Advertisment

ଶୁବମନ ଗିଲ୍‌ଙ୍କ ରେକର୍ଡ: ଗୋଟିଏ ବର୍ଷରେ ଟେଷ୍ଟ, ଦିନିକିଆ, ଟି-୨୦ ଓ ଆଇପିଏଲରେ ଶତକ

ଗିଲ ଚଳିତ ବର୍ଷ ଦିନିକିଆରେ ଦୁଇ ଶତକ ହାସଲ କରି ନିଜର ଅଭିଯାନ ଆରମ୍ଭ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୨୦୮ ରନର ଇନିଂସ ଖେଳିଥିଲେ।

Gill

Gill

Advertisment

ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଥିବା ଶୁବମନ ଗିଲ୍‌ ସୋମବାର ବିଶ୍ୱ ରେକର୍ଡ କରିଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ପ୍ରଥମ ଆଇପିଏଲ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

ସେ ପ୍ରଥମ ଖେଳାଳି ଭାବେ ସମାନ କ୍ୟାଲେଣ୍ଡର ବର୍ଷରେ ଆଇପିଏଲ ସମେତ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ଶତକ ହାସଲ କରିଛନ୍ତି। ଅର୍ଥାତ ଗିଲ୍‌ ଗୋଟିଏ ବର୍ଷରେ ଟେଷ୍ଟ, ଦିନିକିଆ, ଟି-୨୦ ଓ ଆଇପିଏଲରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗିଲ୍‌ ୫୮ ବଲରେ ୧୦୧ ରନ ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ଗୁଜରାଟ ୩୪ ରନରେ ହାଇଦ୍ରାବାଦକୁ ହରାଇବା ସହ ଚଳିତ ବର୍ଷ ପ୍ରଥମ ଦଳ ଭାବେ ପ୍ଲେଅଫରେ ମଧ୍ୟ ନିଜର ସ୍ଥାନ ପକ୍କା କରି ନେଇଛି। ହାଇଦ୍ରାବାଦ ପରାସ୍ତ ହେବା ସହ ପ୍ଲେଅଫ ରେସ୍‌ରୁ ବାଦ ପଡ଼ିଛି।

Advertisment

ଗିଲ ଚଳିତ ବର୍ଷ ଦିନିକିଆରେ ଦୁଇ ଶତକ ହାସଲ କରି ନିଜର ଅଭିଯାନ ଆରମ୍ଭ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୨୦୮ ରନର ଇନିଂସ ଖେଳିଥିଲେ। ସେହିପରି ଅହମଦାବାଦରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନିଜର ମେଡେନ ଟି-୨୦ ଶତକ ହାସଲ କରିଥିଲେ। ସେ ଏହି ମ୍ୟାଚ୍‌ରେ ୯୯ ବଲରେ ୧୨୬ ରନର ଇନିଂସ ଖେଳିଥିଲେ।

ଚଣ୍ଡିଗଡ଼ରେ ଜନ୍ମିତ ଶୁବମନ ଗିଲ୍‌ ଅଷ୍ଟ୍ରେଲିଆ ବିପକ୍ଷ ଅହମଦାବାଦ ଟେଷ୍ଟରେ ଶତକ ହାସଲ କରିଥିଲେ। ସେ ୧୨୮ ରନ୍‌ କରିଥିଲେ। ସୋମବାର ସେ ଆଇପିଏଲରେ ମଧ୍ୟ ଶତକ ଅହମଦାବାଦରେ ହାସଲ କରିଛନ୍ତି। ତେଣୁ କେବଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଡବଲ ଟନ୍‌କୁ ଛାଡ଼ି ଦେଲେ ଗିଲ୍‌ ଚଳିତ ବର୍ଷ ଅହମଦାବାଦରେ ହିଁ ଟେଷ୍ଟ, ଟି-୨୦ ଓ ଆଇପିଏଲ ଶତକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ଗିଲ୍‌ ୪୮ ବ୍ୟାଟିଂ ହାରରେ ମୋଟ ୫୭୬ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୪୬.୧୯ ରହିଛି। ଏହି ସିଜିନରେ ସେ ୪ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିସାରିଛନ୍ତି। ଆରସିବିର ଫାଫ ଡୁପ୍ଲେସିସଙ୍କ ପରେ ଗିଲ୍‌ ସର୍ବାଧିକ ରନହାସଲକାରୀ ବ୍ୟାଟରଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Cricket IPL Shubman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe