Advertisment

ପୂର୍ବତନ କ୍ରିକେଟର୍ ସୁରେଶ ରାଇନାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ବାପା ତ୍ରିଲୋକଚନ୍ଦ୍ର ରାଇନାଙ୍କର ପରଲୋକ ହୋଇଯାଇଛି। ତ୍ରିଲୋକଚନ୍ଦ୍ର ବର୍ଷେ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଡାକ୍ତର ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ପୂରା ପ୍ରୟାସ କରିଥିଲେ। କିନ୍ତୁ ସେ ଗାଜିଆବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତ୍ରିଲୋକଚନ୍ଦ୍ର ସେନାରେ କାମ କରିଆସିଛନ୍ତି। ସେ ଅର୍ଡିନାନ୍ସ ଫ୍ୟାକ୍ଟ୍ରୀରେ ମୁତୟନ ଥିଲେ ଏବଂ ବୋମା ତିଆରି କରିବାରେ ମାଷ୍ଟର୍ ଥିଲେ। […]

ପୂର୍ବତନ କ୍ରିକେଟର୍ ସୁରେଶ ରାଇନାଙ୍କ ବାପାଙ୍କ ପରଲୋକ

suresh-raina

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ବାପା ତ୍ରିଲୋକଚନ୍ଦ୍ର ରାଇନାଙ୍କର ପରଲୋକ ହୋଇଯାଇଛି। ତ୍ରିଲୋକଚନ୍ଦ୍ର ବର୍ଷେ ଧରି କ୍ୟାନସର ରୋଗରେ ଆକ୍ରାନ୍ତ ଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ଡାକ୍ତର ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ପୂରା ପ୍ରୟାସ କରିଥିଲେ। କିନ୍ତୁ ସେ ଗାଜିଆବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ତ୍ରିଲୋକଚନ୍ଦ୍ର ସେନାରେ କାମ କରିଆସିଛନ୍ତି। ସେ ଅର୍ଡିନାନ୍ସ ଫ୍ୟାକ୍ଟ୍ରୀରେ ମୁତୟନ ଥିଲେ ଏବଂ ବୋମା ତିଆରି କରିବାରେ ମାଷ୍ଟର୍ ଥିଲେ। ସୁରେଶ ରାଇନାଙ୍କ ପିତାଙ୍କ ପେତୃକ ଘର ଜମ୍ମୁ-କଶ୍ମୀରର ‘ରାଇନାୱାରୀ’ରେ। ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପରେ ତାଙ୍କ ପରିବାର କଶ୍ମୀର ଛାଡ଼ି ଚାଲିଆସିଥିଲେ। ଯାହା ପରେ ରାଇନାଙ୍କ ପରିବାର ଉତ୍ତର ପ୍ରଦେଶର ମୁରାଦନଗରରେ ବସବାସ କରିଆସୁଛନ୍ତି। ସେତେବେଳେ ତ୍ରିଲୋକଚନ୍ଦ୍ରଙ୍କର ମାସିକ ଦରମା ୧୦ହଜାର ଟଙ୍କା ଥିଲା। ଏହି କାରଣରୁ ତ୍ରିଲୋକଚନ୍ଦ୍ର ନିଜ ପୁଅର କ୍ରିକେଟ୍ କୋଚିଂ ଫି’ ଦେଇପାରୁ ନଥିଲେ। ଏଭଳି ସ୍ଥିତିରେ ୧୯୯୮ରେ ଗୁରୁ ଗୋବିନ୍ଦ ସିଂହ ସ୍ପୋର୍ଟ୍ସ କଲେଜରେ ରାଇନା ଆଡମିଶନ୍ କରାଯାଇଥିଲା। କଶ୍ମୀରରେ ପିତାଙ୍କ ସହ ଯାହା ଘଟିଥିଲା, ସେ ବିଷୟରେ ଯେପରି କାହାକୁ ଜଣାନପଡ଼ିବ, ସେଥିପ୍ରତି ସୁରେଶ ରାଇନା ସର୍ବଦା ଧ୍ୟାନ ଦେଉଥିଲେ।

ରାଇନା ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ତାଙ୍କ ପୂର୍ବରୁ ସେହିଦିନ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ମଧ୍ୟ ଭାରତୀୟ କ୍ରିକେଟକୁ ଗୁଡବାଏ କହିଥିଲେ। ଅବସର ନେବା ପରେ ରାଇନା ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି। ୨୦୨୨ ଆଇପିଏଲ୍ ନିଲାମରେ ରାଇନା ସାମିଲ୍ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିଆସୁଥିଲେ। ସେ ଏହି ଟିମର ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ। ହେଲେ ୨୦୨୧ ଆଇପିଏଲ୍ ସିଜନ୍ ପରେ ଚେନ୍ନାଇ ତାଙ୍କୁ ରିଲିଜ୍ କରିଦେଇଥିଲା। ଏବେ ରାଇନାଙ୍କ ଫର୍ମ ପୂର୍ବଭଳି ନାହିଁ। ରାଇନା ଭାରତ ପକ୍ଷରୁ ୧୮ ଟେଷ୍ଟ, ୨୨୬ ଦିନିକିଆ ଏବଂ ୭୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe