Advertisment

ଚେନ୍ନାଇ ସୁପର କିଙ୍ଗସର ଚିନ୍ତା ବଢ଼ିଲା! ଦଳ ପାଖରେ ନାହାନ୍ତି ୫ ଟପ ଖେଳାଳି

ବୁଧବାର ମ୍ୟାଚ ବେଳେ ଦୀପକ ଚହର ମାତ୍ର ୨ଟି ବଲ ପକାଇଥିଲେ। ଏହାପରେ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ।

author-image
Hemant Lenka
CSK

CSK

ଚଳିତ ଆଇପିଏଲ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଥିବା ବେଳେ ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ଚିନ୍ତା ବଢ଼ିଛି। ବୁଧବାର ଚେନ୍ନାଇ ୭ ୱିକେଟରେ ପଞ୍ଜାବ କିଙ୍ଗସ ଠାରୁ ହାରିବା ପରେ ଦଳର ପ୍ଲେଅଫ ଖେଳିବା ଆଶାରେ ସାମାନ୍ୟ ଭଟ୍ଟାର ସୃଷ୍ଟି ହୋଇଛି।

Advertisment

ଏହା ପଛର ମୁଖ୍ୟ କାରଣ ଆହତ ଠାରୁ ଆରମ୍ଭ କରି ଦଳର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି। ଏକଥାକୁ ମ୍ୟାଚ୍‌ ପରେ ଦଳର ମୁଖ୍ୟ କୋଚ୍‌ ଷ୍ଟେଫେନ ଫ୍ଲେମିଂ ମଧ୍ୟ ସ୍ୱୀକାର କରିଛନ୍ତି। ଚେନ୍ନାଇ ସ୍କ୍ୱାଡର ପ୍ରମୁଖ ୫ ଖେଳାଳି ଏବେ ମ୍ୟାଚ୍‌ ଖେଳିବାକୁ ଉପଲବ୍ଧ ନଥିବା ସେ କହିଛନ୍ତି।

ବୁଧବାର ମ୍ୟାଚ ବେଳେ ଦୀପକ ଚହର ମାତ୍ର ୨ଟି ବଲ ପକାଇଥିଲେ। ଏହାପରେ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ଆହତ ସମସ୍ୟା ଆଦୌ ଭଲ ନଥିବା ଫ୍ଲେମିଂ କହିଛନ୍ତି। ତଥାପି ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେ ଆଗକୁ ଖେଳିବେ କି ନାହିଁ, ତା’ହା ମଧ୍ୟ ସ୍ପଟ ହୋଇନି।

Advertisment

ଆସନ୍ତା ମାସରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବାରୁ ଶ୍ରୀଲଙ୍କାର ମଥିଶା ପଥିରାଣା ଓ ମହୀଶ ତିକଶାନା ଭିସା ଜନିତ ଯାଞ୍ଚ ପାଇଁ ସ୍ୱଦେଶ ଯାଇଛନ୍ତି। ସେହିପରି ବାଂଲାଦେଶର ମ୍ୟାଚ୍‌ ଯୋଗୁ ମୁସ୍ତାଫିଜୁର ରହମାନ ମଧ୍ୟ ଆଜି ଠାରୁ ଢାକା ଚାଲି ଯାଇଛନ୍ତି।

ଏମାନଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ସେ କେବେ ଠିକ ହେବେ, ସେକଥା ମଧ୍ୟ ଜଣାନାହିଁ। ଏତେ ସବୁ ପରେ ମଧ୍ୟ ଚେନ୍ନାଇ ମ୍ୟାନେଜମେଣ୍ଟର ଆଶା ଅଛି ଯେ ଧର୍ମଶାଲା ମ୍ୟାଚ ବେଳକୁ ସବୁ କିଛି ଠିକ ହୋଇଯିବ। ପଥିରାଣା ଓ ତିକଶାନା ଉକ୍ତ ମ୍ୟାଚ ବେଳକୁ ଫେରିବାର ସମ୍ଭାବନା ରହିଛି।

ବର୍ତ୍ତମାନ ଚେନ୍ନାଇ ୧୦ ମ୍ୟାଚ୍‌ରୁ ୫ ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ବାକି ୪ ମ୍ୟାଚ୍‌ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଦଳ କିଛି ପ୍ରମୁଖ ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇବ।

IPL MS Dhoni CSK IPL 2024 Stephen Fleming