Advertisment

ଶଦାବ ଖାନଙ୍କୁ ନାଟକୀୟ ଢଙ୍ଗରେ ରନଆଉଟ କଲେ ଫାରୁକି, ଭିଡିଓ ଭାଇରାଲ

ବିଶାଳ ୩୦୧ ରନର ପିଛା କରୁଥିବା ପାକିସ୍ତାନ ଏକଦା ଗୋଟିଏ ୱିକେଟ ହରାଇ ୧୭୦ ରନ କରି ନେଇଥିଲା। ତେବେ ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୧/୬ରେ ପହଞ୍ଚି ଯାଇଥିଲା।

author-image
Hemant Lenka
Pakistan

Pakistan

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ମଧ୍ୟ ପାକିସ୍ତାନ ବେଶ ନାଟକୀୟ ଢଙ୍ଗରେ ଜିତି ନେଇଛି। ବିଶାଳ ୩୦୧ ରନର ଟାର୍ଗେଟକୁ ପାକିସ୍ତାନ ଗୋଟିଏ ବଲ ପୂର୍ବରୁ ୯ ୱିକେଟ ହରାଇ ପୂରଣ କରି ଦିନିକିଆ ସିରିଜକୁ ଆଗୁଆ କବଜା କରି ନେଇଛି।

Advertisment

ଏହି ମ୍ୟାଚ୍‌ରେ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଶଦାବ ଖାନ ନିଜର କ୍ୟାମିଓ(୩୫ ବଲରେ ୪୮) ସମସ୍ତଙ୍କୁ ଦେଖାଇଛନ୍ତି। ଏହି ଇନିଂସ ଯୋଗୁ ଶ୍ରୀଲଙ୍କାର ମହିନ୍ଦା ରାଜପକ୍ଷ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌କୁ ପାକିସ୍ତାନ ଜିତି ନେଇଛି।

ବିଶାଳ ୩୦୧ ରନର ପିଛା କରୁଥିବା ପାକିସ୍ତାନ ଏକଦା ଗୋଟିଏ ୱିକେଟ ହରାଇ ୧୭୦ ରନ କରି ନେଇଥିଲା। ତେବେ ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୧/୬ରେ ପହଞ୍ଚି ଯାଇଥିଲା। ଏତିକି ବେଳେ ଶଦାବ ଖାନ କ୍ରିଜ୍‌କୁ ଆସିବା ସହ ଆଫଗାନିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

Advertisment

ହେଲେ ମ୍ୟାଚ୍‌ର ପୂରା ଡ୍ରାମା ଶେଷ ଓଭରରେ ଦେଖିବାକୁ ମିଳିଥିଲା। ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୧ ରନ ଦରକାର ଥିଲା। ଏହି ସମୟରେ ବାମହାତୀ ଦ୍ରୁତ ବୋଲର ଫଜଲହକ ଫାରୁକି ବୋଲିଂ କରିବାକୁ ଆସିଥିଲେ। ଶଦାବ ନନ ଷ୍ଟ୍ରାଇକରେ ଥିବାରୁ ୧ ରନ ପାଇଁ ପୂରା ଆଶବାଦୀ ଥିଲେ। କିନ୍ତୁ ଫାରୁକି ବୋଲିଂ କରିବା ପୂର୍ବରୁ ହିଁ ସେ କ୍ରିଜ୍‌ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ଫାରୁକି ତାଙ୍କୁ ମଙ୍କଡିଂ ବା ରନ ଆଉଟ କରି ଦେଇଥିଲେ।

ପୂର୍ବରୁ ଏପରି ଆଉଟକୁ ଅଣଖେଳୁଆଡ଼ ମନୋଭାବ କୁହାଯାଉଥିଲା। କିନ୍ତୁ ଆଇସିସି ଏହାକୁ ରନ ଆଉଟର ଗୋଟିଏ ମାଧ୍ୟମ ବୋଲି କହି ସାରିଛି। ତେଣୁ ଶଦାବ ମଙ୍କଡିଂ ନୁହେଁ ବରଂ ରନ ଆଉଟ ହୋଇଛନ୍ତି। ଫାରୁକି ତାଙ୍କୁ ରନ ଆଉଟ କରିବାରୁ ସେ ବେଶ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୪୮ ରନର ଇନିଂସ ଖେଳିଥିଲେ।

ଶଦାବ ଆଉଟ ହୋଇଥିଲେ ହେଁ ନମ୍ବର ୧୦ ବ୍ୟାଟର ନଶୀମ ଶାହ ପାକିସ୍ତାନକୁ ନିରାଶ କରି ନଥିଲେ। ଶେଷ ଦୁଇଟି ଚୌକା ମାରି ଦଳକୁ ମ୍ୟାଚ୍‌ ସହ ସିରିଜ ଭେଟି ଦେଇଥିଲେ।

Pakistan Cricket Afganistan