Advertisment

ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍

ନୂଆଦିଲ୍ଲୀ: ଆରମ୍ଭ ହୋଇ ସାରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ। ପ୍ରଥମଥର ଲାଗି ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି, ତା’ ପୁଣି ବିନା ଦର୍ଶକରେ। ଏହା ସତ୍ତ୍ୱେ ଆଇପିଏଲର ରୋମାଞ୍ଚ ଶୀର୍ଷରେ। ସବୁଠାରୁ ବଡ଼ କଥା ହେଉଛି, ଆଇପିଏଲରେ ଯେଉଁ ୮ଟି ଦଳ ଭାଗ ନେଇଛନ୍ତି, ସେଥିମଧ୍ୟରୁ ୪ଟି ଦଳର କ୍ୟାପଟେନ ହେଉଛନ୍ତି ପେସାରେ ୱିକେଟକିପର। ଆଉ ସେହି ୱିକେଟକିପରମାନେ ମଧ୍ୟ ଭାରତୀୟ। କୌଣସି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଟିମର କ୍ୟାପଟେନ୍ ନିଶ୍ଚିତ ଭାବେ ବଡ଼ […]

ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍

IPL-2021

Advertisment

ନୂଆଦିଲ୍ଲୀ: ଆରମ୍ଭ ହୋଇ ସାରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ। ପ୍ରଥମଥର ଲାଗି ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି, ତା’ ପୁଣି ବିନା ଦର୍ଶକରେ। ଏହା ସତ୍ତ୍ୱେ ଆଇପିଏଲର ରୋମାଞ୍ଚ ଶୀର୍ଷରେ। ସବୁଠାରୁ ବଡ଼ କଥା ହେଉଛି, ଆଇପିଏଲରେ ଯେଉଁ ୮ଟି ଦଳ ଭାଗ ନେଇଛନ୍ତି, ସେଥିମଧ୍ୟରୁ ୪ଟି ଦଳର କ୍ୟାପଟେନ ହେଉଛନ୍ତି ପେସାରେ ୱିକେଟକିପର। ଆଉ ସେହି ୱିକେଟକିପରମାନେ ମଧ୍ୟ ଭାରତୀୟ। କୌଣସି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଟିମର କ୍ୟାପଟେନ୍ ନିଶ୍ଚିତ ଭାବେ ବଡ଼ କଥା। ଆଉ ଏହାର ପଛର କାରଣ ହେଉଛନ୍ତି ସ୍ୱୟଂ ମହେନ୍ଦ୍ର ସିଂ ଧୋନି। ଏହା ଆମେ କହୁନୁ, କହିଛନ୍ତି ଇଂଲଣ୍ଡର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର।

Advertisment

ଧୋନିଙ୍କୁ ଶ୍ରେୟ ଦେଇ ବଟଲର୍ କହିଛନ୍ତି ଯେ ‘ଆଜିର ଯୁବ ଖେଳାଳି ତାଙ୍କ (ଧୋନି) ପଦାଙ୍କ ଅନୁସରଣ କରି ଚାଲୁଛନ୍ତି’। ଖୋଦ୍ ଧୋନି ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ଅଛନ୍ତି। ସେହିପରି ଗତ ସଂସ୍କରଣରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଟିମର କ୍ୟାପଟେନ୍ କରିଥିଲା। ଚଳିତ ସଂସ୍କରଣରେ ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସ ଓ ଶ୍ରେୟସ ଆୟରଙ୍କ ଆହତ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ।

ବଟଲର୍ କହିଛନ୍ତି, ୱିକେଟକିପର କ୍ୟାପଟେନ୍ ହେବା ପ୍ରଚଳନର ଶ୍ରେୟ ଧୋନି ଏବଂ ତାଙ୍କଙ୍କ ଷଷ୍ଠ ଇନ୍ଦ୍ରୀୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଦିଆଯିବ। ସେ ଦୁନିଆର ଅନ୍ୟତମ ମହାନ୍ କ୍ୟାପଟେନ୍ ଏବଂ ଅନେକ ଖେଳାଳି ତାଙ୍କର ସଫଳତାକୁ ଦୋହରାଇବାକୁ ଚାହାନ୍ତି। ୱିକେଟ୍ ପଛରେ ନେତୃତ୍ୱ ନେବାର ଅତିରିକ୍ତ ଫାଇଦା ମିଳିଥାଏ। ଜଣେ ୱିକେଟକିପର ୱିକେଟ୍ ପଛରେ ତୀକ୍ଷ୍ଣ ନଜର ରଖିଥାଏ, ଯାହାଦ୍ୱାରା ନିଷ୍ପତ୍ତି ନେବାରେ ସହଜ ହୋଇଥାଏ। ତେଣୁ ଧୋନି ୱିକେଟ୍ ପଛରେ ଛିଡ଼ା ହୋଇ ଅନେକ ସଫଳତା ଅର୍ଜନ କରିଛନ୍ତି। ଏବେ ସଞ୍ଜୁ ସାମସନଙ୍କ ପାଖରେ ଏମିତି କିଛି କାରନାମା କରିବାର ସୁଯୋଗ ରହିଛି।

Advertisment

ବଟଲର୍ କହିଛନ୍ତି, ଚଳିତ ସଂସ୍କରଣରେ ଆମ ପାଖରେ ଅନେକ ପ୍ରତିଭା ଅଛନ୍ତି। ବେନ୍ ଷ୍ଟୋକ୍ସ ଓ କ୍ରିସ୍ ମୋରିସଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତିରେ ଆମ ଟିମ୍ ବହୁତ ମଜଭୁତ୍। ମୋର ବିଶ୍ୱାସ ଯେ ନୂଆ କ୍ୟାପଟେନ୍ ସାମସନଙ୍କ ନେତୃତ୍ୱରେ ଆମ ଟିମ୍ ନିଶ୍ଚୟ ସଫଳ ହେବ ବୋଲି ବଟଲର୍ କହିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe