Advertisment

ଫ୍ୟାନଙ୍କ ଦାବି ଆଗରେ ନଇଁଲା ବିସିସିଆଇ, କୋହଲିଙ୍କ ୧୦୦ତମ ଟେଷ୍ଟ ଦେଖିବେ ଦର୍ଶକ

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିର ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିରାଟ୍ କୋହଲିଙ୍କୁ ବଡ଼ ଉପହାର ଦେଇଛି ବିସିସିଆଇ। ଉକ୍ତ ଟେଷ୍ଟ ଦେଖିବା ପାଇଁ ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେଇଛି। ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ ବିରାଟ୍ କୋହଲିଙ୍କର ୧୦୦ତମ ମ୍ୟାଚ୍ ହେବ। କୋହଲିଙ୍କ ୧୦୦ତମ ଟେଷ୍ଟ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ କଟକଣା ଲଗାଇଥିଲା। ହେଲେ ବିସିସିଆଇର ଏହି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଫ୍ୟାନଙ୍କ ଦାବି ଆଗରେ ନଇଁଲା ବିସିସିଆଇ, କୋହଲିଙ୍କ ୧୦୦ତମ ଟେଷ୍ଟ ଦେଖିବେ ଦର୍ଶକ

kohli

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିର ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିରାଟ୍ କୋହଲିଙ୍କୁ ବଡ଼ ଉପହାର ଦେଇଛି ବିସିସିଆଇ। ଉକ୍ତ ଟେଷ୍ଟ ଦେଖିବା ପାଇଁ ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେଇଛି। ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ ବିରାଟ୍ କୋହଲିଙ୍କର ୧୦୦ତମ ମ୍ୟାଚ୍ ହେବ।

Advertisment

କୋହଲିଙ୍କ ୧୦୦ତମ ଟେଷ୍ଟ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କ ପ୍ରବେଶ ଉପରେ ବିସିସିଆଇ କଟକଣା ଲଗାଇଥିଲା। ହେଲେ ବିସିସିଆଇର ଏହି ନିଷ୍ପତ୍ତିରେ କିଛି ଫ୍ୟାନ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସୋଶାଲ ମିଡିଆରେ ବୋର୍ଡ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ହେଲେ ବୋର୍ଡ ଏବେ ତା’ର ନିଷ୍ପତ୍ତି ବଦଳାଇ ଦର୍ଶକଙ୍କୁ ଉକ୍ତ ଟେଷ୍ଟ ଦେଖିବା ପାଇଁ ଅନୁମତି ଦେଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ମଧ୍ୟ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଏ ନେଇ ପିସିଏ କୋଷାଧ୍ୟକ୍ଷ ଆରପି ସିଙ୍ଗଲା କହିଛନ୍ତି ଯେ, ମାର୍ଚ୍ଚ ୪ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ବିସିସିଆଇ ଦର୍ଶକଙ୍କୁ ଅନୁମତି ଦେଇଥିବା ଜାଣିବାକୁ ପାଇଲୁ। ଷ୍ଟାଡିୟମରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆମେ ବୁଧବାର ଠାରୁ ଟିକେଟର ଅନଲାଇନ୍ ବିକ୍ରି ଆରମ୍ଭ କରିଦେବୁ। ମ୍ୟାଚ୍ ଦେଖିବା ପାଇଁ ଆସିବାକୁ ଥିବା ଫ୍ୟାନଙ୍କୁ କୋଭିଡ୍ ପ୍ରୋଟୋକଲ୍ ପାଳନ କରିବାକୁ ପଡ଼ିବ ବୋଲ କୋଷାଧ୍ୟକ୍ଷ କହିଛନ୍ତି।

Advertisment

୨୦୧୧ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା କୋହଲି ଏପର୍ଯ୍ୟନ୍ତ ୯୯ଟି ନାଲି-ବଲ୍ ମ୍ୟାଚ୍ ଖେଳି ୭୯୬୨ ରନ୍ କରିଛନ୍ତି। ଏହା ପୂର୍ବରୁ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର କହିଥିଲେ ଯେ କୋହଲିଙ୍କ ୧୦୦ତମ ଟେଷ୍ଟରେ ଦର୍ଶକଙ୍କୁ ଅନୁମତି ନମିଳିବା ନୈରାଶ୍ୟଜନକ।

ଭାରତର ସଚିନ ତେନ୍ଦୁଲକର (୨୦୦), ରାହୁଲ୍ ଦ୍ରାବିଡ୍ (୧୬୩), ଭିଭିଏସ୍ ଲକ୍ଷ୍ମଣ (୧୩୪), ଅନୀଲ କୁମ୍ବଲେ (୧୩୨), କପିଲ ଦେବ (୧୩୧), ସୁନୀଲ ଗାଭାସ୍କର (୧୨୫), ଦିଲୀପ ଭେଙ୍ଗସରକାର (୧୧୬), ସୌରଭ ଗାଙ୍ଗୁଲି (୧୧୩), ଈଶାନ୍ତ ଶର୍ମା (୧୦୫), ହରଭଜନ ସିଂହ (୧୦୩), ବୀରେନ୍ଦ୍ର ସେହ୍ୱାଗ (୧୦୩) ୧୦୦ ଟେଷ୍ଟ ଖେଳିସାରିଛନ୍ତି।