Advertisment

ଭାରତୀୟ ଟିମ ମିଟିଂରେ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ମ୍ୟାଚ୍‌ ପୂର୍ବରୁ ହୋଇଥିବା ବୈଠକରେ ଉଠିଲା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗ। ଆସନ୍ତାକାଲି ଠାରୁ ଟିମ୍‌ ଇଣ୍ଡିଆ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ମ୍ୟାଚ୍‌ର ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ଦଳର ସଦସ୍ୟମାନେ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ କିଛି ସମୟ ପାଇଁ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ଆନ୍ଦୋଳନକୁ ନେଇ ନିଜ ନିଜର ମତ ମଧ୍ୟ ପ୍ରକାଶ କରିଛନ୍ତି। ଚାଷୀ ଆନ୍ଦୋଳନରୁ […]

author-image
Hemant Lenka
ଭାରତୀୟ ଟିମ ମିଟିଂରେ ଚାଷୀ ଆନ୍ଦୋଳନ

fd

ନୂଆଦିଲ୍ଲୀ: ମ୍ୟାଚ୍‌ ପୂର୍ବରୁ ହୋଇଥିବା ବୈଠକରେ ଉଠିଲା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗ। ଆସନ୍ତାକାଲି ଠାରୁ ଟିମ୍‌ ଇଣ୍ଡିଆ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ମ୍ୟାଚ୍‌ର ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ଦଳର ସଦସ୍ୟମାନେ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ କିଛି ସମୟ ପାଇଁ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ଆନ୍ଦୋଳନକୁ ନେଇ ନିଜ ନିଜର ମତ ମଧ୍ୟ ପ୍ରକାଶ କରିଛନ୍ତି।

Advertisment

ଚାଷୀ ଆନ୍ଦୋଳନରୁ ଫୁରସତ ମିଳିବା ପରେ ଯାଇ ଦଳର ସଦସ୍ୟ ଓ କୋଚ୍‌ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ରଣନୀତି ଉପରେ ଆଲୋଚନା କରିଛନ୍ତି। ଟିମ୍‌ ମିଟିଂରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା ଖୋଦ୍‌ ଦଳର ଅଧିନାୟକ ବିରାଟ କୋହଲି ଗଣମାଧ୍ୟମକୁ କହିଛନ୍ତି।

କୃଷି ଆଇନ ବିରୋଧରେ ଦୀର୍ଘ ୮୧ ଦିନ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି। କେବଳ ଦେଶରେ ନୁହେଁ ଦେଶ ବାହାରକୁ ମଧ୍ୟ ଚାଷୀ ଆନ୍ଦୋଳନ ସପକ୍ଷରେ ଜନମତ ପ୍ରକାଶ ପାଇବାରେ ଲାଗିଛି। ହଲିଉଡ ସେଲେବ୍ରିଟିମାନେ ଚାଷୀ ଆନ୍ଦୋଳନ ସପକ୍ଷରେ ବୟାନ ଦେବା ପରେ ଭାରତୀୟ କ୍ରିକେଟର ଓ ଫିଲ୍ମ ତାରକାମାନେ ସେମାନଙ୍କୁ କାଉଣ୍ଟର କରିବା ଆରମ୍ଭ କରିଛନ୍ତି। ହେଲେ ଚାଷୀମାନେ ଦୀର୍ଘ ଦିନ ହେଲା ଖରା, ବର୍ଷା ଓ ଶୀତରେ ଆନ୍ଦୋଳନ କରୁଥିଲେ ହେଁ କୌଣସି କ୍ରିକେଟର କିମ୍ବା ବଲିଉଡ ସେଲେବ୍ରିଟି ଏମାନଙ୍କ ସପକ୍ଷରେ ମତ ଦେଇ ନଥିଲେ ବୋଲି କିଛି ଲୋକ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Advertisment

ଗତକାଲି ବିରାଟ ବିଦେଶୀ ସେଲେବ୍ରିଟି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଏହା ବିରୋଧରେ ଟ୍ୱିଟ କରିଥିଲେ। ଆଜି ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ସମାନ ଧରଣର ଟ୍ୱିଟ କରିଛନ୍ତି।

ଆଜିର ଟିମ୍‌ ମିଟିଂ ପରେ ବିରାଟ କହିଛନ୍ତି, ଟିମ୍‌ ମିଟିଂ ବେଳେ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ଆମ ଆଗରେ ଉପସ୍ଥାପନ କରାଯାଇଥିଲା। ଏହା ଉପରେ ସମସ୍ତ ଖେଳାଳି ନିଜ ନିଜର ମତ ରଖିଥିଲେ। ଦେଶରେ ଚାଲିଥିବା କରେଣ୍ଟ ପ୍ରସଙ୍ଗ ସାଧାରଣତଃ ଟିମ ବୈଠକରେ ଉଠିଥାଏ। ଆମେ ଏହା ଉପରେ କଥା ହୋଇଥାଉ ଏବଂ ନିଜ ନିଜର ମତାମତ ମଧ୍ୟ ଦେଇଥାଉ।

ଆଜି ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠିଥିଲା ଓ ଆମେ ଅଳ୍ପ ସମୟ ପାଇଁ ଏହା ଉପରେ କଥା ହୋଇଥିଲୁ। ଏହାପରେ ଆମେ ମ୍ୟାଚ୍‌ର ଯୋଜନା ବିଷୟରେ ମାନସମନ୍ଥନ କରିଥିଲୁ ବୋଲି ସେ କହିଛନ୍ତି।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିଦେଶୀ ସେଲେବ୍ରିଟିଙ୍କ ସମର୍ଥନଭରା ଟ୍ୱିଟ ପରେ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ରବି ଶାସ୍ତ୍ରୀ, ଯୁବରାଜ ସିଂହ, ଗୌତମ ଗମ୍ଭୀର, ରୋହିତ ଶର୍ମା, ସୁରେଶ ରାଇନା, ଅଜିଙ୍କ୍ୟ ରାହଣେ, ଆରପି ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟରମାନେ ଟ୍ୱିଟ କରି ଏହାକୁ ବିରୋଧ କରିଛନ୍ତି।