Advertisment

କେବଳ ମିଲର ନୁହନ୍ତି, ଚେନ୍ନାଇର ପରାଜୟ ପାଇଁ ଏସବୁ କାରଣ ବି ଦାୟୀ

ମୁମ୍ବାଇ: ଡାଭିଡ ମିଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଛି ଗୁଜରାଟ ଟାଇଟନ୍ସ। ଏଥିସହ ଚେନ୍ନାଇ ଚଳିତ ଆଇପିଏଲରେ ୫ମ ପରାଜୟ ବରଣ କରିଥିବା ବେଳେ ଗୁଜରାଟ ସମାନ ସଂଖ୍ୟକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବଳରେ ୧୬୯ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ଏକଦା ୮୭ରେ ୫ ୱିକେଟ ହରାଇ ନିଶ୍ଚିତ ପରାଜୟ ଆଡ଼କୁ […]

ଅଦ୍ୟତନ ହୋଇଛି
କେବଳ ମିଲର ନୁହନ୍ତି, ଚେନ୍ନାଇର ପରାଜୟ ପାଇଁ ଏସବୁ କାରଣ ବି ଦାୟୀ

Gujrat

Advertisment

ମୁମ୍ବାଇ: ଡାଭିଡ ମିଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଛି ଗୁଜରାଟ ଟାଇଟନ୍ସ। ଏଥିସହ ଚେନ୍ନାଇ ଚଳିତ ଆଇପିଏଲରେ ୫ମ ପରାଜୟ ବରଣ କରିଥିବା ବେଳେ ଗୁଜରାଟ ସମାନ ସଂଖ୍ୟକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବଳରେ ୧୬୯ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ଏକଦା ୮୭ରେ ୫ ୱିକେଟ ହରାଇ ନିଶ୍ଚିତ ପରାଜୟ ଆଡ଼କୁ ଯାଉଥିଲା। କିନ୍ତୁ ଡାଭିଡ ମିଲରଙ୍କ ଅପରାଜିତ ୯୪ ଓ କାମଚଳା ଅଧିନାୟକ ରଶିଦ ଖାନଙ୍କ ବିସ୍ଫୋରକ ୪୦ ରନ୍‌ ବଳରେ ଗୁଜରାଟ ଗୋଟିଏ ‍ବଲ ପୂର୍ବରୁ ମ୍ୟାଚ୍‌କୁ ଜିତି ନେଇଥିଲା।

Advertisment

ବିଶେଷ କରି ରଶିଦ ଖାନ ଦ୍ରୁତ ବୋଲର କ୍ରିସ ଜୋର୍ଡାନଙ୍କ ଗୋଟିଏ ଓଭର୍‌ରେ ୨୫ ରନ୍‌ ଆଦାୟ କରି ଚେନ୍ନାଇ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ତଥାପି ମିଲରଙ୍କ ୯୪ ରନ୍‌ ଗେମ ଚେଞ୍ଜର ଇନିଂସ ଭାବେ ବିବେଚିତ ହୋଇଛି। ଏସବୁ ଭିତରେ ମିଲରଙ୍କ ବ୍ୟତୀତ ଆଉ କିଛି କାରଣ ପାଇଁ ମଧ୍ୟ ଚେନ୍ନାଇ ମ୍ୟାଚ୍‌ ହାରିଲା ବୋଲି ଦଳର ମୁଖ୍ୟ କୋଚ୍‌ ଷ୍ଟେଫେନ ଫ୍ଲେମିଂ କହିଛନ୍ତି। ମ୍ୟାଚ୍‌ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫ୍ଲେମିଂ ରବିବାର ମ୍ୟାଚ୍‌ ହାରିବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଥିବା ସେ କହିଛନ୍ତି।

ଫେମ୍ଲିଂ କହିଛନ୍ତି, “ମ୍ୟାଚ୍‌ରେ ଏମିତି ଅନେକ ଘଟଣାକ୍ରମ ରହିଛି, ଯାହାକୁ ଜଣେ ବିଶ୍ଲେଷଣ କରିପାରିବ। କିନ୍ତୁ ମୁଖ୍ୟ ଦୁଇଟି କାରଣ ହେଲା ଡାଭିମ ମିଲିରଙ୍କ ଅବିଶ୍ୱସନୀୟ ଇନିଂସ ଓ ଶେଷ ଭାଗରେ ରଶିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂ। ଅନ୍ୟ କାରଣ ଗୁଡ଼ିକ ମଧ୍ୟରେ ଆମ ବ୍ୟାଟରମାନେ ଶେଷ ୫ ଓଭର୍‌ରେ ଆଶାନୁଯାୟୀ ରନ୍‌ କରି ପାରିନଥିଲେ। ଗୁଜରାଟ ଟାଇଟନ୍ସର ବୋଲରମାନେ ସ୍ଲଗ ଓଭର୍‌ରେ ଭଲ ବୋଲିଂ କରିଥିଲେ। ଆମେ ଯେଉଁ ମୂଳଦୁଆ ପକାଇଥିଲୁ, ତା’କୁ ଶେଷ ଭାଗରେ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରି ନାହୁଁ। ପୂରା ମ୍ୟାଚ୍‌ରେ ଅନେକ ଉତ୍ଥାନ ପତନ ଘଟିଛି। ହେଲେ ବ୍ୟାଟିଂର ଶେଷ ୫ ଓଭର ଓ ବୋଲିଂର ଶେଷ ୫ ଓଭର୍‌ରେ ଆମେ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲୁ। ଯେଉଁଥି ପାଇଁ ଆମକୁ ହାରିବାକୁ ପଡ଼ିଛି।”

Advertisment

ସୂଚନାଯୋଗ୍ୟ, ଚେନ୍ନାଇ ଚଳିତ ଆଇପିଏଲରେ କ୍ରମାଗତ ୪ଟି ମ୍ୟାଚ୍‌ ହାରିବା ପରେ ୫ମ ମ୍ୟାଚ୍‌ରେ ଆରସିବିକୁ ହରାଇ ବିଜୟ ସ୍ୱାଦ ଚାଖିଥିଲା। ହେଲେ ରବିବାର ଖେଳା ଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ପୁଣି ହାରିଛି। ଏହି ମ୍ୟାଚ୍‌ରେ ଋତୁରାଜ ଗାଏକ୍ୱାଡ ୭୩ ଓ ଅମ୍ବାତି ରାୟୁଡୁ ୪୬ ରନ୍‌ର ଇନିଂସ ଖେଳିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭ୍‌ରେ ୫ ୱିକେଟ ହରାଇ ୧୬୯ ରନ୍‌ କରିଥିପାରିଥିଲା।

୧୭୦ ରନ୍‌ର ପିଛା କରୁଥିବା ଗୁଜରାଟ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହିପରି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କାଲିର ମ୍ୟାଚ୍‌ ଖେଳୁ ନଥିବାରୁ ଗୁଜରାଟ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଥିଲା। ହେଲେ କିଲର ମିଲର ଚେନ୍ନାଇର ସବୁ ଯୋଜନାରେ ପାଣି ପକାଇ ଗୁଜରାଟ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି।

IPL 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe