Advertisment

ଆଣ୍ଠୁରୁ ବୋହୁଥିଲା ରକ୍ତ, ତଥାପି ଧରିଲେ ଆକର୍ଷଣୀୟ କ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍)ର ରବିବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ୮ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଚେନ୍ନାଇର ଏହି ବିଜୟରେ ପ୍ରମୁଖ ଯୋଗଦାନ କରିଥିଲେ ଫାଫ୍ ଡୁପ୍ଲେସିସ। ସେ ମାତ୍ର ୩୦ ବଲରେ ୪୩ ରନର ଇନିଂସ୍ ଖେଳିଛନ୍ତି। ଏହାସହ ସେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଚମତ୍କାର କ୍ୟାଚ୍ ମଧ୍ୟ ଧରିଛନ୍ତି। ଆଣ୍ଠୁରେ ଆଘାତ ଲାଗିବା ସତ୍ତ୍ୱେ ଡୁପ୍ଲେସିସ୍ ମୋର୍ଗାନଙ୍କର ଏହି କ୍ୟାଚ୍ ଧରିଥିଲେ। କ୍ୟାଚ୍ […]

ଆଣ୍ଠୁରୁ ବୋହୁଥିଲା ରକ୍ତ, ତଥାପି ଧରିଲେ ଆକର୍ଷଣୀୟ କ୍ୟାଚ୍

faf-du-plesiss

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍)ର ରବିବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ୮ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଚେନ୍ନାଇର ଏହି ବିଜୟରେ ପ୍ରମୁଖ ଯୋଗଦାନ କରିଥିଲେ ଫାଫ୍ ଡୁପ୍ଲେସିସ। ସେ ମାତ୍ର ୩୦ ବଲରେ ୪୩ ରନର ଇନିଂସ୍ ଖେଳିଛନ୍ତି। ଏହାସହ ସେ କେକେଆର୍ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଚମତ୍କାର କ୍ୟାଚ୍ ମଧ୍ୟ ଧରିଛନ୍ତି।

Advertisment

ଆଣ୍ଠୁରେ ଆଘାତ ଲାଗିବା ସତ୍ତ୍ୱେ ଡୁପ୍ଲେସିସ୍ ମୋର୍ଗାନଙ୍କର ଏହି କ୍ୟାଚ୍ ଧରିଥିଲେ। କ୍ୟାଚ୍ ଧରିବା ସମୟରେ ଦେଖିବାକୁ ମିଳିଛି ଯେ ତାଙ୍କ ଆଣ୍ଠୁରୁ ରକ୍ତ ବୋହୁଛି। ରକ୍ତ ବୋହିବା ସତ୍ତ୍ୱେ ଡୁପ୍ଲେସିସ୍ ଯେଉଁଭଳି ଭାବେ କ୍ୟାଚ୍ ଧରିଲେ, ତାକୁ ଫ୍ୟାନ୍ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରିଛନ୍ତି। କ୍ୟାଚ ଧରୁଥିବାର ଏହି ଭିଡିଓ ଭାଇରାଲ୍ ହୋଇଛି।

https://twitter.com/RunMachine_18/status/1442081924160258054?s=20

କେକେଆର୍ ଇନିଂସର ତୃତୀୟ ଓଭରରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟର ଚେନ୍ନାଇ ବୋଲର ଦୀପକ ଚହରଙ୍କ ବଲରେ ମିଡ୍ ଅନରେ ଶଟ୍ ମାରିଥିଲେ। ଡୁପ୍ଲେସିସ୍ ବଲକୁ ରୋକିବାକୁ ଯାଇ ଡାଇଭ୍ ମାରିଥିଲେ। କିନ୍ତୁ ବଲ୍ ତାଙ୍କ ଠାରୁ ବହୁ ଦୂରରେ ରହିଯାଇଥିଲା। ଆଉ ଡାଇଭ୍ ମାରିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।

Advertisment

ଏହା ପରେ ଡୁପ୍ଲେସିସ୍ ଦଶମ ଓଭରର ପ୍ରଥମ ବଲରେ ମିଡ୍ ଅନରେ କେକେଆର୍ କ୍ୟାପଟେନ୍ ମୋର୍ଗାନଙ୍କ ଦମଦାର କ୍ୟାଚ୍ ଧରିଥିଲେ। ମୋର୍ଗାନ୍ ଏହି ମ୍ୟାଚରେ ମାତ୍ର ୮ ରନ୍ କରିଥିଲେ। ଡୁପ୍ଲେସିସ୍ ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ୯ ମ୍ୟାଚରେ ୩୫୧ ରନ୍ କରିଛନ୍ତି, ଯେଉଁଥିରେ ୪ ଅର୍ଦ୍ଧଶତକ ସାମିଲ୍ ଅଛି। ସିଜନରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୫ ରନ୍ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe