Advertisment

ଆରମ୍ଭ ହେଲା ଆଇପିଏଲ: ଚେନ୍ନାଇର ବୋଲିଂ, ଆରସିବିର ବ୍ୟାଟିଂ

ପ୍ରଥମ ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାପ ଡୁପ୍ଲେସିସି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

IPL

IPL

Advertisment

ଇଣ୍ଡିଆ ପ୍ରିମିୟର ଲିଗ(ଆଇପିଏଲ)ର ୨୦୨୪ ସଂସ୍କରଣ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମ ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାପ ଡୁପ୍ଲେସିସି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

Advertisment

ଆଇପିଏଲରେ ପ୍ରଥମଥର ପାଇଁ କ୍ୟାପ୍ଟେନ ହୋଇଥିବା ଋତୁରାଜ ଗାଏକ୍ୱାଡଙ୍କ ଚେନ୍ନାଇ ପ୍ରଥମେ ବୋଲିଂ କରିବ। ଗୁରୁବାର ଚେନ୍ନାଇର ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ଓହରି ଯାଇଥିଲେ। ଏହାପରେ ଗାଏକ୍ୱାଡଙ୍କୁ ଅଧିନାୟକ ପଦ ମିଳିଛି। ସେ ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରିଛନ୍ତି।

ଚେନ୍ନାଇ ଟିମରେ ଥିବା ୪ ବିଦେଶୀ ଖେଳାଳି ହେଲେ ରଚିନ ରବୀନ୍ଦ୍ର, ଡାରେଲ ମିଚେଲ, ମହୀଶ ତିକଶାନା ଓ ମୁସ୍ତାଫିଜୁର ରହମନ। ରଚିନ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଡଭୋନ କନୱେ ନଥିବାରୁ ସେ ହିଁ ଗାଏକ୍ୱାଡଙ୍କ ସହ ଓପନ କରିବେ।

Advertisment

ଏହାବାଦ ଦଳରେ ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ସମୀର ରିଜଭୀ, ମହେନ୍ଦ୍ର ସିଂହ ଧୋନି, ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ରହିଛନ୍ତି। ଦଳ ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ଶେଖ ରଶିଦ, ନିଶାନ୍ତ ସାନ୍ଧୁ ଓ ମୋଇନ ଅଲୀଙ୍କୁ ସବଷ୍ଟିଚ୍ୟୁଟ ଖେଳାଳି ଭାବେ ରଖିଛି।

ଅନ୍ୟପକ୍ଷରେ ଆରସିବି ପାଇଁ କାମେରନ ଗ୍ରୀନ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ସହ ଦଳରେ ଗ୍ଲେନ ମ୍ୟାକ୍ସୱେଲ ଓ ଅଲଜାରୀ ଯୋଶେଫ ବିଦେଶୀ ଖେଳାଳି ଭାବେ ରହିଛନ୍ତି। ବିରାଟ କୋହଲି, ରଜତ ପାଟିଦାର, ଦିନେଶ କାର୍ତ୍ତିକ, ଅଜୁନ ରାୱତ, କରନ ଶର୍ମା, ମୟଙ୍କ ଡାଗର ଓ ମହମ୍ମଦ ସିରାଜ ଦଳରେ ରହିଛନ୍ତି।

IPL CSK RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe