Advertisment

୪୮ ବର୍ଷରେ ପ୍ରଥମ, ବିଶ୍ୱକପରେ ଭାରତ ପାଇଁ ଇତିହାସ ରଚିଲେ ବୁମ୍ରା ଓ ସିରାଜ

କେବଳ ବୁମ୍ରା ନୁହନ୍ତି, ମହମ୍ମଦ ସିରାଜ ମଧ୍ୟ ଶ୍ରୀଲଙ୍କା ଇନିଂସର ଦ୍ୱିତୀୟ ଓଭର୍‌ର ପ୍ରଥମ ବଲରେ ୱିକେଟ ଦଖଲ କରିଥିଲେ। ସେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କୁ LBW କରିଥିଲେ।

siraj

siraj

Advertisment

ଭାରତ ପାଇଁ ବିଶ୍ୱକପରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ। ଉଭୟ ବିଶ୍ୱକପର ୪୮ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଭାରତୀୟ ଭାବେ ପ୍ରଥମ ବଲରେ ୱିକେଟ ଦଖଲ କରିଛନ୍ତି। ଆଜି ମୁମ୍ବାଇର ୱାଙ୍ଖେଡେରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବୁମ୍ରା ଓ ସିରାଜ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ବୁମ୍ରା ଶ୍ରୀଲଙ୍କା ଇନିଂସର ପ୍ରଥମ ବଲରେ ଭାରତକୁ ୱିକେଟ ଦେଇଥିଲେ। ଶ୍ରୀଲଙ୍କାର ଇନଫର୍ମ ଓପନର ପଥୁମ ନିଶଙ୍କାଙ୍କୁ ସେ LBW କରିଥିଲେ। ବିଶ୍ୱକପରେ ଭାରତ ପାଇଁ ଆଜି ଯାଏ କେବେ ହେଲେ କୌଣସି ବୋଲର ଏପରି ସଫଳତା ହାସଲ କରି ନଥିଲେ।

କେବଳ ବୁମ୍ରା ନୁହନ୍ତି, ମହମ୍ମଦ ସିରାଜ ମଧ୍ୟ ଶ୍ରୀଲଙ୍କା ଇନିଂସର ଦ୍ୱିତୀୟ ଓଭର୍‌ର ପ୍ରଥମ ବଲରେ ୱିକେଟ ଦଖଲ କରିଥିଲେ। ସେ ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କୁ LBW କରିଥିଲେ। ବିଶ୍ୱକପରେ ଭାରତ କୌଣସି ଇନିଂସର ପ୍ରଥମ ଦୁଇ ଓଭରର ପ୍ରଥମ ଦୁଇ ବଲରେ ୱିକେଟ ଦଖଲ କରିବା ପ୍ରଥମ ଘଟଣା। ଏବେ ବୁମ୍ରା ଓ ସିରାଜ ନୂଆ ରେକର୍ଡ କରିଛନ୍ତି।

Advertisment

ସିରାଜ ନିଜର ପ୍ରଥମ ବଲରେ କରୁଣାରତ୍ନେଙ୍କୁ ଆଉଟ କରିଥିବା ବେଳେ ୫ମ ବଲରେ ସଦୀରା ସମରାବିକ୍ରମାଙ୍କ ୱିକେଟ ନେଇଥିଲେ। ସେହିପରି ପରବର୍ତ୍ତୀ ଓଭରରେ ସେ ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ତିସ(୧)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ବୁମ୍ରା ଓ ସିରାଜଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ୩ ରନରେ ୪ ୱିକେଟ ହରାଇଥିଲା। ଏହାପରେ ମହମ୍ମଦ ଶାମି ୫ ୱିକେଟ ଦଖଲ କରିଥିଲେ। ଶେଷରେ ରବୀନ୍ଦ୍ର ଜାଡେଜା ୫ ରନ କରିଥିବା ଦିଲସାନ ମଧୁଶଙ୍କାଙ୍କୁ ଆଉଟ କରି ଶ୍ରୀଲଙ୍କାର ଇନିଂସକୁ ୫୫ ରନରେ ଅଲଆଉଟ କରିଦେଇଥିଲେ।

ICC Jasprit Bumrah Mohammed Siraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe