Advertisment

ସିରିଜ ଡିସାଇଡର୍‌ରେ ବି ଟସ୍‌ ହାରିଲେ ପନ୍ତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ତଥା ଟ୍ରଫି ଟକ୍କର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ହାରିଛି। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାରର କାମଚଳା ଅଧିନାୟକ କେଶବ ମହାରାଜ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଟିମ୍‌ ଇଣ୍ଡିଆ ପୁଣି ପ୍ରଥମେ ବ୍ୟାଟିଂ କରିବ। ଏହି ସିରିଜରେ ପନ୍ତ ତାଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଛନ୍ତି। ହେଲେ ଲଗାତାର ୫ଟି ଯାକ ମ୍ୟାଚ୍‌ରେ […]

ସିରିଜ ଡିସାଇଡର୍‌ରେ ବି ଟସ୍‌ ହାରିଲେ ପନ୍ତ

Panta

Advertisment

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ତଥା ଟ୍ରଫି ଟକ୍କର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ହାରିଛି। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାରର କାମଚଳା ଅଧିନାୟକ କେଶବ ମହାରାଜ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଟିମ୍‌ ଇଣ୍ଡିଆ ପୁଣି ପ୍ରଥମେ ବ୍ୟାଟିଂ କରିବ। ଏହି ସିରିଜରେ ପନ୍ତ ତାଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଛନ୍ତି। ହେଲେ ଲଗାତାର ୫ଟି ଯାକ ମ୍ୟାଚ୍‌ରେ ସେ ଟସ୍‌ ହାରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Advertisment

ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବାଭୁମା ଆଜି ଆହତ ଯୋଗୁ ମ୍ୟାଚ୍‌ ଖେଳୁ ନାହାନ୍ତି। ତାଙ୍କ ବଦଳରେ କେଶବ ମହାରାଜ ଆଜି ଦଳର କମାଣ ସମ୍ଭାଳିଛନ୍ତି। ସେହିପରି ବାଭୁମାଙ୍କ ବଦଳରେ ଆଜି ସିରିଜର ଫାଇନାଲ ମୁକାବିଲାରେ ରୀଜା ହେଣ୍ଡ୍ରିକ୍ସ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେ କ୍ୱିଣ୍ଟନ ଡି’କକଙ୍କ ସହ ଇନିଂସ ଆରମ୍ଭ କରିବେ। ଏହାବାଦ ଚୂଡ଼ାନ୍ତ ଏକାଦଶରେ ଭ୍ରମଣକାରୀ ଦଳ ଆଉ ଦୁଇଟି ପରିବର୍ତ୍ତନ କରିଛି। ମାର୍କୋ ଜାନସେନ ଓ ତ୍ରାବାଇଜ ଶାମସୀଙ୍କ ବଦଳରେ ତ୍ରିସ୍ତାନ ଷ୍ଟବ୍ସ ଓ କାଗିସୋ ରବାଡା ଦଳକୁ କମବ୍ୟାକ୍ କରିଛନ୍ତି।

ତେବେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପନ୍ତ ଆଣ୍ଡ କୋ ପରାସ୍ତ ହୋଇଥିଲେ। ୫ ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଭାରତ ବିଶାଖାପଟନମରେ ଜବରଦସ୍ତ କମବ୍ୟାକ କରିଥିଲା। ଏହି ମ୍ୟାଚ୍‌କୁ ଜିତି ସିରିଜକୁ ୧-୨କୁ ସ୍ଥିତିକୁ ଆଣିଥିଲା। ଏହାପରେ ରାଜକୋଟରେ ଦଳ ଦକ୍ଷିଣ ଆଫ୍ରିକାକୁ ମାତ୍ର ୮୭ ରନ୍‌ରେ ଅଲଆଉଟ କରି ଲଗାତର ଦ୍ୱିତୀୟ ବିଜୟ ହାସଲ କରିଥିଲା।

Advertisment

ସିରିଜ୍‌ ୨-୨ରେ ବରାବର ଥିବା ବେଳେ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ୍‌ ଖେଳା ଯାଉଛି। ବର୍ଷା ଏହି ମ୍ୟାଚ୍‌ରେ ସାମାନ୍ୟ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ ମହାରାଜ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ‌ଆଜିର ମ୍ୟାଚ୍‌ ଯିଏ ଜିତିବ, ସିଏ ସିରିଜ କବଜା କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe