Advertisment

ଆଇପିଏଲ ଫାଇନାଲ ପରେ ଘୋଷଣା ହେବ ଏସିଆ କପ୍‌ ଭେନ୍ୟୁ

ଆଇପିଏଲ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଏସିଆନ କ୍ରିକେଟ କାଉନସିଲର ପ୍ରତିନିଧି ଦଳ ଆସିବେ।

Rohit

Rohit

Advertisment

ଚଳିତ ବର୍ଷ ଏସିଆ କପ କେଉଁ ଦେଶ ଆୟୋଜନ କରିବ, ସେ ସମ୍ପର୍କରେ ଆଇପିଏଲ ଫାଇନାଲ ମ୍ୟାଚ୍‌ ପରେ ଘୋଷଣା କରାଯିବ। ଆଇପିଏଲ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଏସିଆନ କ୍ରିକେଟ କାଉନସିଲର ପ୍ରତିନିଧି ଦଳ ଆସିବେ। ତେଣୁ ଉକ୍ତ ମ୍ୟାଚ୍‌ ପରେ ଏସିଆ କପ୍‌ ଭେନ୍ୟୁ ସମ୍ପର୍କରେ ଘୋଷଣା କରାଯିବ ବୋଲି ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି।

Advertisment

ଜୟ ଶାହ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ଏସିଆ କପ କେଉଁଠି ଓ କିଏ ଆୟୋଜନ କରିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଆମେ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛୁ। କିନ୍ତୁ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରତିନିଧିମାନେ ଆଇପିଏଲର ଫାଇନାଲ ମ୍ୟାଚ୍‌ ଦେଖିବାକୁ ଆସୁଛନ୍ତି। ଏହି ସମୟରେ ଆମେ ଆଲୋଚନା କରିବୁ ଓ ଠିକ ସମୟ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।”

ବାସ୍ତବରେ ପାକିସ୍ତାନକୁ ଚଳିତ ବର୍ଷ ଏସିଆ କପ୍‌ ଆୟୋଜନ ଦାୟିତ୍ୱ ମିଳିଛି। କିନ୍ତୁ ଭାରତୀୟ ଟିମ୍‌ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସେଠାକୁ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରି ସାରିଛି।

Advertisment

ଭାରତୀୟ ଟିମ ପାକିସ୍ତାନ ଯିବାକୁ ଅରାଜି ହେଉଥିବାରୁ ଏସିଆ କପ ଆୟୋଜନ ଉପରେ କଳାବାଦଲ ଘୋଟାଇ ଯାଇଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ନଜମ ସେଠୀ ଆୟୋଜନ ପାଇଁ ହାଇବ୍ରିଡ୍‌ ମଡେଲର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଅନୁସାରେ ପାକିସ୍ତାନ ୪ଟି ମ୍ୟାଚ୍‌ ଆୟୋଜନ କରିବାର ଅଧିକାର ପାଇପାରେ।

ଏସିସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେଠୀଙ୍କ ହାଇବ୍ରିଡ ମଡେଲ ଅନୁଯାୟୀ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ଆଫଗାନିସ୍ତାନ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନରେ ଖେଳିବେ। ଭାରତ ତା’ର ସବୁ ମ୍ୟାଚ୍‌ କୌଣସି ନିରପେକ୍ଷ ସ୍ଥାନରେ ଖେଳିବ।

ଏହି ପ୍ରସ୍ତାବରେ ବିସିସିଆଇ ମଧ୍ୟ କିଛି ମାତ୍ରାରେ ରାଜି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ୍‌ ବିସିସିଆଇ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଚାହୁଁଛି। କିନ୍ତୁ ପିସିବି ଦୁବାଇରେ ଆୟୋଜନ କରିବା ସପକ୍ଷରେ ରହିଛି।

ଖୁବଶୀଘ୍ର ଏସିସି ମୁଖ୍ୟ ଜୟ ଶାହ ଗୋଟିଏ ବୈଠକ ଡାକିବେ। ଏହି ବୈଠକ ପରେ ଏସିଆ କପ୍‌ ଆୟୋଜନ ସମ୍ପର୍କରେ ଘୋଷଣା କରାଯିବ। ନିରପେକ୍ଷ ଭେନ୍ୟୁରେ ଭାରତ ସହ ଖେଳିବାକୁ ପିସିବିର କୌଣସି ଅସୁବିଧା ନାହିଁ।

ତେଣୁ ସେପ୍ଟେମ୍ବର ୧ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପର କିଛି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।

Bcci Indian Cricket Team Cricket India Vs Pakistan Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe