Advertisment

ଫିଟ ହେଲେ ରାହୁଲ, ୪ର୍ଥ ଟେଷ୍ଟକୁ ଫେରିବେ

ତୃତୀୟ ଟେଷ୍ଟରେ ଭାରତ ୪୩୪ ରନର ବୃହତ୍ତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ନୂଆ ରେକର୍ଡ କରିଛି। ଏହା ଇଂଲଣ୍ଡର ଦ୍ୱିତୀୟ ବୃହତ୍ତମ ପରାଜୟ। ଏହାପୂର୍ବରୁ ଦଳ ୧୯୩୪ରେ ଅଷ୍ଟ୍ରେଲିଆ ଠାରୁ ୫୬୨ ରନରେ ହାରିଥିଲା।

author-image
Hemant Lenka
KL Rahul

KL Rahul

ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରୁ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ବର୍ତ୍ତମାନ ଫିଟ ହୋଇ ଯାଇଛନ୍ତି। ତେଣୁ ଫେବୃଆରୀ ୨୩ରୁ ରାଞ୍ଚିରେ ଆରମ୍ଭ ହେବାକୁ ଥିବା ୪ର୍ଥ ଟେଷ୍ଟ ବେଳକୁ ସେ କମବ୍ୟାକ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିବା କେଏଲ ଗତ ସପ୍ତାହରେ ହିଁ ୯୦% ଫିଟ ହୋଇ ଯାଇଥିଲେ। ତଥାପି ତାଙ୍କୁ ତୃତୀୟ ଟେଷ୍ଟରେ ସାମିଲ କରାଯାଇ ନଥିଲା। ଏବେ ସେ ମ୍ୟାଚ୍‌ ଖେଳିବାକୁ ପୂରା ପ୍ରସ୍ତୁତ ଅଛନ୍ତି। ତେଣୁ ସେ ରାଞ୍ଚି ଟେଷ୍ଟ ବେଳକୁ ଉପଲବ୍ଧ ହେବେ।

ଗତବର୍ଷ ଆଇପିଏଲ ମଧ୍ୟ ରାହୁଲ ସମାନ ଆହତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୪ ମାସ ଟିମରୁ ବାହାରେ ରହିବାକୁ ପଡ଼ିଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ପୁଣି ସମାନ ଆହତର ସମ୍ମୁଖୀନ ହୋଇଥିଲେ।

Advertisment

ହେଲେ ଏଥର ସେ ଶୀଘ୍ର ଫିଟ ହୋଇଯାଇଛନ୍ତି। ହାଇଦ୍ରାବାଦରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ହାରି ଯାଇଥିଲା। କିନ୍ତୁ ରାହୁଲଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ରାହୁଲ ଫର୍ମରେ ଥିବାରୁ ୪ର୍ଥ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ କଥା ବିଚାରକୁ ନେଲେ ଏବେ ଘରୋଇ ଟିମ ଭାରତ ୨-୧ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟକୁ ଭାରତ ଜିତି ନେଇଛି। ତୃତୀୟ ଟେଷ୍ଟରେ ଭାରତ ୪୩୪ ରନର ବୃହତ୍ତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ନୂଆ ରେକର୍ଡ କରିଛି। ଏହା ଇଂଲଣ୍ଡର ଦ୍ୱିତୀୟ ବୃହତ୍ତମ ପରାଜୟ। ଏହାପୂର୍ବରୁ ଦଳ ୧୯୩୪ରେ ଅଷ୍ଟ୍ରେଲିଆ ଠାରୁ ୫୬୨ ରନରେ ହାରିଥିଲା।

KL Rahul Test Cricket Test Match