Advertisment

ଜେଲରେ ଦିନ କାଟୁଛନ୍ତି ଆଇପିଏଲ୍ କ୍ରିକେଟର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଲ୍ୟୁକ୍ ପୋମର୍ସବାକ୍ ଏବେ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ଡ୍ରଗ୍ସ ଓ ଚୋରି ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ଚଳିତ ବର୍ଷ ଜାନୁଆରୀ ୨୪ରୁ ଫେବୃଆରୀ ୧୬ ତାରିଖ ଭିତରେ ସେ ସାଉଥ୍ ପର୍ଥ, ସ୍କାରବରୋ ଓ ଉଡ୍ସଲ୍ୟାଣ୍ଡସରୁ ଅଳଙ୍କାର, ଗଲ୍ଫ ଖେଳର କିଛି ଉପକରଣ ଚୋରି କରିବାର ଅଭିଯୋଗ ଲଗାଯାଇଛି। ଏହାବ୍ୟତୀତ ତାଙ୍କ ଉପରେ ନିଶାଦ୍ରବ୍ୟ ବେପାର କରିବାର ଅଭିଯୋଗ ଲାଗିଛି। ତେବେ ଗତ ସପ୍ତାହରେ ପର୍ଥର […]

ଅଦ୍ୟତନ ହୋଇଛି
ଜେଲରେ ଦିନ କାଟୁଛନ୍ତି ଆଇପିଏଲ୍ କ୍ରିକେଟର୍

luke

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଲ୍ୟୁକ୍ ପୋମର୍ସବାକ୍ ଏବେ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ଡ୍ରଗ୍ସ ଓ ଚୋରି ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ଚଳିତ ବର୍ଷ ଜାନୁଆରୀ ୨୪ରୁ ଫେବୃଆରୀ ୧୬ ତାରିଖ ଭିତରେ ସେ ସାଉଥ୍ ପର୍ଥ, ସ୍କାରବରୋ ଓ ଉଡ୍ସଲ୍ୟାଣ୍ଡସରୁ ଅଳଙ୍କାର, ଗଲ୍ଫ ଖେଳର କିଛି ଉପକରଣ ଚୋରି କରିବାର ଅଭିଯୋଗ ଲଗାଯାଇଛି।

Advertisment

ଏହାବ୍ୟତୀତ ତାଙ୍କ ଉପରେ ନିଶାଦ୍ରବ୍ୟ ବେପାର କରିବାର ଅଭିଯୋଗ ଲାଗିଛି। ତେବେ ଗତ ସପ୍ତାହରେ ପର୍ଥର ଏକ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ୫ହଜାର ଡଲାର ପର୍ସନାଲ୍ ଗ୍ୟାରେଣ୍ଟି ଦାଖଲ ନକରିପାରିବାରୁ ତାଙ୍କୁ ଜେଲରେ ରହିବାକୁ ପଡ଼ିବ। ଅର୍ଥାତ୍ ଜାମିନ୍ ପାଇବାକୁ ହେଲେ ଲ୍ୟୁକଙ୍କୁ ଟଙ୍କା ଜମା କରିବାକୁ ପଡ଼ିବ।

ଲ୍ୟୁକ୍ ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୭ରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଏହି ଦୁଇଟି ମ୍ୟାଚ୍ ଖେଳିଥିଲେ। ତେବେ ତାଙ୍କର ଅନ୍ତର୍ଜାତୀୟ ଖେଳିବା କାହାଣୀ ବହୁତ ରୋଚକ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଏହି ମ୍ୟାଚରେ ବ୍ରାଡ୍ ହଗ୍ ଖେଳିଥାନ୍ତେ। କିନ୍ତୁ ମ୍ୟାଚର ଠିକ୍ ପୂର୍ବରୁ ସେ ଆହତ ହୋଇଗଲେ।

Advertisment

ପୋମର୍ସବାକ୍ ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ପହଞ୍ଚିଥିଲେ ଏବଂ ଷ୍ଟାଡିୟମ ବାହାରେ ନିଜ କାର୍ ପାର୍କିଂ କରୁଥିଲେ। ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏହି ମ୍ୟାଚ୍ ଖେଳିବାକୁ ପଡ଼ିବ। ସେତେବେଳେ ସେ କେବଳ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ କ୍ରିକେଟ୍ଖେଳୁଥିଲେ। ଲ୍ୟୁକ୍ ଏହି ମ୍ୟାଚରେ ୭ ବଲରେ ୧୫ ରନ୍ କରିଥିଲେ ଏବଂ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହା ପରେ ସେ କେବେବି ଟିମକୁ କମବ୍ୟାକ୍ କରିପାରିନଥିଲେ।

ଲ୍ୟୁକ୍ ଆଇପିଏଲରେ ମଧ୍ୟ ଖେଳିସାରିଛନ୍ତି। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଛନ୍ତି। ଏହାରି ଭିତରେ ସେ ୧୨୨ ଷ୍ଟ୍ରାଇକ୍ ରେଟରେ ୩୦୨ ରନ୍ କରିଛନ୍ତି। ତେବେ ଆଇପିଏଲରେ ସେ ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ। ତାଙ୍କ ବିରୋଧରେ ଆମେରିକା ମହିଳା ଓ ତାଙ୍କ ଭାବିପତ୍ନୀଙ୍କୁ ମାରପିଟ୍ କରିବାର ଅଭିଯୋଗ ଲାଗିଥିଲା। ଏହି ମାମଲାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe