Advertisment

ଭାଇରାଲ୍‌ ହେଉଛି ବିରାଟ୍ କୋହଲିଙ୍କ ନୂଆ ଲୁକ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ନିଜ ଖେଳ ପାଇଁ ବେଶ୍‌ ପରିଚିତ। ଏହାସହ ସେ ଜଣେ ଷ୍ଟାଇଲ୍ ଆଇକନ୍ ମଧ୍ୟ ଅଟନ୍ତି। ନିଜର ଡ୍ରେସିଂ ସେନ୍ସ ଓ ଲୁକକୁ ନେଇ ଅନେକ ପ୍ରୟୋଗ କରନ୍ତି ଏବଂ ଫ୍ୟାନ୍ ମଧ୍ୟ ତାଙ୍କର ଏହି ଷ୍ଟାଇଲକୁ ଖୁବ୍ ପସନ୍ଦ କରନ୍ତି। କୋହଲିଙ୍କର ଏକ ନୂଆ ଲୁକ୍ ସୋଶାଲ ମିଡିଆରେ ବହୁତ ଭାଇରାଲ୍ ହେଉଛି। ଫ୍ୟାନ୍ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ବିରାଟ୍ […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ହେଉଛି ବିରାଟ୍ କୋହଲିଙ୍କ ନୂଆ ଲୁକ୍

virat-kohli

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ନିଜ ଖେଳ ପାଇଁ ବେଶ୍‌ ପରିଚିତ। ଏହାସହ ସେ ଜଣେ ଷ୍ଟାଇଲ୍ ଆଇକନ୍ ମଧ୍ୟ ଅଟନ୍ତି। ନିଜର ଡ୍ରେସିଂ ସେନ୍ସ ଓ ଲୁକକୁ ନେଇ ଅନେକ ପ୍ରୟୋଗ କରନ୍ତି ଏବଂ ଫ୍ୟାନ୍ ମଧ୍ୟ ତାଙ୍କର ଏହି ଷ୍ଟାଇଲକୁ ଖୁବ୍ ପସନ୍ଦ କରନ୍ତି। କୋହଲିଙ୍କର ଏକ ନୂଆ ଲୁକ୍ ସୋଶାଲ ମିଡିଆରେ ବହୁତ ଭାଇରାଲ୍ ହେଉଛି। ଫ୍ୟାନ୍ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Advertisment

ବିରାଟ୍ ହଳଦିଆ ଟି-ଶାର୍ଟରେ ନଜର ଆସୁଛନ୍ତି। ଏଥିରେ ତାଙ୍କର ଚୁଟି ଅଧିକ ଲମ୍ବା ଥିବା ଦେଖିବାକୁ ମିଳିଛି ଏବଂ ଏହାସହ ଦାଢ଼ି ମଧ୍ୟ ବଢ଼ିଯାଇଛି। ସୋମବାର ଏହି ଫଟୋ ସୋଶାଲ ମିଡିଆରେ ସାମ୍ନାକୁ ଆସିଥିଲା । ଏହି ଫଟୋ ଭାଇରାଲ୍ ହେବା ପରେ ସୋଶାଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି। ଲୋକେ ତାଙ୍କ ଲୁକର ତୁଳନା ଅନେକ ବ୍ୟକ୍ତିଙ୍କ ସହ କରୁଛନ୍ତି।

https://twitter.com/iamvaishali6/status/1396711763635146754?s=20

କିଛି ଲୋକେ ତାଙ୍କ ଲୁକର ତୁଳନା ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁଥିବା ସ୍ପାନିଶ୍ ସିରିଜ୍ ‘ମନୀ ହେଇଷ୍ଟ’ର ପ୍ରଫେସର ସହ କରିବା ସହ କରିଛନ୍ତି । କିଛି ଲୋକେ ତାଙ୍କ ଲୁକ୍ସକୁ ‘କବୀର ସିଂହ’ ଫିଲ୍ମର ଶାହିଦ୍ କପୁର ସହ ତୁଳନା କରିଛନ୍ତି। ତାଙ୍କର ଦାଢ଼ି କାରଣରୁ କିଛି ଲୋକେ କୋହଲିଙ୍କୁ ବବି ଦେଓଲଙ୍କ ସହ ତୁଳନା କରିବାକୁ ପଛାଇ ନାହାନ୍ତି ।

Advertisment

https://twitter.com/Lambda__Velorum/status/1396735884007936004?s=20

ସୂଚନାଯୋଗ୍ୟ, ବିରାଟ୍ କୋହଲି ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନଜର ଆସିବେ। ଏହା ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe