Advertisment

ସଚିନ ହେବେ କି ଟିମ ଇଣ୍ଡିଆର ବ୍ୟାଟିଂ ପରାମର୍ଶଦାତା? ପୂର୍ବତନ କ୍ରିକେଟର ଦେଲେ ଏମିତି ପ୍ରସ୍ତାବ

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଗୌତମ ଗମ୍ଭୀରଙ୍କ ସହ ରମଣ ମଧ୍ୟ ଦୌଡ଼ରେ ରହିଥିଲେ। ହେଲେ ବିସିସିଆଇ ରମଣଙ୍କ ବଦଳରେ ଗମ୍ଭୀରଙ୍କୁ ଦଳର ମୁଖ୍ୟ କୋଚ କରିଛି।

author-image
Hemant Lenka
sachin

sachin

ଭାରତୀୟ ଟିମ ଏବେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଭାରତୀୟ ଟିମ ଏହି ସିରିଜ ପୂର୍ବରୁ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରି ଅଷ୍ଟ୍ରେଲିଆ ଗସ୍ତ କରିଛି।

Advertisment

ଅଷ୍ଟ୍ରେଲିଆର ପିଚ ଓ ପରିବେଶ ଭାରତ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏପରି ସ୍ଥିତିରେ ଭାରତୀୟ ଟିମ ଓ ବିସିସିଆଇକୁ ବଡ଼ ପରାମର୍ଶ ଦେଇଛନ୍ତି ପୂର୍ବତନ କ୍ରିକେଟର ଡବ୍ଲ୍ୟୁଭି ରମଣ। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାକୁ ରମଣ କହିଛନ୍ତି।

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଗୌତମ ଗମ୍ଭୀରଙ୍କ ସହ ରମଣ ମଧ୍ୟ ଦୌଡ଼ରେ ରହିଥିଲେ। ହେଲେ ବିସିସିଆଇ ରମଣଙ୍କ ବଦଳରେ ଗମ୍ଭୀରଙ୍କୁ ଦଳର ମୁଖ୍ୟ କୋଚ କରିଛି।

Advertisment

ରମଣଙ୍କ କହିବା କଥା ଯେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଯଥେଷ୍ଟ ସମୟ ରହିଛି। ଡିସେମ୍ବର ୧ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ତେଣୁ ସଚିନଙ୍କୁ ଦ୍ୱିତୀୟ ମ୍ୟାଚ୍‌ରୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଉ ବୋଲି ରମଣ ଏକ୍ସରେ କହିଛନ୍ତି।

ସେ କହିଛନ୍ତି, “ବର୍ଡର-ଗାଭାସ୍କର ୨୦୨୫ ପାଇଁ ପ୍ରସ୍ତୁତ ହେଉଥିବା ଟିମ ଇଣ୍ଡିଆକୁ ଯଦି ସଚିନ ତେନ୍ଦୁଲକରଙ୍କ ସେବା ବ୍ୟାଟିଂ ପରାମର୍ଶଦାତା ଭାବେ ମିଳିବ, ତା’ହେଲେ ଏହା ଦଳକୁ ନିଶ୍ଚିତ ଫାଇଦା ଦେବ। ଏବେ ଓ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ଯଥେଷ୍ଟ ସମୟ ରହିଛି। ଆଜିକା ସମୟରେ ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ସାଧାରଣ କଥା। କ’ଣ ଏହା ଭଲ କଥା ନୁହେଁ?”

ପ୍ରଥମ ଟେଷ୍ଟ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ରମଣଙ୍କ କଥା ବିଚାର କରିବା ପାଇଁ ୩ ସପ୍ତାହର ସମୟ ରହଛି। ନିକଟରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟ ଆଦୌ ଚାଲୁ ନାହିଁ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟେଷ୍ଟରେ ରୋହିତ ୯୧ ରନ କରିଥିବା ବେଳେ ବିରାଟ କେବଳ ୯୩ ରନ କରିପାରିଛନ୍ତି। ତେଣୁ ରମଣ ତୁରନ୍ତ ଭାରତୀୟ ଟିମ ପାଇଁ ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ କରିବାକୁ କହିଛନ୍ତି।

Sachin Tendulkar Border-Gavaskar Trophy Test Cricket