Advertisment

ଜୁନ ୧ରୁ ଟି-୨୦ ବିଶ୍ୱକପ: ଘୋଷଣା ହେଲା ମ୍ୟାଚ୍‌ସୂଚୀ

ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା। ୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ।

ଅଦ୍ୟତନ ହୋଇଛି
ICC

ICC

Advertisment

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚ୍‌ ସୂଚୀ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ।

Advertisment

ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା। ୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ।

ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି।

Advertisment

ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ।

ଟି-୨୦ ବିଶ୍ୱକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ। ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ।

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ।

ଯୋଗ୍ୟତା ଅର୍ଜନ କରିଥିବା ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପର ଟପ୍‌ ୨ଟି ଲେଖାଏ ଦଳ ସେମି ଫାଇନାଲ ପର୍ଯ୍ୟାୟକୁ ଯିବେ। ଏହାପରେ ୨୯ ତାରିଖରେ ଦୁଇ ଶ୍ରେଷ୍ଠ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

ପ୍ରଥମ ସେମି ଫାଇନାଲ ଜୁନ ୨୬ରେ ଗୁଏନା ଓ ଦ୍ୱିତୀୟ ସେମି ଫାଇନାଲ ୨୭ ତାରିଖରେ ତ୍ରିନିଦାଦରେ ଅନୁଷ୍ଠିତ ହେବ। ୱେଷ୍ଟଇଣ୍ଡିଜର ୬ଟି ଭେନ୍ୟୁରେ ୪୧ଟି ମ୍ୟାଚ ଓ ଆମେରିକାର ୩ଟି ଭେନ୍ୟୁରେ ୧୬ଟି ମ୍ୟାଚ୍‌ ଖେଳାଯିବ। ୨୯ ଦିନ ଧରି ଟି-୨୦ ବିଶ୍ୱକପର ୯ମ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି।

ଗ୍ରୁପ ଏ- ଭାରତ, ପାକିସ୍ତାନ, ଆମେରିକା, କାନାଡା ଓ ଆୟର୍ଲ୍ୟାଣ୍ଡ

ଗ୍ରୁପ ବି- ଇଂଲଣ୍ତ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲ୍ୟାଣ୍ଡ ଓ ଓମାନ

ଗ୍ରୁପ ସି- ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଉଗାଣ୍ଡା ଓ ପାପୁଆ ନ୍ୟୁ ଗିନି

ଗ୍ରୁପ ଡି- ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ୍ସ ଓ ନେପାଳ

ICC T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe