ଜୋରିମାନା ଲାଗୁ କରାଯାଇନାହିଁ।

ସେହିପରି ପରାଜିତ ଦଳ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଧିମା ଓଭର ରେଟ୍‌ ପାଇଁ ଡୁପ୍ଲେସିସ ଦଣ୍ଡିତ କରାଯାଇଛି। ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ ହୋଇଛି।

Advertisment

ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଧିମା ଓଭର ରେଟ୍‌ ପାଇଁ ଦଣ୍ଡିତ କରାଯାଇଛି। ଦଳ ପ୍ରଥମଥର ପାଇଁ ଧାର୍ଯ୍ୟ ସମୟ ଅନୁସାରେ ନିଜର ୨୦ ଓଭର ବୋଲିଂ କରିପାରି ନଥିଲା। ଏଥିପାଇଁ ଦଳର ଅଧିନାୟକ ଡୁପ୍ଲେସିସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି।

ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଭେଶ ଖାନଙ୍କୁ କେବଳ ତାଗିଦ କରାଯାଇଛି। ସେ ଆଇପିଏଲ କୋଡ ଅଫ କଣ୍ଡକ୍ଟର ୨.୨ ଅନ୍ତର୍ଗତ ଲେଭଲ ୧କୁ ଉଲ୍ଲଙ୍ଘନ କରିଛନ୍ତି। ତାଙ୍କ ଦୋଷକୁ ମଧ୍ୟ ସେ ମାନି ନେଇଛନ୍ତି। ତାଙ୍କୁ କୌଣସି ପ୍ରକାରର ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇନି। କିନ୍ତୁ ଭବିଷ୍ୟତରେ ସେ ଯେମିତି ଆଉ ଏମିତି ନ କରିବେ, ସେଥିପାଇଁ ତାଗିଦ କରାଯାଇଛି ବୋଲି ବିବୃତିରେ କୁହାଯାଇଛି।

ଲକ୍ଷ୍ନୌକୁ ଶେଷ ବଲରେ ୧ ରନ ଦରକାର ଥିବା ବେଳେ ଅଭେଶ ଖାନ ଷ୍ଟ୍ରାଇକରେ ରହିଥିଲେ। ହର୍ଷଲ ପଟେଲଙ୍କ ବଲ ତାଙ୍କ ବ୍ୟାଟରେ ନ ବାଜି ସିଧା ୱିକେଟ କିପର ଦୀନେଶ କାର୍ତ୍ତିକଙ୍କ ହାତକୁ ଯାଇଥିଲେ। ହେଲେ ସେ ଏହାକୁ ଧରି ନ ପାରି ହଡ଼ବଡ଼େଇ ଯାଇଥିଲା। ସେ ପୁଣି ବଲକୁ ଠିକ ଭାବେ ଧରି ଥ୍ରୋ ମାରିବା ପୂର୍ବରୁ ଅଭେଶ ଓ ନନ ଷ୍ଟ୍ରାଇକରେ ଥିବା ରବି ବିଷ୍ଣୋଇ ୧ ରନ ଚୋରାଇ ନେଇଥିଲେ।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe