Advertisment

ଅଣଦେଖା ଭାରତୀୟ କ୍ରିକେଟର କଲେ ବିଶ୍ୱ ରେକର୍ଡ

ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି।

Karun

Karun

Advertisment

ଇତିହାସ ରଚିଛନ୍ତି କରୁଣ ନାଏର। ଏକଦା ଭାରତୀୟ ଟିମରେ ଖେଳୁଥିବା କରୁଣ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୩୦୦ ରନର ଇନିଂସ ଖେଳିଥିଲେ। ସେ ବାରମ୍ବାର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଭାରତୀୟ ଟିମରେ ତାଙ୍କୁ ଅଣଦେଖା କରାଯାଇଛି। ଏସବୁ ଭିତରେ ଶୁକ୍ରବାର କରୁଣ ବିଶ୍ୱ ରେକର୍ଡ କରିଛନ୍ତି।

Advertisment

ସେ ଲିଷ୍ଟ ଏରେ ଆଉଟ ନ ହୋଇ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ଆଜି ସେ ବିଜୟ ହଜାରେ ଟ୍ରଫିରେ ଦମଦାର ଇନିଂସ ଖେଳି ଉତ୍ତର ପ୍ରଦେଶ ବିପକ୍ଷରେ ବିର୍ଦ୍ଦଭାକୁ ୮ ୱିକେଟରେ ବିଜୟ ଭେଟି ଦେଇଛନ୍ତି।

ଆଜିର ମ୍ୟାଚ୍‌ ବିଜୟୀ ଇନିଂସ ପରେ କରୁଣ ନାଏର ନ୍ୟୁଜିଲ୍ୟାଣ୍ଡର ଜେମ୍ସ ଫ୍ରାଙ୍କଲିନ ୨୦୧୦ରେ କରିଥିବା ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୨୦୧୦ରେ ଫ୍ରାଙ୍କଲିନ ବିନା ଆଉଟରେ ବିଭିନ୍ନ ଲିଷ୍ଟ ଏ ମ୍ୟାଚ୍‌ରେ ସର୍ବାଧିକ ୫୨୭ ରନ କରିଥିଲେ।

Advertisment

ହେଲେ କରୁଣ ଆଜି ୧୧୨ ରନ କରି ଆଉଟ ହୋଇଥିଲେ ହେଁ ବିଶ୍ୱ ରେକର୍ଡକୁ ନିଜ ନାଁରେ କରି ଦେଇଛନ୍ତି। ସେ ବିନା ଆଉଟରେ ୫୪୨ ରନ କରିଛନ୍ତି। ଏହାପରେ ଆଜି ଆଉଟ ହୋଇ ନୂଆ ବେଞ୍ଚ ମାର୍କ ସୃଷ୍ଟି କରିଛନ୍ତି। ଏହି ତାଲିକାରେ ଥିବା ଅନ୍ୟ ଖେଳାଳିମାନେ ହେଲେ ଦକ୍ଷିଣ ଆଫ୍ରିକାର ଜୋଶୁଆ ଭାନ ହୀରଡେନ(୫୧୨), ପାକିସ୍ତାନର ଫକର ଜମାନ(୪୫୫) ଓ ତୌଫିକ ଉମର(୪୨୨)।

କରୁଣଙ୍କ ଏହା ୪ର୍ଥ ଶତକ ହୋଇଥିବା ବେଳେ ବିଜୟ ହଜାରେ ଟ୍ରଫିରେ ତୃତୀୟ ଟନ୍‌। ଏଥିଯୋଗୁ ଉତ୍ତର ପ୍ରଦେଶର ୩୦୮ ରନର ଟାର୍ଗେଟକୁ ବିର୍ଦ୍ଦଭା ୧୬ ବଲ ପୂର୍ବରୁ ୨ ୱିକେଟ ହରାଇ ହାସଲ କରି ନେଇଛି।

କରୁଣ ନାଏର ୧୧୨ ରନର ଇନିଂସ ଖେଳିଥିବା ବେଳେ ୟାଶ ରାଥୋଡ ୧୪୦ ବଲରେ ଅପରାଜିତ ୧୩୮ ରନ କରିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ ପାଇଁ ବିଶାଳ ୨୨୮ ରନର ଭାଗିଦାରୀ ମଧ୍ୟ କରିଥିଲେ।

ଏହି ବିଜୟ ସହ ଗ୍ରୁପ ଡିର ୧ନଂ ସ୍ଥାନରେ ବିର୍ଦ୍ଦଭା ନିଜ ସ୍ଥାନକୁ ଆହୁରି ମଜବୁତ କରିନେଇଛି। ୫ଟି ମ୍ୟାଚ୍‌ରୁ ୨୦ ପଏଣ୍ଟ ପାଇ ଦଳ ୧ନଂରେ ରହିଥିବା ବେଳେ ୧୪ ପଏଣ୍ଟ ସହ ତାମିଲନାଡୁ ଦ୍ୱିତୀୟରେ ଓ ସମାନ ୧୪ ପଏଣ୍ଟ ସହ ୟୁପି ତୃତୀୟ ସ୍ଥାନରେ ଅଛି।

Bcci Karun Nair List A Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe