Advertisment

RCBକୁ ଥରେ ଟ୍ରଫି ନେବାରେ ସହଯୋଗ କରନ୍ତୁ; ଫ୍ୟାନଙ୍କ ଅନୁରୋଧରେ ଏପରି ପ୍ରତିକ୍ରିୟା ରଖିଲେ ଧୋନି

ଏମ୍ଏସ୍ ଧୋନି ହେଉଛନ୍ତି ବିଶ୍ୱର ସଫଳ ଅଧିନାୟକ। ଧୋନିଙ୍କ ନେତୃତ୍ୱକୁ କ୍ରିକେଟ ପ୍ରେମୀ ଖୁବ୍ ପ୍ରଶଂସା କରନ୍ତି। କେହି କେହି ତାଙ୍କୁ 'ଗେମଚେଞ୍ଜର'ର ଆଖ୍ୟା ମଧ୍ୟ ଦିଅନ୍ତି।

author-image
Debibandita Barick
MS Dhoni & Virat Kohli

MS Dhoni & Virat Kohli

ଚେନ୍ନାଇ ସୁପର କିଙ୍ଗ୍ସକୁ ପାଞ୍ଚ ପାଞ୍ଚ ଥର ଟ୍ରଫି ଭେଟି ଦେବା ସହ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆକୁ ବିଶ୍ୱ ବିଜୟୀ କରାଇବାରେ ଏମ୍ଏସ୍ ଧୋନି ହେଉଛନ୍ତି ବିଶ୍ୱର ସଫଳ ଅଧିନାୟକ। ଧୋନିଙ୍କ ନେତୃତ୍ୱକୁ କ୍ରିକେଟ ପ୍ରେମୀ ଖୁବ୍ ପ୍ରଶଂସା କରନ୍ତି। କେହି କେହି ତାଙ୍କୁ 'ଗେମଚେଞ୍ଜର'ର ଆଖ୍ୟା ମଧ୍ୟ ଦିଅନ୍ତି। 

Advertisment

ନିକଟରେ ଏକ ଇଭେଣ୍ଟରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଜଣେ ପ୍ରଶଂସକ କହିଥିଲେ, "ମୁଁ 16 ବର୍ଷ ଧରି ଆରସିବିକୁ ସପୋର୍ଟ କରିଆସୁଛି, ଆରସିବିର ମୁଁ ଜଣେ ଡାଏ ହାର୍ଟ ଫ୍ୟାନ୍।" ଆପଣ ଟିମକୁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବାରେ ସମର୍ଥନ କରନ୍ତୁ ବୋଲି ଧୋନିଙ୍କୁ ଅନୁରୋଧ କରିଥିଲେ। ଉତ୍ତରରେ ଧୋନି ଦେଇଥିବା ପ୍ରତିକ୍ରିୟା ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

ଧୋନି କହିଥିଲେ, "ଆରସିବି ଏକ ଭଲ ଟିମ୍। କ୍ରିକେଟରେ ସବୁଠୁ ବଡ କଥା ହଉଛି କି, ପ୍ଲାନିଂ ଅନୁସାରେ କିଛି ହୋଇନଥାଏ। ଆଇପିଏଲରେ ଯଦି ସବୁ ଖେଳାଳି ଖେଳନ୍ତି, ତେବେ ସମସ୍ତ 10ରୁ 10 ଟିମ୍ ପାୱାରଫୁଲ୍। କିନ୍ତୁ ବେଳେ ବେଳେ ଆଘାତ କାରଣରୁ କିଛି ଖେଳାଳି ଖେଳିପାରନ୍ତିନି, ଯେଉଁଟା ଟିମ୍ ପାଇଁ ସମସ୍ୟା ସୃଷ୍ଟି କରେ।"

Advertisment

ଧୋନି ଆହୁରି କହିଥିଲେ, "ଆଇପିଏଲରେ ସମସ୍ତଙ୍କ ପାଇଁ ଯଥେଷ୍ଟ ସୁଯୋଗ ରହିଛି। ଏବେ ମୋ ପାଇଁ ନିଜ ଟିମ୍ ବିଷୟରେ ଚିନ୍ତା କରିବାର ବହୁତ କିଛି ବାକି ଅଛି। ମୁଁ ପ୍ରତ୍ୟେକ ଦଳକୁ ଶୁଭେଚ୍ଛା ଜଣାଉଛି, ତା ଛଡା ବର୍ତ୍ତମାନ ଅଧିକ କିଛି କରିପାରୁନି। ଭାବନ୍ତୁ, ଯଦି ବର୍ତ୍ତମାନ ମୁଁ ଅନ୍ୟ ଦଳକୁ ସମର୍ଥନ କରେ, ତେବେ ଆମ ଟିମ୍ ଫ୍ୟାନମାନଙ୍କୁ କିପରି ଲାଗିବ?" 

ଧୋନିଙ୍କ ଏହି ପ୍ରତିକ୍ରିୟା ପରେ ସେଠାରେ ଉପସ୍ଥିତି ଥିବା ଲୋକମାନେ ଯୋରରେ ତାଳି ମାରି ହସିଥିଲେ। ସୋଶାଲ ମିଡିଆରେ ଏହି ସମୟରେ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। 

MS Dhoni CSK RCB IPL Trophy