Advertisment

ମୃତ୍ୟୁ ସହ ଲଢ଼ୁଛନ୍ତି ଅନ୍ତର୍ଜାତୀୟ କ୍ରିକେଟର୍

ଢାକା: ବାଂଲାଦେଶ କ୍ରିକେଟର୍ ମୋଶାରଫ୍ ହୁସେନ୍ ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି। ସେ ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମର୍ ସହ ଲଢ଼େଇ ଜାରି ରଖିଛନ୍ତି। ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ବାଂଲାଦେଶ ପକ୍ଷରୁ ୫ଟି ଦିନିକିଆ ଖେଳିଥିବା ରୁବେଲ୍ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି। ବାଂଲାଦେଶର ଡେଲି ଷ୍ଟାର୍ ଖବର କାଗଜ ରିପୋର୍ଟ ମୁତାବକ, ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ହସ୍ପିଟାଲରେ ନିଆଯାଇଥିଲା। ଡାକ୍ତର ଆଇସିୟୁରେ […]

ମୃତ୍ୟୁ ସହ ଲଢ଼ୁଛନ୍ତି ଅନ୍ତର୍ଜାତୀୟ କ୍ରିକେଟର୍

rubel

Advertisment

ଢାକା: ବାଂଲାଦେଶ କ୍ରିକେଟର୍ ମୋଶାରଫ୍ ହୁସେନ୍ ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି। ସେ ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମର୍ ସହ ଲଢ଼େଇ ଜାରି ରଖିଛନ୍ତି। ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ବାଂଲାଦେଶ ପକ୍ଷରୁ ୫ଟି ଦିନିକିଆ ଖେଳିଥିବା ରୁବେଲ୍ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି।

Advertisment

ବାଂଲାଦେଶର ଡେଲି ଷ୍ଟାର୍ ଖବର କାଗଜ ରିପୋର୍ଟ ମୁତାବକ, ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ହସ୍ପିଟାଲରେ ନିଆଯାଇଥିଲା। ଡାକ୍ତର ଆଇସିୟୁରେ ତାଙ୍କର ଚିତିତ୍ସା କରୁଛନ୍ତି। ବାମହାତୀ ସ୍ପିନର ରୁବେଲ୍ ୨୦୧୯ ମାର୍ଚ୍ଚ ମାସରୁ ବ୍ରେନ୍ ଟ୍ୟୁମର୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଅଛନ୍ତି। ରୁବେଲଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରାଯାଉଛି।

ବାଂଲାଦେଶର ପୂର୍ବତନ କ୍ୟାପଟେନ୍ ମାଶରଫି ମୋତାର୍ଜା ତାଙ୍କ ଫେସବୁକ୍ ପେଜରେ ଲେଖିଛନ୍ତି, ‘ମୋ ବନ୍ଧୁ ରୁବେଲଙ୍କୁ ଶୀଘ୍ର ସୁସ୍ଥ କରିବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଆପଣଙ୍କୁ ମଇଦାନକୁ ଫେରିବା ଆବଶ୍ୟକ ନାହିଁ। ଆପଣ କେବଳ ସୁସ୍ଥ ହୋଇ ନିଜ ପରିବାର ପାଖକୁ ଫେରି ଆସନ୍ତୁ।’ ବାଂଲାଦେଶ କ୍ରିକେଟ୍ ବୋର୍ଡ ଓ କିଛି ଘରୋଇ ଟିମ୍ ରୁବେଲଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe