ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଗିରଫ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀଙ୍କୁ ମୁମ୍ବାଇ ପୁଲିସ୍ ରବିବାର ଗିରଫ କରିଛି। କାମ୍ବଲୀ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ସହ ନିଜ ସୋସାଇଟିର ଗେଟକୁ ଧକ୍କା ଦେଇଛନ୍ତି। ଯାହା ପରେ ପୁଲିସ୍ ଆକ୍ସନ୍ ନେଇଥିଲା ଏବଂ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରିଥିଲା। ତେବେ ପରେ କାମ୍ବଲୀଙ୍କୁ ଜାମିନ୍ ମିଳିଯାଇଛି। ସୂଚନା ଅନୁସାରେ, ୫୦ ବର୍ଷୀୟ କାମ୍ବଲୀ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ଗାଡ଼ି ଚଳାଇବା ସମୟରେ ନିଜ ସୋସାଇଟିର ଗେଟକୁ […]

KAMBLI

KAMBLI

Ranjit Kumar Jena
  • Published: Sunday, 27 February 2022
  • Updated: 27 February 2022, 09:47 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀଙ୍କୁ ମୁମ୍ବାଇ ପୁଲିସ୍ ରବିବାର ଗିରଫ କରିଛି। କାମ୍ବଲୀ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ସହ ନିଜ ସୋସାଇଟିର ଗେଟକୁ ଧକ୍କା ଦେଇଛନ୍ତି। ଯାହା ପରେ ପୁଲିସ୍ ଆକ୍ସନ୍ ନେଇଥିଲା ଏବଂ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରିଥିଲା। ତେବେ ପରେ କାମ୍ବଲୀଙ୍କୁ ଜାମିନ୍ ମିଳିଯାଇଛି।

ସୂଚନା ଅନୁସାରେ, ୫୦ ବର୍ଷୀୟ କାମ୍ବଲୀ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ଗାଡ଼ି ଚଳାଇବା ସମୟରେ ନିଜ ସୋସାଇଟିର ଗେଟକୁ ଜୋରରେ ଧକ୍କା ଦେଇଥିଲେ। ଏ ନେଇ ସିକ୍ୟୁରିଟି ଗାର୍ଡ ତାଙ୍କୁ ପଚାରିଥିଲେ। ଯାହା ପରେ କାମ୍ବଲୀ ସୋସାଇଟିର ସିକ୍ୟୁରିଟି ଗାର୍ଡଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁସାରେ କାମ୍ବଲୀ ନିଶାଶକ୍ତ ଅବସ୍ଥାରେ ଗେଟ୍‌କୁ ଧକ୍କା ମାରିଥିଲେ। ଏହା ପରେ ବାନ୍ଦ୍ରା ପୁଲିସ୍ କାମ୍ବଲୀଙ୍କୁ ଗିରଫ କରିଥିଲା।

କିଛି ଦିନ ତଳେ କାମ୍ବଲୀ ଏକ ସାଇବର ଠକେଇର ଶିକାର ହୋଇଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। କେୱାସି ଅପଡେଟ୍ ନାଁରେ ଜଣେ ଠକ ନିଜକୁ ବ୍ୟାଙ୍କ କର୍ମଚାରୀ କହି କାମ୍ବଲୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିଲା। ଏହାକୁ ନେଇ କାମ୍ବଲୀ ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ଯାହା ପରେ ସାଇବର୍ ଟିମ୍ ତୁରନ୍ତ ଆକ୍ସନ ନେଇଥିଲା। ତଦନ୍ତ ପରେ କାମ୍ବଲୀ ନିଜର ଟଙ୍କା ଫେରିପାଇଥିଲେ।

ଭାରତ ପକ୍ଷରୁ କାମ୍ବଲୀ ୧୦୭ ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୨ ହାରରେ ୨୪୭୭ ରନ୍ କରିଛନ୍ତି। କାମ୍ବଲୀଙ୍କ ନାଁରେ ୨ଟି ଶତକ ଓ ୧୪ ଅର୍ଦ୍ଧଶତକ ରହିଛି। ସେହିପରି ସେ ଭାରତ ପକ୍ଷରୁ ୧୭ ଟେଷ୍ଟ ମ୍ୟାଚ୍ ଖେଳି ୫୪ ହାରରେ ୧୦୮୪ ରନ୍ କରିଛନ୍ତି, ଯେଉଁଥିରେ ୪ ଶତକ ସାମିଲ୍ ଅଛି।

ଘରୋଇ କ୍ରିକେଟରେ କାମ୍ବଲୀ ରେକର୍ଡ ଜବରଦସ୍ତ ରହିଛି। ସେ ୧୨୯ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୫୯.୬୭ ହାରରେ ୯୯୬୫ ରନ୍ କରିଛନ୍ତି। ଘରୋଇ କ୍ରିକେଟରେ କାମ୍ବଲୀ ୩୪ ଶତକ ମାରିଛନ୍ତି। କାମ୍ବଲୀ ୨୦୦୦ ମସିହା, ଅକ୍ଟୋବର ୨୯ ତାରିଖରେ ଭାରତ ପକ୍ଷରୁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story