Advertisment

ଆଇପିଏଲକୁ ନେଇ ବଢ଼ିଲା ଚିନ୍ତା : କରୋନାରେ ଆକ୍ରାନ୍ତ ହେଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସଂସ୍କରଣକୁ ନେଇ ଚିନ୍ତା ବଢ଼ିଛି। ଗୋଟିଏ ପଟେ ଆଇପିଏଲ ଚାଲିଥିବା ବେଳେ ଆଜି କରୋନା ଦିଲ୍ଲୀ କ୍ୟାପିଟାଲ୍ସର ଚିନ୍ତା ବଢ଼ାଇଛି। ଦଳର ଷ୍ଟାର ଦ୍ରୁତ ବୋଲର ଅନରିଚ୍‌ ନୋର୍ଜେଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ଅଧାରୁ ହିଁ ନୋର୍ଜେ ଓ କାଗିସୋ ରାବଡା ଆଇପିଏଲ ଖେଳିବାକୁ ଭାରତ ଆସିଥିଲେ। ମୁମ୍ବାଇରେ ପହଞ୍ଚିବା ପରେ ଉଭୟଙ୍କ କରୋନା ଟେଷ୍ଟ ହୋଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। ନିୟମ ଅନୁସାରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଇପିଏଲକୁ ନେଇ ବଢ଼ିଲା ଚିନ୍ତା : କରୋନାରେ ଆକ୍ରାନ୍ତ ହେଲେ ଏହି ଦ୍ରୁତ ବୋଲର

Anrich-Nortje

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସଂସ୍କରଣକୁ ନେଇ ଚିନ୍ତା ବଢ଼ିଛି। ଗୋଟିଏ ପଟେ ଆଇପିଏଲ ଚାଲିଥିବା ବେଳେ ଆଜି କରୋନା ଦିଲ୍ଲୀ କ୍ୟାପିଟାଲ୍ସର ଚିନ୍ତା ବଢ଼ାଇଛି। ଦଳର ଷ୍ଟାର ଦ୍ରୁତ ବୋଲର ଅନରିଚ୍‌ ନୋର୍ଜେଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ଅଧାରୁ ହିଁ ନୋର୍ଜେ ଓ କାଗିସୋ ରାବଡା ଆଇପିଏଲ ଖେଳିବାକୁ ଭାରତ ଆସିଥିଲେ।

Advertisment

ମୁମ୍ବାଇରେ ପହଞ୍ଚିବା ପରେ ଉଭୟଙ୍କ କରୋନା ଟେଷ୍ଟ ହୋଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। ନିୟମ ଅନୁସାରେ ଉଭୟ କ୍ୱାରେଣ୍ଟିନ୍‌ରେ ରହିଥିଲେ। ଏଥିପାଇଁ ୧୦ ତାରିଖ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଉଭୟ ଖେଳି ନଥିଲେ। ଏବେ ନୋର୍ଜେଙ୍କ ଦ୍ୱିତୀୟ କରୋନା ଟେଷ୍ଟ କରାଯାଇଥିଲା।

ଏହା ପଜିଟିଭ ଆସିଛି। ନୋର୍ଜେଙ୍କ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଥିଲେ। ୨୮ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ମଧ୍ୟ ଚେନ୍ନାଇ ବିପକ୍ଷ ଓପନିଂ ମ୍ୟାଚ୍‌ ଖେଳି ନଥିଲେ। ଏବେ ନୋର୍ଜେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେ ଏକାଧିକ ମ୍ୟାଚ୍‌ ଖେଳିପାରିବେ ନାହିଁ।

Advertisment

କେବଳ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଖେଳାଳି ନୁହନ୍ତି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡାନିଏଲ ସାମ୍ସ ଓ ଦେବଦତ୍ତ ପାଡ୍ଡିକଲ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ନୋର୍ଜେ ଗତ ଆଇପିଏଲରେ ଦିଲ୍ଲୀର ସଫଳ ବୋଲର ରହିଥିଲେ। ତଥାପି ତାଙ୍କ ଅନୁପସ୍ଥିତିରେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମୁକାବିଲାରେ ଦିଲ୍ଲୀ ଶକ୍ତିଶାଳୀ ଚେନ୍ନାଇକୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା।

IPL2021